ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି

ଭୁବନେଶ୍ବର:  ଏମ୍ସ ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ଭାରତର ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ା ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ “ନମସ୍କାର ସମସ୍ତଙ୍କୁ ଶୁଭ ସକାଳ, ମୁଁ ବହୁତ ଖୁସୀ ଓଡିଶା ଆସି | କାରଣ ଓଡିଶା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଦେଶ | କୃତି ଛାତ୍ରଛାତ୍ରୀଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା” | ଏମିତି କହି ଉପ ରାଷ୍ଟ୍ରପତି ଓଡିଆରେ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ | ଦେଶରେ ଅଦ୍ୟାବଧି ୨୨ ଟି ଏମ୍ସ ସ୍ଥାପନ ହୋଇଥିବା ସୂଚନା ଦେବା ସହ ପ୍ରଥମ ପର୍ଯ୍ୟାୟରେ ସ୍ଥାପିତ ୬ ଟି ଏମ୍ସ ମଧ୍ୟରୁ ଭୁବନେଶ୍ୱର ଏମ୍ସ ସର୍ବୋତ୍କୃଷ୍ଟ ବୋଲି ଉପ ରାଷ୍ଟ୍ରପତି କହିଥିଲେ | ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପୂର୍ବ ଭାରତର ଏକ ଅଗ୍ରଣୀ ଅନୁଷ୍ଠାନ ହୋଇପାରିଥିବାରୁ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ | ଦେଶରେ ଡାକ୍ତରଙ୍କ ଅଭାବ ରହିଥିବା ଉଦବେଗର ବିଷୟ | ଡାକ୍ତରଙ୍କ ସଂଖ୍ୟା କିଭଳି ବୃଦ୍ଧି ପାଇବା ସେ ଦିଗରେ ସରକାର, ସ୍ଵେଛାସେବୀ ସଂଗଠନ ଓ କର୍ପୋରେଟମାନେ ଉଦ୍ୟମ କରିବାକୁ ଆହ୍ୱାନ ସେ ଦେଇଥିଲେ | କେରଳର ଜଣେ ନର୍ସିଙ୍ଗ ଛାତ୍ରୀ ସମାବର୍ତ୍ତନ ଉତ୍ସବରେ ୧୧ ଟି ମେଡାଲ ପାଇଥିବାରୁ ସେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ା ଭୂବନେଶ୍ୱର ଏମ୍ସର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ସମେତ ଓଡିଶା ରାଜ୍ୟପାଳ ଗଣେଶି ଲାଲ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଯେ.ପି.ନଡ୍ଡା, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ଭୁବନେଶ୍ୱର ସାଂସଦ ଡ. ପ୍ରସନ୍ନ ପାଟଶାଣୀ ପ୍ରମୁଖ ଯୋଗ ଦେଇଥିଲେ | ଏହି ସମାବର୍ତ୍ତନ ଉତ୍ସବରେ ଏମ୍ସର ୨୪ ଜଣ କୃତ୍ତି ଛାତ୍ରଙ୍କୁ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଥିବା ବେଳେ ୧୦୬ ଜଣଙ୍କୁ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରାଯାଇଛି |

Share

Leave a Reply

Your email address will not be published. Required fields are marked *

one × one =