ବିଜେପି କାହିଁକି ସିବିଆଇ ତଦନ୍ତ ଦାବି କରୁଛି, ପ୍ରେସମିଟରେ ଉତ୍ତର ରଖିଲେ ପ୍ରମିଳା

ଭୁବନେଶ୍ୱର: ରାଜ୍ୟରେ ଯେବେ ବି ବଡ଼ ଘଟଣା ଘଟୁଛି ବିରୋଧୀମାନେ ସେତେବେଳେ ମନ୍ତ୍ରୀଙ୍କୁ ଛନ୍ଦୁଛନ୍ତି । ସେ ପରୀ ଘଟଣା ହେଉ ବା ମାହାଙ୍ଗା ଡବଲମର୍ଡର ହେଉ । ସବୁ ଘଟଣାରେ ବିଜେଡି ମନ୍ତ୍ରୀଙ୍କ ଉପରକୁ କାଦୁଅ ଫୋପାଡ଼ୁଛନ୍ତି ବିରୋଧୀ । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବୋଲାଉଥିବା ବିଜେପି ସବୁ ଘଟଣାରେ ସିବିଆଇ ତଦନ୍ତ ଦାବି କରୁଛି । ଆଉ ରାଜ୍ୟ ପୋଲିସ ହେଉ ବା ତଦନ୍ତକାରୀ ସଂସ୍ଥା ଉପରେ ଭରଷା ନଥିବା ଅଭିଯୋଗ କରୁଛନ୍ତି । ତେବେ ଏହାର ଉତ୍ତର ରଖିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ସେ କହିଛନ୍ତି କି, ସିବିଆଇ କେନ୍ଦ୍ର ସରକାରଙ୍କ ହାତରେ ରହିଛି । ଏଣୁ ବିଜେପି ସରକାର ଅଧିନରେ ଥିବା ତଦନ୍ତକାରୀ ସଂସ୍ଥା ବିଜେପି ସପକ୍ଷରେ ଯିବ ବୋଲି ସେ ଉତ୍ତର ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − 15 =