ଧର୍ମେନ୍ଦ୍ରଙ୍କ ଉଦ୍ଭଟ ଚିନ୍ତାଧାରା

ବିଜେପି ବିଧାୟକ ବି ସୁରକ୍ଷା ଦେଲେଣି

ଭୁବନେଶ୍ୱର () ଚିଲିକାରେ ଓାଟର ଏରୋଡ୍ରମର ପରିକଳ୍ପନା ଏକ ଉଦ୍ଭଟ ଚିନ୍ତାଧାରା । ଆଜି ଶୂନ୍ୟକାଳରେ ବିଜେଡି ବିଧାୟକ ସଂଜୟ ଦାସବର୍ମା ଏହି ଅଭିଯୋଗ କରିଛନ୍ତି । ସେ ସିଧାସଳଖ ଏହି ପରିକଳ୍ପନା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ ।
ଚିଲିକା ଉପରେ ଦୁଇ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ପରିବାର ନିର୍ଭର କରୁଥିବା ବେଳେ ବାର୍ଷିକ ୧୪ହଜାରରୁ ଅଧିକ ମେଟ୍ରିକ ଟନର ମାଛ ଉତ୍ପାଦନ ହୋଉଛି । ଏପରିକି ଚିଲିକାର ଜୈବ ବିବିଧତା ଏବଂ ଏଠାକୁ ଆସୁଥିବା ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଏବଂ ଇରାଓାଡି ଡଲଫିନ ପାଇଁ ଏକ ବିରାଟ ପର୍ଯ୍ୟଟନ ଶିଳ୍ପ ଗଢିଉଠିଛି । କିନ୍ତୁ ଏହାକୁ ଧ୍ୱଂସ କରିଦେବାକୁ ଯୋଜନା ହେଉଛି । ଓାଟର ଏରୋଡ୍ରମ ଏବଂ ସି-ପ୍ଲେନ ପାଇଁ ଚିଲିକା ତାର ସୌନ୍ଦର୍ଯ୍ୟ ହରାଇବ । ନଳବଳର ସୌନ୍ଦର୍ଯ୍ୟ ଏବଂ ଏଠାକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କୁ ଦେଖି ଓଡିଶା ଗସ୍ତରୁ ଫେରି ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଏହାକୁ ଏକ ଜାତୀୟ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ ବୋଲି ସେ କହିଥିଲେ ।
ଚିଲିକାର ମାଟି ପାଣି ପବନରେ ଜନ୍ମ ହୋଇନଥିବା ଏବଂ ଚିଲିକା ମାଟିର ବାସ୍ନା ପାଇନଥିବା ଜଣେ ବ୍ୟକ୍ତି ହିଁ ଏଭଳି ଉଦ୍ଭଟ ଚିନ୍ତା କରିପାରେ । ଚିଲିକା ସଂପର୍କରେ ପୂର୍ବତନ ବିଧାୟକ ବିଶ୍ୱଭୂଷଣ ହରିଚନ୍ଦନ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବର୍ତ୍ତମାନ ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ ହିଁ କହିପାରିବେ । କିନ୍ତୁ ବିଜେପିର ଦୁଇ ବରିଷ୍ଠ ନେତାଙ୍କ ଉପରେ ଓାଟର ଏରୋଡ୍ରମର ଆବଶ୍ୟକତାର ଉଦ୍ଭଟ ପରିକଳ୍ପନା ଲଦିଦିଆଯାଉଛି । ଯେଉଁଥିପାଇଁ ସେମାନେ ଅନୌପଚାରିକ ଭାବେ ଏଭଳି ପରିକଳ୍ପନାକୁ ପସନ୍ଦ କରୁନଥିଲେ ବି ନିଜ ଦଳର କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ କରିପାରୁନାହାଁନ୍ତି ବୋଲି ସଂଜୟ କହିଥିଲେ । ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ମଧ୍ୟ ଏହି ୱାଟର ଏରୋଡ୍ରମ ପ୍ରସ୍ତାବକୁ ନେଇ ଧର୍ମେନ୍ଦ୍ରଙ୍କୁ ଉପରେ ବର୍ଷିଥିଲେ ।
ସବୁଠାରୁ କୌତୁହଳର ବିଷୟ ହେଉଛି, ସଂଜୟଙ୍କ ପରେ ଚିଲିକା ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ ଗୃହରେ ନିଜ ବିବୃତି ରଖିଥିଲେ । ସମସ୍ତେ ଆଶା କରିଥିଲେ ସେ ନିଶ୍ଚିତ ଭାବେ କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷାରେ ଆଗେଇ ଆସିବେ । ଏପରିକି ଓାଟର ଏରୋଡ୍ରମ ସପକ୍ଷରେ ଯୁକ୍ତି ବାଢିବେ । କିନ୍ତୁ ସେ ଓାଟର ଏରୋଡ୍ରମ ପ୍ରସଙ୍ଗକୁ ଆଦୌ ଛୁଇଁ ନଥିଲେ । ବରଂ ସେ ଅନ୍ୟ ପ୍ରସଙ୍ଗରେ ନିଜର ବିବୃତି ରଖିଥିଲେ ।
Share

Leave a Reply

Your email address will not be published. Required fields are marked *

ten − one =