ଇତିହାସ ରଚିଲା ଇସ୍ରୋ : ଜହ୍ନରେ ଲେଖା ହେଲା ଭାରତ ନାଁ

ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରୟାନ ୩ । ବିଶ୍ୱର ପ୍ରଥମ ଦେଶ ଭାବେ ଇତିହାସ ଚନ୍ଦ୍ରର ଦକ୍ଷିଣ ମେରୁରେ ରଚିଲା ଭାରତ । ସଫଳ ଲ୍ୟାଣ୍ଡିଂ ନେଇ ଘୋଷଣା କଲେ ଇସ୍ରୋ ମୁଖ୍ୟ ।ଇତିହାସ ରଚିଛି ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଇସ୍ରୋର ଚନ୍ଦ୍ରଯାନ-୩ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଏପରି ସଫଳତା ହାସଲ କରିବାରେ ଭାରତ ବିଶ୍ବର ୪ର୍ଥ ମହାକାଶ ସଂସ୍ଥାରେ ପରିଣତ ହୋଇଛି । ପୂର୍ବରୁ ଆମେରିକା, ରୁଷ, ଚୀନ ଓ ୟୁରୋପୀୟ ମହାକାଶ ସଂସ୍ଥା ଏହି ସଫଳତା ହାସଲ କରିଛନ୍ତି ।ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଭାରତର ଉଦୟର କ୍ଷଣ ବୋଲି ସେ କହିଛନ୍ତି ।ଇସ୍ରୋ ଗତ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ପଠାଇଥିଲା । ଏହାଭାରତର ୩ୟ ଚନ୍ଦ୍ର ମିସନ । ଏହା ପୂର୍ବରୁ ୨୦୦୮ରେ ଚନ୍ଦ୍ରଯାନ-୧ ଓ ୨୦୧୯ରେ ଚନ୍ଦ୍ରଯାନ-୨ ପ୍ରେରଣ କରିଥିଲା ।
୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତ ଚନ୍ଦ୍ରଯାନ-୧ର ଉତକ୍ଷେପଣ କରିଥିଲା। ଏହା ଥିଲା ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ। ଚନ୍ଦ୍ରଯାନ-୧ ଏକ କକ୍ଷପଥ ଅଭିଯାନ ଥିଲା। ଅର୍ଥାତ୍ ଏହାର କାମ କେବଳ ଚନ୍ଦ୍ରଚାରିପଟେ ବୁଲିବା ଥିଲା। ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ ଜଳ ଅଣୁ ଆବିଷ୍କାର କରିଥିଲା । ଇସ୍ରୋ ୨୦୧୯ରେ ଚନ୍ଦ୍ରଯାନ-୨ ଅଭିଯାନ ଆରମ୍ଭ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ଚନ୍ଦ୍ରର ଉତ୍ପତ୍ତି ଓ ବିକାଶ କୁ ବୁଝିବା ପାଇଁ ଏକ ବିସ୍ତୃତ ଅଧ୍ୟୟନ କରିବା । ଚନ୍ଦ୍ରଯାନ-୨ ଚନ୍ଦ୍ରରେ ରୋଭର ଅବତରଣ କରିବାର ଥିଲା, କିନ୍ତୁ ୭ ସେପ୍ଟେମ୍ବର ୨୦୧୯ରେ ଲ୍ୟାଣ୍ଡର ବିକ୍ରମ ସ୍ଥଳ ନିୟନ୍ତ୍ରଣ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଓ ତାହା ହାର୍ଡ ଲାଣ୍ଡିଂ କରିଥିଲା । ତେବେ ଅର୍ବିଟର ଏବେ ବି କାର୍ଯ୍ୟକ୍ଷମ ରହିଛି ଏବଂ ଚନ୍ଦ୍ର ବିଷୟରେ ତଥ୍ୟ ଦେଉଛି।

Share

Leave a Reply

Your email address will not be published. Required fields are marked *

eighteen + fourteen =