କ୍ୟାମ୍ପସ୍ ଆକ୍ଟିଭ୍‌ଓୟାର ପକ୍ଷରୁ କିଙ୍ଗ ଓ ସୋନମ ବାଜ୍‌ୱାଙ୍କୁ ନେଇ “ମୁଭ୍ ୱିଥ୍ ସ୍ୱାଗ୍‌” ଅଭିଯାନର ବ୍ରାଣ୍ଡ୍ ସିନେମା ଉନ୍ମୋଚିତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ସ୍ପୋର୍ଟସ୍ ଓ ଆଥିଲିଜର୍ ଫୁଟ୍‌ଓୟାର ବ୍ରାଣ୍ଡ୍ କ୍ୟାମ୍ପସ୍ ଆକ୍ଟିଭ୍‌ଓୟାର ପକ୍ଷରୁ “ମୁଭ୍ ୱିଥ୍ ସ୍ୱାଗ୍‌” ନୂଆ ବ୍ରାଣ୍ଡ୍ ସିନେମାକୁ ଉନ୍ମୋଚନ କରାଯାଇଛି । ହିପ୍‌-ହପ୍ ତାରକା କିଙ୍ଗ ଓ ଅଭିନେତ୍ରୀ ସୋନମ ବାୱଜାଙ୍କୁ ନେଇ ଏହି ସିନେମା ପ୍ରସ୍ତୁତ କରାଯାଇଛି ଯେଉଁଥିରେ କଂପାନିର କ୍ୟାମ୍ପସ୍ ଓଜି, ନିଟ୍ରୋଫ୍ଲାଏ ଓ ଏୟାର କ୍ୟାପ୍‌ସୁଲ୍ ଜୋତା ସମ୍ଭାରକୁ ପ୍ରଦର୍ଶିତ କରାଯାଇଛି । ଏହି ଅଭିଯାନର ଟ୍ୟାଗ୍‌ଲାଇନ୍ ହେଉଛି “ମୁଭ୍ ୱିଥ୍ ସ୍ୱାଗ୍‌’ ।
କ୍ୟାମ୍ପସ ଓଜି ସମ୍ଭାର ହେଉଛି ନିଜର ଯୁବ ସୁଲଭ ଗୁଣକୁ ପରିପ୍ରକାଶ କରିବାର ଏକ ମାଧ୍ୟମ ଯେଉଁଥିରେ ନିଜର ବ୍ୟକ୍ତିତ୍ୱକୁ ବିଶ୍ୱାସର ସହ ପ୍ରତିଫଳିତ କରିହେଉଛି । ସେହିପରି ନାଇଟ୍ରୋଫ୍ଲାଏ ବର୍ଗମାଳାରେ ନାଇଟ୍ରୋଫ୍ଲାଏ ପ୍ରଯୁକ୍ତି ରହିଛି ଯାହା ଟ୍ୟାଗ୍‌ଲାଇନ୍ ହେଉଛି “ନୂଆ ଉଡ଼ିବା ହେଉଛି ଦୌଡ଼ିବା” । ନାଇଟ୍ରୋବୁଷ୍ଟ୍ ହେଉଛି ଏକ ବୈପ୍ଳବିକ ମିଡ୍ ସୋଲ୍ ଜୋତା ତାହା ବାଉନ୍‌ସ ହେବା ସହ ଉଚ୍ଚ ଶକ୍ତି ପ୍ରଦାନ କରିବ । ଏବେ ସେଥିରେ ଏୟାର ଟର୍ବୋ ପ୍ରଯୁକ୍ତି ବ୍ୟବହାର କରାଯାଇଛି ଯାହା ଆପଣଙ୍କ ପାଦକୁ ସତେଜ ରଖିବା ସହିତ ଦିନ ସାରା ଆରାମ ପ୍ରଦାନ କରିବ । ଏୟାର କ୍ୟାପ୍‌ସୁଲ୍ ପ୍ରୋ ଟେକ୍ ବର୍ଗମାଳା ଗୋଇଠି ଅଂଚଳରେ କୁସନ ପ୍ରଦାନ କରୁଛି ଯାହା ମାଂଶପେଶୀ, ଗଣ୍ଠି ଆଦିକୁ ସୁରକ୍ଷା ପ୍ରଦାନ କରିବ ।
