ସୋନି ଇଣ୍ଡିଆ ପକ୍ଷରୁ ଦୁଇଟି ନୂଆ ଆଲ୍‌ଫା ୭ସି ସିରିଜ୍ କ୍ୟାମେରା ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଆଲ୍‌ଫା ୭ ସିରିଜ୍‌ରେ ଦୁଇଟି ନୂଆ କ୍ୟାମେରାକୁ ଉନ୍ମୋଚନ କରାଯାଇଛି ଯେଉଁଥିରେ କମ୍ପାକ୍ଟ ପୁରା ଫ୍ରେମ୍ ତଥା ବଦଳାଇ ହେଉଥିବା ଲେନ୍ସ କ୍ୟାମେରା ଆଲ୍‌ଫା ୭ସି ୨ ଓ ଆଲ୍‌ଫା ୭ସିଆର୍ ରହିଛି ।
ଆଲ୍‌ଫା ୭ସି୨ରେ ରହିଛି ଏକ୍ସମର ଆର ସିଏମ୍‌ଓଏସ୍ ସେନ୍ସର ଓ ବିଆଇଓଏନ୍‌ଜେଡ୍ ଏକ୍ସଆର୍ ଇମେଜ୍ ପ୍ରୋସେସିଂ ଇଂଜିନ ଯାହା ସ୍ଥିର ଚିତ୍ରଠାରୁ ଆରମ୍ଭ କରି ସିନେମା ଆଦିକୁ ସୁଟ୍ କରିବାରେ ସହାୟକ ହେବ । ବ୍ୟବହାରକାରୀମାନେ ଭ୍ରମଣ ଓ ଦୈନନ୍ଦୀନ ଫଟୋ ଉଠାଇବା ବେଳେ ଉଚ୍ଚ ଗୁଣ ମାନର ଫଟୋ ପାଇପାରିବେ । ଏହା ୨୨% ହାଲୁକା ହୋଇଥିବା ବେଳେ ୪୫% କମ୍ ଭାଲ୍ୟୁ ରହିଛି । ଏଥିରେ ଅତ୍ୟଧିକ ସମ୍ବେଦନଶୀଳ ଓ କୋଳାହଳ ମୁକ୍ତ ସୁଟିଂ କରିହେବ ।
ସେହିପରି, ଆଲ୍‌ଫା ୭ସିଆର୍‌ରେ ଏକ୍ସମ୍‌ର ଆର ସିଏମ୍‌ଓଏସ୍ ସେନ୍ସର ଓ ବିଆଇଓଏନ୍‌ଜେଡ୍ ଏକ୍ସଆର୍ ଇମେଜ୍ ପ୍ରୋସେସିଂ ଇଂଜିନ ରହିଛି ଯାହା ଏଚ୍‌ଡି ଫଟୋ ଉଠାଇବାରେ ସହାୟକ ହେବ । ଏହା ୨୯% ହଳଉକା ହୋଇଥିବା ବେଳେ ୫୩% କମ୍ ଭଲ୍ୟୁମର । ଏଥିରେ ପିକ୍ସେଲ୍ ସିଫ୍‌ଟ ମଲ୍‌ଟି ସୁଟିଂ ସୁବିଧା ରହିଛି ଯାହା ଏକାଧିକ ଫଟୋ ଉଠାଇହେବ ଓ ତାହାକୁ ପିିସିରେ ନେଇ ଗୋଟିଏ ଫଟୋ ତିଆରି କରାଯାଇପାରିବ ।
ଉଭୟ କ୍ୟାମେରା ଆକାରରେ ଛୋଟ ହୋଇଥିବା ବେଳେ ଯେକୌଣସି ସ୍ଥାନକୁ ସହଜରେ ନେଇହେବ । ଉଭୟ କ୍ୟାମେରାରେ ଆର୍ଟିଫିସିଆଲ ଇଂଟେଲିଜେନ୍ସର ଶକ୍ତି ଥିବା ପ୍ରୋସେସିଂ ୟୁନିଟ୍ ରହିଥିବାରୁ ପ୍ରତିଟି ବିଷୟକୁ ଏହା ଭଲ ଭାବେ ଚିହ୍ନଟ କରିପାରିବ । ଚଢ଼େଇ, କିଟ, କାର, ଟ୍ରେନ ଓ ବିମାନକୁ ସହଜରେ ଚିହ୍ନଟ କରାଯାଇପରିବ ।
ଏଥିରେ ଅତି ଉନ୍ନତ ଓ ଚମତ୍କାର ଭିଡିଓ ଉତୋଳନ କରିହେବ । କ୍ୟାମେରାରେ ଟଚ୍‌ସ୍କ୍ରିନ୍ ଥିବା ଏଲ୍‌ସିଡି ମନିଟର ଥିବାରୁ ତାହାକୁ ପରିଚାଳନା କରିବା ବେଶ ସହଜ । ଏହାକୁ କ୍ରିଏଟର୍ସ ଆପ୍ ଜରିଆରେ ସୁବିଧାରେ ସ୍ମାର୍ଟଫୋନ୍ ସହ ଯୋଡ଼ି ହେବ ଏବଂ ସହଜରେ ଭିଡିଓ ଓ ଚିତ୍ର ଅପ୍‌ଲୋଡ୍ କର।।ଯାଇପାରିବ ।
ସମସ୍ତ ସୋନି ସେଂଟର, ଆଲ୍‌ଫା ଫ୍ଲାଗ୍‌ସିପ୍ ଷ୍ଟୋର୍‌, ସୋନିର ସ୍ୱୀକୃତିପ୍ରାପ୍ତ ଡିଲରସିପ୍‌, ଇ-କମର୍ସ ୱେବସାଇଟ୍ ଏବଂ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍‌ରୁ ଫୋନ୍‌ଗୁଡ଼ିକୁ କିଣିହେବ । ଏଥିରେ ତିନିଟି ମଡେଲ୍ ରହିିଛି ଯାହାର ମୂଲ୍ୟ ୨ ଲକ୍ଷ ୧୪,୯୯୦ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଫୋନ୍‌ଗୁଡ଼ିକ କଳା ଓ ରୌପ୍ୟ ରଙ୍ଗରେ ଉପଲବ୍ଧ ହୋଇଛି । ୨୦୨୩ ନଭେମ୍ବର ୩ ତାରିଖଠାରୁ ଏହା ବିକ୍ରି ଲାଗି ଉପଲବ୍ଧ ହେବ । ଆଇଏଲ୍‌ସିଇ-୭ସିଆର୍‌ର ଦାମ୍ ଘୋଷଣା କରାଯାଇନାହିଁ ।

Share

Leave a Reply

Your email address will not be published. Required fields are marked *

11 − nine =