ୱାଟର ଏରୋଡ୍ରମ ପ୍ରସ୍ତାବ ବସ୍ତାଵଧର୍ମୀ ନୁହେଁ

ଭୁବନେଶ୍ୱର () ଚିଲିକାରେ ୱାଟର ଏରୋଡ୍ରମ ଯାତ୍ରୀଙ୍କୁ ବିପଦ ଓ ଏହି ହ୍ରଦର ଜୈବ ବିଭିଦତାକୁ ବିପଦ । ଚିଲିକାରେ ୱାଟର ଏରୋଡ୍ରମ ପ୍ରତିଷ୍ଠା ପ୍ରସଙ୍ଗରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଏଭଳି ରିପୋର୍ଟ ଦେଇଛି । ଚିଲିକାରେ ୱାଟର ଏରୋଡ୍ରୋମ ହେଲେ କିମ୍ବା ସି-ପ୍ଲେନ ଲ୍ୟାଣ୍ଡ କଲେ ଏସିଆ ମହାଦେଶର ଏହି ସର୍ବବୃହତ ଲବଣାକ୍ତ ହ୍ରଦର ଜୈବ ବିବିଧତା ଧ୍ୱଂସ ହେବ । ଏଥିସହ ଏହା ଉପରେ ନିର୍ଭର କରୁଥିବା ମତ୍ସଜୀବୀଙ୍କ ଜୀବନ ଜୀବିକା ବ୍ୟାପକ ଭାବେ ପ୍ରଭାବିତ ହେବ । ସି-ପ୍ଲେନ ଯୋଜନା ପାଇଁ ଯେତିକି ଅର୍ଥ ଖର୍ଚ୍ଚ ହେବ ତାହା ଏହି ହ୍ରଦର ହେବାକୁ ଥିବା କ୍ଷତି ତୁଳନାରେ ଅପୁରାଣୀୟ । ଏହିଦୃଷ୍ଟିରୁ ଚିଲିକାରେ ଆଇନତଃ ଓାଟର ଏରୋଡ୍ରମ କିମ୍ବା ସି-ପ୍ଲେନ ଲ୍ୟାଣ୍ଡିଂ ବ୍ୟବସ୍ଥା ବାସ୍ତବଧର୍ମୀ ନୁହେଁ ।
ଚିଲିକାରେ ୱାଟର ଏରୋଡ୍ରମ ଏବଂ ସି-ପ୍ଲେନ ସଂପର୍କରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଥିଲେ । ଏହି ରିପୋର୍ଟରେ ସିଡିଏ ରିପୋର୍ଟରେ ଦର୍ଶାଯାଇଛି ଯେ, ଚିଲିକାର ପର୍ଯ୍ୟଟନ ମୁଖ୍ୟତଃ ବିଲୁପ୍ତପ୍ରାୟ ଇରାଓାଡି ଡଲଫିନ ଉପରେ ନିର୍ଭରଶୀଳ । ବର୍ତ୍ତମାନ ଚିଲିକାରେ ୧୫୭ଟି ଇରାଓାଡି ଡଲଫିନ ଅଛନ୍ତି । ଗତ କିଛି ବର୍ଷ ଧରି ଡଲଫିନ ସଂଖ୍ୟା କ୍ରାମଗତ ଭାବେ ବୃଦ୍ଧି ପାଉଛି । ଏହି ଡଲଫିନ ଶବ୍ଦ ପ୍ରଦୂଷଣକୁ ପସନ୍ଦ କରନ୍ତି ନାହିଁ ଏବଂ ଉଚ୍ଚ ଶବ୍ଦ ସେମାନଙ୍କ ପ୍ରଜନନକୁ ପ୍ରଭାବିତ କରିଥାଏ । ଫଳରେ ଚିଲିକାରେ ସି-ପ୍ଲେନ ଲ୍ୟାଣ୍ଡିଂ ସାତପଡା ଓ ଚିଲିକାର ପର୍ଯ୍ୟଟନ ଶିଳ୍ପ ଉପରେ ମୃତ୍ୟୁ ଘଣ୍ଟି ସଦୃଶ୍ୟ ବୋଲି ସେ କହିଛନ୍ତି ।
ଚିଲିକାରୁ ବାର୍ଷିକ ୧୪ହଜାର ମେଟ୍ରିକ ଟନ ମାଛ ଉତ୍ପାଦନ ହେଉଥିବା ବେଳେ ଏହା ଉପେର ୨ଲକ୍ଷ ମତ୍ସ୍ୟଜୀବୀ ନିର୍ଭରଶୀଳ । ଚିଲିକାର ଗର୍ବ ହୋଉଛି ଚିଙ୍ଗୁଡି ଓ ଏମ.ସେଫାଲସ (ମାଛ ଦଳ) । ଓାଟର ଏରୋଡ୍ରମ ଦ୍ୱାରା ଏହା ପ୍ରଭାବିତ ହେବାର ମଧ୍ୟ ଆଶଙ୍କା ରହିଛି ।
ଏହା ଏକ ରାମସାର ସାଇଟ ହୋଇଥିବାରୁ ଚିଲିକା ଉପରେ ୱେଟଲ୍ୟାଣ୍ଡ କନଜରଭେସନ ଆଣ୍ଡ ମ୍ୟାନେଜମେଣ୍ଟ ଆଇନ ୨୦୧୭ ଲାଗୁ ହେଉଛି । ହ୍ରଡରେ ୱାଟର ଏରୋଡ୍ରମ ନିର୍ମାଣ ଏହି ଆଇନର ଉଲଂଘନ କରୁଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଗତ ୨୦୦୮ ଜୁନ ୧୭ ତାରିଖରେ ଜାରି କରିଥିବା ଏକ ନିର୍ଦ୍ଦେଶନାମା ମଧ୍ୟ ହ୍ରଦରେ କୌଣସି ପ୍ରକାର ଭାସମାନ ପ୍ଲାଟଫର୍ମକୁ ବିରୋଧ କରୁଛି । ଚିଲିକାରେ ସି-ପ୍ଲେନ ଲ୍ୟାଣ୍ଡ ସମୟରେ ପର୍ଯ୍ୟଟକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି । ଚିଲିକାକୁ ବିଭିନ୍ନ ପ୍ରଜାତୀର ୨୩୦ ପ୍ରଜାତିର ୧୦ ଲକ୍ଷରୁ ଅଧିକ ପକ୍ଷୀ ଆସିଥାନ୍ତି । ସି-ପ୍ଲେନ ଉଡିଲେ ପକ୍ଷୀମାନେ ଇଂଜିନରେ ଛନ୍ଦି ହେବାର କିମ୍ବା ପ୍ଲେନ ସହ ବାଡେଇ ହେବାର ଆଶଙ୍କା ରହିଛି । ଏହା ପ୍ଲେନରେ ଯାତାୟତ କରୁଥିବା ଯାତ୍ରୀଙ୍କ ପ।।ଇଁ ମଧ୍ୟ ବିପଦଜ୍ଜନକ ବୋଲି ସିଡିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

9 + 17 =