ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ଆକ୍ଟିଭା ୧୨୫ ଉନ୍ମୋଚିତ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ଆକ୍ଟିଭା ୧୨୫କୁ ଉନ୍ମୋଚନ କରଯାଇଛି ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆର ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ ଶ୍ରୀ ଆତସୁସି ଓଗାତା କହିଛନ୍ତି ଯେ, “ଏଚ୍‌-ସ୍ମାର୍ଟ ଭାରିଆଂଟ୍ ସହ ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ଆକ୍ଟିଭା ୧୨୫କୁ ଉପସ୍ଥାପନ କରିଥିବାରୁ ଆମେ ବହୁତ ଖୁସି । ଏହି ନୂଆ ମଡେଲ୍ ସହ ଆମେ ସଦ୍ୟତମ ପ୍ରଯୁକ୍ତିକୁ ବ୍ୟବହାର କରିଛୁ ଯାହା ନୂଆ ନିୟମକୁ ପାଳନ କରୁଥିବା ବେଳେ ଗ୍ରାହକମାନଙ୍କ ପାଇଁ ଏକ ଆରାମଦାୟକ ଓ ଚିନ୍ତାମୁକ୍ତ ଗାଡ଼ିଚାଳନାକୁ ନିଶ୍ଚିତ କରୁଛି । ଏଚ୍‌ଏମ୍‌ଏସ୍‌ଆଇରେ ଆମେ ଅଭିନବ ଓ ନିରନ୍ତର ଗମନାଗମନ ସମାଧାନ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ ଯାହା ଆମ ଗ୍ରାହକମାନଙ୍କ ଜୀବନରେ ଉନ୍ନତି ଆଣିବ ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ଅପରେଟିଂ ଅଫିସର ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଏଚ୍‌-ସ୍ମାର୍ଟ ସହ ୨୦୨୩ ଆକ୍ଟିଭା ୧୨୫ ର ଉନ୍ମୋଚନ ଆମ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ପଦକ୍ଷେପ ଯାହା ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବା ଏବଂ ନବସୃଜନ ପ୍ରତି ଆମ ପ୍ରତିବଦ୍ଧତାର ପ୍ରଦର୍ଶନ । ଉନ୍ନତ ପ୍ରଯୁକ୍ତି ସହ ଆମେ ଏକ ଉତ୍କୃଷ୍ଟ ଉତ୍ପାଦ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ପ୍ରତିଦ୍ୱନ୍ଦ୍ୱିତାରେ ଆମକୁ ଆଗରେ ରଖିବ ଏବଂ ଆମ ବ୍ୟବସାୟକୁ ବଢ଼ାଇବ ।’’
ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ଆକ୍ଟିଭା ୧୨୫ରେ ରହିଛି ୧୨୫ ସିସିର ପିଜିଏମ୍‌-ଏଫ୍‌ଆଇ ଇଂଜନି ଯେଉଁଥିରେ ଏନ୍‌ହାନ୍‌ସଡ୍ ସ୍ମାର୍ଟ ପାୱାରର ଶକ୍ତି ରହିଛି । ଏହା ବ୍ୟତୀତ ହୋଣ୍ଡା ଏସିଜି ଷ୍ଟାର୍ଟର, ଡି କମ୍ପ୍ରେସନ୍‌, ସ୍ୱିଙ୍ଗ୍ ବ୍ୟାକ୍‌, ଷ୍ଟାର୍ଟ ସୋଲେନୋଏଡ୍‌, ଆଇଡିଲିଂ ଷ୍ଟପ୍ ବ୍ୟବସ୍ଥା, ପ୍ରୋଗ୍ରାମ୍‌ଡ ଫୁଏଲ୍ ଇଞ୍ଜେକ୍ସନ, ଏନ୍‌ହାନ୍‌ସଡ୍ ସ୍ମାର୍ଟ ଟମବଲ୍ ପ୍ରଯୁକ୍ତି, ଇନ୍ଧନ ମିତବ୍ୟୟୀ ଟାୟାର, ଇଞ୍ଜିନ ଇନହିବିଟର ସହ ସାଇଡ୍ ଷ୍ଟାଣ୍ଡ୍‌, ଡିଜି-ଆନାଲଗ୍ ଇନଷ୍ଟ୍ରୁମେଂଟ୍ କ୍ଲଷ୍ଟର ଆଦି ସୁବିଧା ରହିଛି ।
ଗ୍ରାହକମାନଙ୍କ ସୁବିଧା ଓ ଆରାମ ଲାଗି ୨୦୨୩ ହୋଣ୍ଡା ୧୨୫ରେ ରହିଛି ହୋଣ୍ଡା ସ୍ମାର୍ଟ କି’, ଯେଉଁଥିରେ ସ୍ମାର୍ଟ ଫାଇଣ୍ଡ୍‌, ସ୍ମାର୍ଟ ଅନଲକ୍‌, ସ୍ମାର୍ଟ ଷ୍ଟାର୍ଟ, ସ୍ମାର୍ଟ ସେଫ୍ ସୁବିଧା ରହିଛି । ଏହା ବ୍ୟତୀତ ଇଞ୍ଜିନ ଷ୍ଟାର୍ଟ/ ଷ୍ଟପ୍ ସ୍ୱିଚ୍‌, ଦୁଇ ଲିଡ୍ ଇନ୍ଧନ ଖୋଲିବା ବ୍ୟବସ୍ଥା, ୧୮ ଲିଟର ଷ୍ଟୋରେଜ୍ ସ୍ଥାନ, ପାସିଂ ସ୍ୱିଚ୍‌, ଓପୋନ୍ ଫ୍ରଂଟ୍ ଗ୍ଲୋଭ୍ ବକ୍ସ ଏହାକୁ ଅତୁଳନୀୟ ଗାଡ଼ିରେ ପରିଣତ କରିଛି । ଏହାର ୩ ସୋପାନରେ ଆଡଜଷ୍ଟ କରହେଉଥିବା ଟେଲିସ୍କୋପିକ୍ ସସ୍‌ପେନ୍‌ସନ୍ ଓ ଟ୍ୟୁବଲେସ୍ ଫ୍ରିକ୍ସନ୍ ଲେସ୍ ଟାୟାର ଅତୁଳନୀୟ ଭରସାଯୋଗ୍ୟତା ପ୍ରଦାନ କରୁଛି ।

ସ୍ମାର୍ଟ, ଡିସ୍କ, ଡ୍ରମ୍ ଆଲୟ ଓ ଡ୍ରମ୍ ଭଳି ଚାରିଟି ଭାରିଆଂଟ୍ ଓ ପର୍ଲ ନାଇଟ୍ ଷ୍ଟାର୍ଟ ବ୍ଲାକ୍‌, ହେଭି ଗ୍ରେ ମେଟାଲିକ (ଡ୍ରମ୍ ଭାରିଆଂଟ୍ ରେ ଉପଲବ୍ଧ ହେବ ନାହିଁ)୍‌, ରିବେଲ୍ ରେଡ୍ ମେଟାଲିକ୍‌, ପର୍ଲ ପ୍ରିସିଅସ୍ ହ୍ୱାଇଟ୍‌୍ ଓ ମିଡ୍ ନାଇଟ୍ ବ୍ଲୁ ମେଟାଲିକ୍ ଭଳି ପାଂଚଟି ରଙ୍ଗରେ ଏହା ଉପଲବ୍ଧ ହେବ । ଏହାର ଏକ୍ସ ସୋ’ରୁମ୍ ଦାମ୍ ୭୮,୯୨୦ ଟଙ୍କାରୁ ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

one + nine =