ଟିପିଏସ୍‌ଓଡିଏଲକୁ ମିଳିଲା ଶ୍ରେଷ୍ଠ ସୃଜନଶୀଳ ପ୍ରକଳ୍ପ ପୁରସ୍କାର

ବ୍ରହ୍ମପୁର: ଟିପିଏସ୍‌ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌)କୁ ମୁମ୍ୱାଇଠାରେ ଆୟୋଜିତ ଇନୋଭେସନ୍ କାଉନସିଲ୍‌-୨୦୨୩ରେ ଶ୍ରେଷ୍ଠ ସୃଜନଶୀଳ ପ୍ରକଳ୍ପ ମାନ୍ୟତା ମିଳିଛି । ‘ପ୍ରେସ୍ ଫିଟ୍ ଫ୍ୟୁଜ୍‌’ ବିକଶିତ କରି ଏହାକୁ ସଫଳତାପୂର୍ବକ କାର୍ଯ୍ୟକାରୀ କରିପାରିଥିବାରୁ କମ୍ପାନୀକୁ ଏହି ସମ୍ମାନ ମିଳିଛି । ଏହି ଫ୍ୟୁଜକୁ ବଦଳାଇବା ଅତ୍ୟନ୍ତ ସହଜ ଓ ସୁରକ୍ଷିତ ଅଟେ । କମ୍ପାନୀର ସୁରକ୍ଷା ବିଭାଗର ହେଡ୍ ସୁଶୀଲ ପାଣିଗ୍ରାହୀ ଟାଟା ପାୱାରର ସିଏଚ୍‌ଆରଓ ଓ ମୁଖ୍ୟ ସସ୍‌ଟେନେବିଲିଟି ଏବଂ ସିଏସଆର ହିମଲ୍ ତିୱାରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ସାଧାରଣତଃ ପୂର୍ବରୁ ବିଜୁଳି ଭିତ୍ତିଭୂମିରେ ଫ୍ୟୁଜ୍ ଖରାପ ହେବା ପରେ ଜଣେ ଲାଇନମ୍ୟାନଙ୍କୁ ଫ୍ୟୁଜ୍ ନିକଟକୁ ଚଢ଼ି କରି ଫ୍ୟୁଜ୍ ବଦଳାଇବାକୁ ପଡ଼ୁଥିଲା । ଯାହାଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହୁଥିଲା । ସୁରକ୍ଷା ଦୃଷ୍ଟିକୋଣରୁ ଲାଇନମ୍ୟାନଙ୍କ ପାଇଁ ଏହା ଏକ ଆହ୍ୱାନ ଥିଲା । ଏହି ପଦ୍ଧତିରେ ଫ୍ୟୁଜ୍ ବଦଳାଇବାକୁ ଅଧିକ ସମୟ ମଧ୍ୟ ଲାଗିଥାଏ । ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି କମ୍ପାନୀ ପ୍ରେସ୍ ଫିଟ୍ ଫ୍ୟୁଜ୍ ବିକଶିତ କରିଛି । ଏହାକୁ ସଜାଡ଼ିବା ପାଇଁ ଲାଇନମ୍ୟାନମାନଙ୍କୁ ଖୁଣ୍ଟି ଚଢ଼ି ଫ୍ୟୁଜ୍ ପାଖକୁ ଯିବାକୁ ପଡ଼ୁନାହିଁ । ଜଣେ ବ୍ୟକ୍ତି ତଳେ ଠିଆ ହୋଇ ଅତି ସହଜରେ ଖୁବ୍ କମ୍ ସମୟରେ ଫ୍ୟୁଜ୍ ବଦଳାଇ ପାରୁଛନ୍ତି ।
ଏହି ସୃଜନଶୀଳତା ଭରସାଯୋଗ୍ୟ ବିଜୁଳି ସେବାକୁ ସୁନିଶ୍ଚିତ କରିବା ସହ କମ୍ପାନୀର ସୁରକ୍ଷା ସଂସ୍କୃତିର ଅଧିକ ସୁଦୃଢ଼ କରୁଛି । ଏହା ବ୍ୟୟସାପେକ୍ଷ ଓ ନିରାପଦ ମଧ୍ୟ ଅଟେ । ଟିପିଏସ୍‌ଓଡିଏଲ୍ ଓ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଏହି ନୂତନ ବୈଦ୍ୟୁତିକ ସରଞ୍ଜାମ ପ୍ରସ୍ତୁତ ହୋଇଥିବା ବେଳେ ଏହାର ଯୁଗ୍ମ ପେଟେଣ୍ଟ କମ୍ପାନୀ ଓ ପ୍ରତିଷ୍ଠାନ ପାଖରେ ରହିଛି ।

Share

Leave a Reply

Your email address will not be published. Required fields are marked *

five × 3 =