କ୍ୟାମ୍ପସ ଆକ୍ଟିଭ୍‌ଓୟାରର ଚିଫ୍ ମାର୍କେଟିଂ ଅଫିସର ଶ୍ରୀ ପ୍ରେରଣା ଅଗ୍ରୱାଲ କହିଛନ୍ତି ଯେ, “ସୋନମ ବାଜ୍‌ୱା ଓ କିଙ୍ଗଙ୍କୁ ଏକାଠି ଆଣିବା ଆମ ପାଇଁ ଏକ ଉପଯୁକ୍ତ ପସନ୍ଦ ଥିଲା । ସେମାନେ ହେଉଛନ୍ତି ବ୍ୟକ୍ତିତ୍ୱ, ଆତ୍ମ ପ୍ରକାଶ ଓ ଏକ ଫେସନ ଭାବର ପ୍ରତୀକ ଯାହା ଆମର “ମୁଭ ୱିଥ୍ ସ୍ୱାଗ” ସହ ବେଶ ଖାପଖାଉଛି । ସମସ୍ତଙ୍କ ପାଇଁ ଆକର୍ଷଣୀୟ ମୂଲ୍ୟରେ ଆମ ଜୋତାରେ ପ୍ରଯୁକ୍ତି ଓ ଫେସନକୁ ଏକତ୍ରୀତ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତା ଏହି ଅଭିଯାନରେ ପ୍ରତିଫଳିତ ହୋଇଛି । ବ୍ୟକ୍ତିତ୍ୱ ଓ ଆତ୍ମ ପ୍ରକାଶର ଗୁରୁତ୍ୱ ବଢ଼ିଥିବାରୁ ଆମ ଗ୍ରାହକମାନେ ସେମାନଙ୍କ ଜୋତାରେ ସଶକ୍ତ ଓ ବିଶ୍ୱାସପୂର୍ଣ୍ଣ ଅନୁଭବ କରନ୍ତୁ ବୋଲି ଆମେ ଚାହୁଛୁ ।”
ୱାଣ୍ଡରଲ୍ୟାବ ଇଣ୍ଡିଆର ସହ ପ୍ରତିଷ୍ଠାତା ଓ ଚିଫ୍ କ୍ରିଏଟିଭ୍ ଅଫିସର-କଂଟେଂଟ୍ ପ୍ଲାଟଫର୍ମ ଅମିତ ଅକାଲି କହିଛନ୍ତି ଯେ, “ଏକ ବ୍ରାଣ୍ଡ୍ ଭାବେ କ୍ୟାମ୍ପସ୍ ଆକ୍ଟିଭ୍‌ଓୟାରର ହୃଦୟରେ ରହିଛି ଫେସନ ଓ ଷ୍ଟାଇଲ । “ମୁଭ୍ ୱିଥ୍ ସ୍ୱାଗ୍‌’ ଅଭିଯାନ ସହିତ ଆମର ଲକ୍ଷ୍ୟ ହେଉଛି ଏକ ଫେସନ ପ୍ରଥମ ଫୁଟ୍‌ଓୟାର ବ୍ରାଣ୍ଡ୍ ଭାବେ ଏହାକୁ ଆଗରେ ରଖିବା ଯେଉଁଥିରେ ଦୁଇ ଲୋକପ୍ରିୟ ଯୁବ ବର୍ଗଙ୍କ ପସନ୍ଦର ତାରକା କିଙ୍ଗ ଓ ସୋନମ ବାଜ୍‌ୱାଙ୍କୁ ସ୍ୱାଗ୍ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ବ୍ୟବହାର କରାଯାଇଛି । ଚାରି ଦୁନିଆର ପ୍ରତିଟି କଳାତ୍ମକ ବିବରଣୀକୁ ନେଇ ଏହି ଅଭିଯାନକୁ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଏହି ଦୁଇ ଜଣଙ୍କୁ କ୍ୟାମ୍ପସ ଜୋତା ପିନ୍ଧିଥିବା ଦେଖିବାକୁ ମିଳିବ । ଆମର ସାମଗ୍ରିକ ଉଦ୍ୟମ ହେଉଛି ବିଶ୍ୱାସକୁ ଅନୁପ୍ରାଣିତ କରିବା ଏବଂ ଯୁବବର୍ଗଙ୍କ ମଧ୍ୟରେ ଆନ୍ଦୋଳନର ପ୍ରସାର ଓ ଆତ୍ମ ପରିପ୍ରକାଶକୁ ସୁଦୃଢ଼ କରିବା ଯାହା କ୍ୟାମ୍ପସ୍‌ର ବ୍ରାଣ୍ଡ୍ ପରିଚୟ ଅନୁସାରେ ପ୍ରସ୍ତୁତ କରାଯାଇଛି ।”

Share

Leave a Reply

Your email address will not be published. Required fields are marked *

6 − 3 =