ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ନୂଆ ସିଏଫ୍‌ଓ ଓ ସଭାପତି (ଅପରେସନ୍ସ) ନିଯୁକ୍ତି

ଭୁବନେଶ୍ୱର: ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାଣ କରୁଥିବା ଅଗ୍ରଣୀ ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ନେତୃତ୍ୱ ବର୍ଗରେ ନୂତନ ନିଯକ୍ତି ପ୍ରଦାନ କରାଯାଇଛି ଯେଉଁମାନେ ସଂସ୍ଥାର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ସହ ଇଲେକ୍ଟ୍ରିକ୍ ଯାନ ଶିଳ୍ପରେ ନବସୃଜନ ଆଣିପାରିବେ ।
ଆର୍ଥିକ କ୍ଷେତ୍ରରେ ଦୁଇ ଦଶନ୍ଧିରୁ ଅଧିକ ବର୍ଷର ଅଭିଜ୍ଞତା ଥିବା ତେଜସ୍ ଏ ମେହତାଙ୍କୁ କଂପାନିର ମୁଖ୍ୟ ଅର୍ଥ ଅଧିକାରୀ (ସିଏଫ୍‌ଓ) ଭାବେ ୱାର୍ଡୱିଜାର୍ଡ ଗ୍ରୁପ୍‌ରେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହା ପୂର୍ବରୁ ସେ ବିଏସ୍‌ଇ ଲିମିଟେଡ୍ ଓ ଟ୍ରାକ୍‌ପଏଂଟ୍ ଜିପିଏସ୍ ପ୍ରାଇଭେଟ୍ ଲିମିଟେଡ୍‌ରେ କାର୍ଯ୍ୟ କରିିଥିଲେ । ସେହିପରି, ସଞ୍ଜୟ ସବ୍‌ଲୋକ୍‌ଙ୍କୁ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟିର ସଭାପତି (ଅପରେସନ୍ସ) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହା ପୂର୍ବରୁ ସେ ହିରୋ ମୋଟୋକର୍ପ, ଟାଟା ମୋଟର୍ସ, ଏନ୍‌ଇଆଇ ଲିମିଟେଡ୍‌ରେ କାର୍ଯ୍ୟ କରୁଥିଲେ ।
ଏହି ଅବସରରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ ଗୁପ୍ତେ କହିଛନ୍ତି ଯେ, “ୱାର୍ଡୱିଜାର୍ଡର ପରିବାରକୁ ଏହି ଚମତ୍କାର ବ୍ୟକ୍ତିଙ୍କୁ ସ୍ୱାଗତ କରି ଆମେ ଉଲ୍ଲସିତ । ସେମାନଙ୍କ ବିବିଧ ଅଭିଜ୍ଞତା ସହିତ ଆମ କଂପାନିର ମୂଲ୍ୟବୋଧ ଓ ଲକ୍ଷ୍ୟ ଏକ ସଫଳ ଟିମ୍ ଗଠନରେ ସହାୟକ ହୋଇଛି । ମିଳିତ ଭାବେ ଆମେ ଅଭିବୃଦ୍ଧି ରଣନୀତିକୁ ତ୍ୱରାନ୍ୱିତ କରିବୁ, ଉନ୍ନତ ସମାଧାନ ସୃଷ୍ଟି କରିବୁ ଏବଂ ଇଲେକ୍ଟ୍ରିକ୍ ଯାନ ଶିଳ୍ପରେ ଏକ ଅଗ୍ରଣୀ ଶକ୍ତି ଭାବେ ଆମ ସ୍ଥିତିକୁ ସୁଦୃଢ଼ କରିପାରିବୁ । ନେତୃତ୍ୱ ଓ ନବସୃଜନର ଶକ୍ତି ଉପରେ ଆମର ବିଶ୍ୱାସ ରହିଛି ଏବଂ ଏହି ଚମତ୍କାର ଟିମ୍‌କୁ ନେଇ ମହତ୍ୱକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ସହ ଦୀର୍ଘସ୍ଥାୟୀ ଗମନାଗମନକୁ ବାସ୍ତବତାରେ ପରିଣତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ମିଳିତ ଭାବେ ଆମେ ୱାର୍ଡୱିଜାର୍ଡକୁ ନୂତନ ଶିଖରକୁ ନେଇ ଇଲେକ୍ଟ୍ରିକ୍ ଯାନ ଶିଳ୍ପ ଉତ୍କର୍ଷ ଓ ଆଗକୁ ବଢ଼ାଇ ସ୍ୱଚ୍ଛ ଓ ପାରଦର୍ଶୀ ପରିବହନର ଏକ ମାନଦଣ୍ଡ ନିର୍ଧାରଣ କରିବୁ ।’’
ୱାର୍ଡୱିଜାର୍ଡ ଗ୍ରୁପ୍‌ର ମୁଖ୍ୟ ବିତ ଅଧିକାରୀ ଶ୍ରୀ ତେଜସ ଏ ମେହତା କହିଛନ୍ତି ଯେ, “ଶିଳ୍ପର ଅଗ୍ରଣୀ ସଂସ୍ଥା ୱାର୍ଡୱିଜାର୍ଡ ଗ୍ରୁପ୍‌ରେ ଯୋଗ ଦେଇଥିବାରୁ ମୁଁ ଗର୍ବିତ । ଦେଶରେ ଇଭି ସମ୍ପ୍ରସାରଣକୁ ବଢ଼ାଇବା ପାଇଁ ଏହି ଭୂମିକା ମୋତେ ସୁଯୋଗ ଓ ଦାୟିତ୍ୱ ପ୍ରଦାନ କରୁଛି । ସବୁଜ ପରିବହନ ସ୍ୱପ୍ନକୁ ସାକାର କରିବାରେ ଦେଶ ପାଇଁ ସହାୟକ ହେବାର ୱାର୍ଡୱିଜାର୍ଡର ଉଲ୍ଲେଖନୀୟ ସମ୍ଭାବନା ରହିଛି । ଏହି ନୂତନ ରୋମାଂଚ ଯାତ୍ରା ଆରମ୍ଭ କରିବା ଏବଂ ଏକ ବୃହତର ନିରନ୍ତର ଭବିଷ୍ୟତ ସ୍ୱପ୍ନକୁ ସାକାର କରିବା ପ୍ରତି ଯୋଗଦାନ ପ୍ରଦାନ କରିବାକୁ ନେଇ ମୁଁ ରୋମାଂଚିତ ମନେ କରୁଛି ।’’
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟିର ସଭାପତି-ଅପରେସନ୍ସ ସଞ୍ଜୟ ସବ୍‌ଲୋକ କହିଛନ୍ତି ଯେ, “ଶିଳ୍ପର ଅଗ୍ରଣୀ ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍‌ର ବରିଷ୍ଠ ର‌୍ୟାଙ୍କରେ ଯୋଗ ଦେଇଥିବା ମୋ ପାଇଁ ବଡ଼ ସମ୍ମାନର ବିଷୟ । ବିଦ୍ୟୁତ ଯାନର ସମ୍ପ୍ରସାରଣ ଜରିଆରେ ଏକ ନିରନ୍ତର ଭବିଷ୍ୟତ ଆଡ଼କୁ ଦେଶକୁ ନେବା ଲାଗି ଏହି ଭୂମିକା ବଡ଼ ଦାୟିତ୍ୱ ପ୍ରଦାନ କରିଥିବା ବେଳେ ଏହା ବିପୁଳ ସୁଯୋଗକୁ ମଧ୍ୟ ଦର୍ଶାଉଛି । ବ୍ୟାପକ ସମ୍ଭାବନାକୁ ନେଇ ୱାର୍ଡୱିଜାର୍ଡ ପରିବେଶ ମିତବ୍ୟୟୀ ପରିବହନ ପ୍ରତି ଭାରତର ରୂପାନ୍ତରଣର ବାର୍ତାବହ ସାଜିଛି । ଏହି ରୂପାନ୍ତରୀତ ଯାତ୍ରା ଆରମ୍ଭ କରିବାକୁ ମୁଁ ବେଶ ଉତ୍ସାହିତ ରହିଥିବା ବେଳେ ଏକ ସ୍ୱଚ୍ଛ ଓ ସବୁଜ ଭବିଷ୍ୟତର ମିଳିତ ଲକ୍ଷ୍ୟକୁ ସାକାର କରିବା ପ୍ରତି ସମର୍ପିତ ରହିବି ।’’

Share

Leave a Reply

Your email address will not be published. Required fields are marked *

10 − 1 =