ଚୀନ୍‌ରେ ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପର ପଂଚମ ପର୍ଯ୍ୟାୟର ଚୂଡ଼ାନ୍ତ ରେସ୍ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ରେସିଂ ଟିମ୍‌ର ପଏଂଟ୍ ହାସଲ

ଭୁବନେଶ୍ୱର: ଚୀନ୍‌ର ଝୁହାଇ ଇଟଂରନ୍ୟାସନାଲ୍ ସର୍କିଟ୍‌ରେ ଚାଲିିଥିବା ୨୦୨୩ ଏଫଆଇଏମ୍ ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍ (ଏଆର୍‌ଆର୍‌ସି)ର ପଂଚମ ପର୍ଯ୍ୟାୟର ଦ୍ୱିତୀୟ ରେସ୍‌ରେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ରେସିଂ ଟିମ୍ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ୪ ପଏଂଟ୍ ହାସଲ କରିଛି ।
ଭାରତର ଦୁଇ ପ୍ରମୁଖ ଚାଳକ କେଭିନ୍ କ୍ୱିଂଟାଲ୍ ଓ ମୋହସିନ ପରମବାନ ସେମାନଙ୍କ ଉଲ୍ଲେଖନୀୟ ଦକ୍ଷତା ଓ ଅତୁଟ ନିଷ୍ଠା ପ୍ରଦର୍ଶନ କରିଥିଲେ । ପଂଚମ ପର୍ଯ୍ୟାୟର ରେସ୍‌-୧ରେ କେଭିନ୍ କ୍ୱିଂଟାଲ୍ ୧୦ ଲ୍ୟାପ୍ ବିଶିଷ୍ଟ ରେସ୍‌ରେ ନିଜର ପୁରା ଧ୍ୟାନ ଆନ୍ତର୍ଜାତିକ ଚାଳକଙ୍କ ଉପରେ ରଖିଥିଲେ । ଲ୍ୟାପ୍ ୫ରେ ଜଣେ ଆନ୍ତର୍ଜାତିକ ଚାଳକଙ୍କ ସହ ସାମାନ୍ୟ ଦୁର୍ଘଟଣା ସତ୍ୱେ ସେ ୧୪ତମ ସ୍‌ଥାନରେ ରହି ୧୯:୧୧.୫୦୫ ସମୟରେ ରେସ୍ ଶେଷ କରିଥିଲେ । ଆଜି ଚୂଡ଼ାନ୍ତ ରେସ୍‌ରେ ସେ ୧୮:୫୩.୩୫୮ ସମୟ ନେଇ ରେସ୍ ଶେଷ କରିବା ସହ ୧୨ତମ ସ୍ଥାନରେ ରହି ରେସ୍ ଶେଷ କରି ୪ ପଏଂଟ୍ ଜିତିଥିଲେ ।
ସାଥୀ ଚାଳକ ମୋହସିନ୍ ପରମବାନ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରି ପ୍ରଥମ ରେସ୍‌ରେ ୧୭ତମ ସ୍ଥାନରେ ରହିଥିଲେ, କିନ୍ତୁ ଦୁର୍ଭାଗ୍ୟବସତଃ ଟିମ୍ ପାଇଁ କୌଣସି ପଏଂଟ୍ ଜିତିପାରିନଥିଲେ । ଦ୍ୱିତୀୟ ରେସ୍‌ରେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ରେସିଂ ଟିମ୍ ମୂଲ୍ୟବାନ ୬ ପଏଂଟ୍ ହାସଲ କରି ମୋଟ ପଏଂଟ୍ ସଂଖ୍ୟା ୨୭କୁ ବୃଦ୍ଧି କରିଛି ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ମୋଟ ଉପରେ ଏହି ପର୍ଯ୍ୟାୟ ବେଶ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଥିଲା ଏବଂ ଆମ ଚାଳକମାନେ ଟ୍ରାକ୍‌ରେ ବେଶ ଭଲ ପ୍ରଦର୍ଶନ କରିଥିଲେ । ଶେଷ ପର୍ଯ୍ୟନ୍ତ ସେମାନେ ନିଜର ଭାବ ବଜାୟ ରଖିବା ସହ ରେସ୍ ଦକ୍ଷତା ପ୍ରଦର୍ଶନ କରିଥିଲେ । ଶେଷ ରେସ୍‌ରେ ସେମାନେ ଚମତ୍କାର ପ୍ରଦର୍ଶନ କରି ଟିମ୍ ପାଇଁ ୪ ପଏଂଟ୍ ଜିତିଥିଲେ । ପଂଚମ ପର୍ଯ୍ୟାୟରେ ସେମାନେ ଯେଉଁଭଳି ପ୍ରଦର୍ଶନ କରୁଛନ୍ତି ତାହାକୁ ଦେଖିଲେ ଲାଗୁଛି ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଚୂଡ଼ାନ୍ତ ରେସ୍ ଲାଗି ଆମକୁ ସେହି ଅନୁସାରେ ରଣନୀତି ପ୍ରସ୍ତୁତ କରିବାକୁ ହେବ । ତ୍ରୁଟିରୁ ଏବଂ ଆମର ପ୍ରଫେସନାଲ ହୋଣ୍ଡା ଇନଷ୍ଟ୍ରକ୍ଟରଙ୍କ ଜରିଆରେ ଆହୁରି ଭଲ କରିବାରେ ଚାଳକଙ୍କୁ ସାହାର୍ଯ୍ୟ କରିବାରେ ଶିଖିବା ଉପରେ ଆମର ବିଶ୍ୱାସ ରହିଛି ।’’
କେଭିନ୍ କହିଛନ୍ତି ଯେ ଆମ ସମସ୍ତଙ୍କ ପାଇଁ ଏହା ଏକ କଡ଼ା ରେସ୍ ଥିଲା ଏବଂ ଟିମ୍ ପାଇଁ ମୂଲ୍ୟବାନ ପଏଂଟ୍ ଜିତିବାରେ ଆମେ ସକ୍ଷମ ହୋଇଥିଲୁ । ରେସ୍ ୧ ଓ ୨ ବେଶ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଥିଲା । ଥାଇଲ୍ୟାଣ୍ଡ୍‌ରେ ଭଲ ପ୍ରଦର୍ଶନ କରିବା ଲାଗି ଆମକୁ ରଣନୀତି ବଦଳାଇବାକୁ ପଡ଼ିବ । ସେହିପରି, ମୋହସିନ ପି କହିଛନ୍ତି ଯେ ରେସ୍ ୨ ମୋ ଦକ୍ଷତା ଓ ସ୍ଥାୟିତ୍ୱର ପ୍ରକୃତ ପରୀକ୍ଷା ଥିଲା । ସାରା ରେସ୍‌ରେ ଦୃଢ଼ ରହିବା ଉପରେ ମୁଁ ଧ୍ୟାନ ଦେଇଥିଲି । ମୁଁ କଠିନ ପରିଶ୍ରମ ଜାରି ରଖିଛି ଏବଂ ରେସ୍‌ରେ ଉନ୍ନତି ଆଣିବି ।
ଥାଇଲ୍ୟାଣ୍ଡ୍‌ରେ ଚୂଡ଼ାନ୍ତ ପର୍ଯ୍ୟାୟ ରେସ୍ ୨୦୨୩ ଡିସେମ୍ବରୁ ୧-୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Share

Leave a Reply

Your email address will not be published. Required fields are marked *

19 − three =