ଟାଟା ଷ୍ଟିଲ୍ ମାଇନିଂକୁ ସିଆଇଆଇ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ (ଏସ୍‌ଏଚ୍‌ଇ) ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପୂର୍ବାଚଂଳ ପକ୍ଷରୁ କୋଲକାତାରେ ଆୟୋଜିତ ୧୭ତମ ସୁରକ୍ଷା ସିମ୍ପୋଜିୟମ୍ ଓ ଏକ୍ସପୋଜିସନ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ମାଇନିଂର ସୁକିନ୍ଦା କ୍ରୋମାଇଟ୍ ଖଣିକୁ ସମ୍ମାନଜନକ ସିଆଇଆଇ ଏସ୍‌ଏଚ୍‌ଇ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି । ଏକ ସୁରକ୍ଷିତ ଓ ଦୀର୍ଘସ୍ଥାୟୀ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଲାଗି ରହିଥିବା ପ୍ରତିବଦ୍ଧତା ପାଇଁ ଖଣି କ୍ଷେତ୍ରରେ ଟାଟା ଷ୍ଟିଲ୍ ମାଇନିଂକୁ ଆଂଚଳିକ ସ୍ତରର ବିଜେତା ଭାବେ ପୁରସ୍କୃତ କରାଯାଇଛି ।
ଟାଟା ଷ୍ଟିଲ୍ ମାଇନିଂ ତରଫରୁ କଂପାନିର ସହକାରୀ ମହାପ୍ରବନ୍ଧକ (ଏସ୍‌ଏଚ୍‌ଇ) ଠାକୁର ଅଜୟ କୁମାର ବିଶ୍ୱମ୍ବରନାଥ, ଡିଭିଜନାଲ୍ ମ୍ୟାନେଜର (ପ୍ଳାଂଟ୍‌) ଶୁଭେନ୍ଦୁ ନସ୍କର ଓ ପ୍ରବନ୍ଧକ (ଖଣି) ମହମ୍ମଦ ମୁଜାହିଦ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ପରିବେଶ, ସାମାଜିକ ଓ ଗଭର୍ଣ୍ଣାସ୍ (ଇଏସ୍‌ଜି) ପ୍ରଦର୍ଶନର ସାମଗ୍ରିକ ଲକ୍ଷ୍ୟ ହାସଲ କରିବା ଲାଗି ପରିବେଶ, ସ୍ୱାସ୍ଥ୍ୟ ଓ ସୁରକ୍ଷା (ଇଏଚ୍‌ଏସ୍‌) ପ୍ରଫେସନାଲ୍‌ମାନେ କିଭଳି ସଂସ୍ଥାର ବୃତିଗତ ସ୍ୱାସ୍ଥ୍ୟ ଓ ସୁରକ୍ଷା (ଓଏଚ୍‌ଏସ୍‌) ପରିଚାଳନାକୁ ଆଗକୁ ବଢ଼ାଇପାରିବେ ତାହା ଉପରେ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବ୍ୟାପକ ଆଲୋଚନା ହୋଇଥିଲା ।

ଏହି ଅବସରରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍‌ଏମ୍‌ଏଲ୍‌)ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ଆମ ଶ୍ରମଶକ୍ତିର ଉନ୍ନତି ସହିତ ପରିବେଶ ଉପରେ ପ୍ରଭାବ କମ୍ କରିବା ଲାଗି ଆମେ ସର୍ବଦା ପ୍ରତିବଦ୍ଧ ରହିଛୁ । ଆମ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ନିୟମର ଉଚ୍ଚତର ମାନକକୁ ବଜାୟ ରଖିବା ଲାଗି ଆମର ନିରନ୍ତର ଉଦ୍ୟମକୁ ମାନ୍ୟତା ପ୍ରଦାନ କରିଥିବା ବିଚାରକ ମଣ୍ଡଳୀଙ୍କୁ ମୁଁ କୃତଜ୍ଞତା ଜଣାଉଛି ।ଏହି ପୁରସ୍କାର ଆହୁରି ଉନ୍ନତି ଆଣିବା ଲାଗି ଆମ ଟିମ୍‌କୁ ଉତ୍ସାହିତ କରିବ । କଂପାନି ଏହାର ସମସ୍ତ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ବିଚାରକୁ ସମନ୍ୱିତ କରିବା ଜାରି ରଖିବ ।’’

କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଟାଟା ଷ୍ଟିଲ୍ ମାଇନିଂ ସଦାସର୍ବଦା ବିଶ୍ୱର ଶ୍ରେଷ୍ଠ ଅଭ୍ୟାସ ଓ ଅଭିନବ ଦୃଷ୍ଟିକୋଣକୁ ପାଳନ କରୁଛି । କଂପାନିର ଦୃଢ଼ ସୁରକ୍ଷା ପ୍ରୋଟୋକଲ୍‌, କର୍ମଚାରୀଙ୍କ ତାଲିମ କାର୍ଯ୍ୟକ୍ରମ ଓ ବ୍ୟାପକ ପରିବେଶ ପରିଚାଳନା ବ୍ୟବସ୍ଥା ଏହାର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

Share

Leave a Reply

Your email address will not be published. Required fields are marked *

seven + eight =