ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ୨୦୨୩ ହାଇନେସ୍ ସିବି୩୫୦ ଓ ସିବି୩୫୦ଆର୍‌ଏସ୍ ଉନ୍ମୋଚିତ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପକ୍ଷରୁ ଓବିଡି୨ବି ନିୟମ ପାଳନ କରୁଥିବା ୨୦୨୩ ହାଇନେସ୍ ସିବି୩୫୦ ଓ ସିବି୩୫୦ଆର୍‌ଏସ୍‌ର ଶୁଭାରମ୍ଭ କରାଯାଇଛି । ଏହି ନୂଆ ମୋଟରସାଇକଲ୍ ମାର୍ଚ୍ଚ ଶେଷ ସୁଦ୍ଧା ସାରା ଭାରତରେ ଥିବା ବିଗ୍‌ୱିଙ୍ଗ୍ ଡିଲରସିପ୍‌ରେ ଉପଲବ୍ଧ ହେବ । ହାଇନେସ୍ ସିବି୩୫୦ର ମୂଲ୍ୟ ୨୦୯,୮୫୭ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ୨୦୨୩ ସିବି୩୫୦ଆର୍‌ଏସ୍‌ର ମୂଲ୍ୟ ୨୧୪,୮୫୬ ଟଙ୍କା (ଏକ୍ସ ସୋ’ରୁମ୍‌, ଦିଲ୍ଲୀ) ରହିଛି । ସିବି୩୫୦ ଗ୍ରାହକମାନଙ୍କ ଲାଗି ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ମାଇ ସିବି, ମାଇ ୱେ ନାମକ ନୂଆ କଷ୍ଟମାଇଜେସନ୍ ସେକ୍ସନ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି । ହୋଣ୍ଡା ଅସଲି ଆକ୍‌ସେସୋରି ଭାବେ ବିକ୍ରି ହେବାକୁ ଥିବା ଏହି କଷ୍ଟମ୍ କିଟ୍ ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ବିଗ୍‌ୱିଙ୍ଗ୍ ଡିଲରସିପ୍‌ରେ ଉପଲବ୍ଧ ହେବ ।
ନୂଆ ୨୦୨୩ ସିବି୩୫୦କୁ ଉନ୍ମୋଚନ କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦେଶକ ଶ୍ରୀ ଆତସୁସି ଓଗାତା କହିଛନ୍ତି ଯେ, “ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସମୟ ପୂର୍ବରୁ ନୂଆ ଉତ୍ପାଦଗୁଡ଼ିକୁ ଅପ୍‌ଗ୍ରେଡ୍ କରିବା ଲାଗି ଏଚ୍‌ଏମ୍‌ଏସ୍‌ଆଇ ଉତ୍ସାହର ସହ କାର୍ଯ୍ୟ କରିଛି । ଆଜି ଆମେ ଉନ୍ମୋଚନ କରିଛୁ ନୂଆ ଓବିଡି୨ବି ନିୟମ ପାଳନ କରୁଥିବା ୨୦୨୩ ହାଇନେସ୍ ସିବି୩୫୦ ଓ ସିବି୩୫୦ଆର୍‌ଏସ୍ ଯାହା ଭବିଷ୍ୟତ ଲାଗି ପ୍ରସ୍ତୁତ । ଶୁଭାରମ୍ଭ ହେବା ପରଠାରୁ ସିବି୩୫୦ କେବଳ ଭାରତ ନୁହେଁ ବିଶ୍ୱସ୍ତରରେ ବିପୁଳ ସମର୍ଥନ ହାସଲ କରିଛି । ଅମେ ଅତ୍ୟନ୍ତ ଆଶାବାଦୀ ଯେ ଆମ ନୂଆ ସେକ୍ସନ ମାଇଁ ସିବି, ମାଇଁ ୱେ ଅଧୀନରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କଷ୍ଟମ୍ କିଟ୍ ଆମର ନୂଆ ଓ ପୂର୍ବରୁ ଥିବା ସିବି୩୫୦ ଗ୍ରାହକଙ୍କୁ ଆହୁରି ଉଲ୍ଲସିତ କରିବ ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ଅପରେଟିଂ ଅଫିସର-ପ୍ରିମିୟମ୍ ମୋଟରସାଇକଲ୍ ବ୍ୟବସାୟ ଶ୍ରୀ ପି ରାଜାଗୋପୀ କହିଛନ୍ତି ଯେ, “ନୂଆ କଷ୍ଟମାଇଜେସନ୍ ସେକ୍ସନର ଶୁଭାରମ୍ଭ ସହ ଗ୍ରାହକମାନେ ନିଜ ଷ୍ଟାଇଲ ଚୟନ କରିପାରିବେ ଏବଂ ନିଜ ମୋଟରସାଇକଲ୍ ମାଧ୍ୟମରେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ପରିପ୍ରକାଶ କରିପାରିବେ । ସିବି୩୫୦ ପାଇଁ ଛଅ ସ୍ୱତନ୍ତ୍ର କଷ୍ଟମ କିଟ୍‌ରୁ ଆରମ୍ଭ ହୋଇଥିବା ମାଇଁ ସିବି ମାଇଁ ୱେକୁ ଆମ ଗ୍ରାହକମାନଙ୍କ ପରିବର୍ତିତ ହେଉଥିବା ଆବଶ୍ୟକତା ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଛି । ୨୦୨୩ ମାର୍ଚ୍ଚ ସୁଦ୍ଧା ବିଗ୍‌ୱିଙ୍ଗ୍ ଡିଲରସିପ୍‌ଗୁଡ଼ିକରେ ଏହି କିଟ୍ ଉପଲବ୍ଧ ହେବ । ଏବେ ଆମେ ସରକାରୀ ସମୟ ସୀମା ଶେଷ ହେବାର ବହୁ ପୂର୍ବରୁ ଓବିଡି୨ବି ନିମୟ ପାଳନ କରୁଥିବା ୨୦୨୩ ସିବି୩୫୦ ଓ ସିବି୩୫୦ଆର୍‌ଏସ୍‌କୁ ଉନ୍ମୋଚନ କରିଛୁ ।’’
ଏହି ଦୁଇ ମୋଟରସାଇକଲ୍‌ର ବୁକିଂ ସମସ୍ତ ହୋଣ୍ଡା ବିଗ୍‌ୱିଙ୍ଗ୍ ଡିଲରସିପ୍ ଓ କଂପାନିର ଅଫିସିଆଲ୍ ୱେବସାଇଟ୍‌ରେ ଆରମ୍ଭ ହୋଇଛି । ମୋଟରସାଇକଲ୍‌ରେ ଶକ୍ତିଶାଳୀ ୩୫୦ ସିସି ୪ ଷ୍ଟ୍ରୋକ୍ ଓଏଚ୍‌ସି ସିଙ୍ଗଲ ସିଲିଣ୍ଡର ଇଞ୍ଜିନ, ଆସିଷ୍ଟ୍ ଆଣ୍ଡ୍ ସ୍ଲିପ୍ କ୍ଲଚ୍‌, ଉନ୍ନତ ଡିଜିଟାଲ୍ ଆନାଲୋଗ ମିଟର, ହୋଣ୍ଡା ସିଲେକ୍ଟେବଲ୍ ଟର୍କ କଂଟ୍ରୋଲ୍‌, ହୋଣ୍ଡା ସ୍ମାର୍ଟଫୋନ୍ ଭଏସ୍ କଂଟ୍ରୋଲ୍ ସିଷ୍ଟମ୍‌, ଇଞ୍ଜିନ ଷ୍ଟପ୍ ସିଗ୍‌ନାଲ୍ ଆଦି ସୁବିଧା ରହିଛି । ୨୦୨୩ ହାଇନେସ୍

ସିବି୩୫୦ ଡିଏଲ୍‌ଏକ୍ସ, ଡିଏଲ୍‌ଏକ୍ସ ପ୍ରୋ, ଡିଏଲ୍‌ଏକ୍ସ ପ୍ରୋ କ୍ରୋମ୍ ଏବଂ ୨୦୨୩ ସିବି୩୫୦ଆର୍‌ଏସ୍ ଡିଏଲ୍‌ଏକ୍ସ, ଡିଏଲ୍‌ଏକ୍ସ ପ୍ରୋ, ଡିଏଲ୍‌ଏକ୍ସ ପ୍ରୋ ଡୁଆଲ୍ ଟୋନ୍ ଭାରିଆଂଟ୍‌ରେ ଉପଲବ୍ଧ ହୋଇଛି ।

Share

Leave a Reply

Your email address will not be published. Required fields are marked *

3 × 1 =