ଆରଏଚଆଇ ମ୍ୟାଗ୍ନେସିତା ପକ୍ଷରୁ ଭାରତୀୟ ଲୁହା ତିଆରି ଶିଳ୍ପ ପାଇଁ ନୂଆ ବ୍ୟବସାୟ ଘୋଷଣା

ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ରିଫ୍ରାକ୍ଟରି କଂପାନି ଆରଏଚଆଇ ମ୍ୟାଗ୍ନେସିତା ପକ୍ଷରୁ ଘୋଷଣା କରାଯାଇଛି ଯେ ଭାରତୀୟ ଲୁହା ଶିଳ୍ପକୁ ସେବା ପ୍ରଦାନ କରିବା ଲାଗି କଂପାନି ଏକ ନୂଆ ବ୍ୟବସାୟ ବର୍ଗ ସ୍ଥାପନ କରିଛି । ଭାରତର ସ୍ପଞ୍ଜ ଆଇରନ ନିର୍ମାତା ସଂଘ ଓ ପେଲେଟ ନିର୍ମାତା ସଂଘ ସହଯୋଗରେ ଆରଏଚଆଇ ମ୍ୟାଗ୍ନେସିତା ପକ୍ଷରୁ ଆୟୋଜନ କରାଯାଇଥିବା ‘ଆଇଏଫ, ଡିଆରଆଇ ଓ ପେଲେଟ ତିଆରିରେ ଉଦୀୟମାନ ରିଫାକ୍ଟରି ପ୍ରଯୁକ୍ତି-ଆହ୍ୱାନ ଓ ସୁଯୋଗ’ ସମ୍ମିଳନୀର ଉଦଘାଟନୀ ସମାରୋହରେ କଂପାନି ପକ୍ଷରୁ ଏହି ଘୋଷଣା କରାଯାଇଛି । କୋଲକାତାର ହାୟାତ ରିଜେନ୍ସିରେ ଆୟୋଜିତ ଏହି ସମ୍ମିଳନୀରେ ୧୦୦ରୁ ଅଧିକ ଶିଳ୍ପ ପ୍ରତିନିଧି, ଚିନ୍ତାନାୟକ ଓ ନବସୃଜନକାରୀ ଉପସ୍ଥିତ ଥିଲେ ।
ଡିକାର୍ବନାଇଜେସନ, ଘରୋଇ ରିଫ୍ରାକ୍ଟରି ଯୋଗାଣ, ଭରସାଯୋଗ୍ୟ, ଲୁହା ତିଆରି କାରଖାନାରେ ଉତ୍ପାଦକତା ଓ ପ୍ରଦର୍ଶନରେ ଉନ୍ନତି ଭଳି ଆହ୍ୱାନର ମୁକାବିଲା କରିବାରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସହ ମିଳିତ ଭାବେ କାମ କରିବା ପାଇଁ ଲୁହାପଥର ଶିଳ୍ପକୁ ସହଯୋଗ କରିବାକୁ କଂପାନି ଏହି ନୂଆ ବ୍ୟବସାୟ କ୍ଷେତ୍ର ଜରିଆରେ ଲକ୍ଷ୍ୟ ରଖିଛି ।
ଆରଏଚ୍‌ଆଇ ମ୍ୟାଗ୍ନେସିତା ଇଣ୍ଡିଆର ଏମଡି ଏବଂ ସିଇଓ ପରମୋଦ ସାଗର କହିଛନ୍ତି ଯେ, ‘ଭାରତ ହେଉଛି ବିଶ୍ୱର ସର୍ବବୃହତ ଡିଆରଆଇ ଉତ୍ପାଦନକାରୀ ଏବଂ ଆଗକୁ ବଢ଼ୁଛି । ଭାରତୀୟ ପେଲେଟ୍ ନିର୍ମାଣ ଶିଳ୍ପରେ ଗତ ଏକ କିମ୍ବା ଦୁଇ ବର୍ଷ ମଧ୍ୟରେ ପ୍ରାୟ ୧୮% କ୍ଷମତା ବୃଦ୍ଧି ଘଟିଛି ଏବଂ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହା ଭାରତରେ ଅଶୋଧିତ ଇସ୍ପାତ ଉତ୍ପାଦନର ଅଭିବୃଦ୍ଧି ସହିତ ଆଗକୁ ବଢ଼ିଥିବା ବେଳେ ଆମ ଦେଶ ବିଶ୍ୱସ୍ତରରେ ଦ୍ୱିତୀୟ ବୃହତମ ଇସ୍ପାତ ଉତ୍ପାଦନକାରୀ ଭାବରେ ଉଭା ହୋଇଛି । ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଏହି ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରୁଛି । ତେବେ ଉତ୍ପାଦକତା ଉନ୍ନତି ଓ ଡିକାର୍ବନାଇଜେସନ୍ ଭଳି ଆହ୍ୱାନର ସମ୍ମୁଖୀନ ହେଉଛି ଏହି ଶିଳ୍ପ । ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଇନପୁଟ୍ ପ୍ରଦାନକାରୀ ଏବଂ ରିଫ୍ରାକ୍ଟରିରେ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ, ଆମେ ଭାରତୀୟ ଲୁହା ନିର୍ମାଣ ଶିଳ୍ପକୁ ଉତ୍ସର୍ଗୀକୃତ ଭାବରେ ସେବା ଯୋଗାଇବା ପାଇଁ ନୂତନ ବ୍ୟବସାୟ ପ୍ରତିଷ୍ଠା କରିଛୁ । ଆଜି କୋଲକାତାରେ ଆରଏଚଆଇ ମ୍ୟାଗ୍ନେସିତା ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ସମସ୍ତ ଶିଳ୍ପ ଅଂଶୀଦାରମାନଙ୍କୁ ଆହ୍ୱାନଗୁଡ଼ିକ ଉପରେ ବିଚାରବିମର୍ଶ କରିବା ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ସାଧାରଣ ମାର୍ଗ ନିର୍ଦ୍ଧାରଣ କରିବା ।’’
ଆଜିର ଏହି କାର୍ଯ୍ୟକ୍ରମରେ ଆରଏଚଆଇ ମାଗ୍ନେସିତାର ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟ ଏବଂ ଥୋମାସ ମାଥ୍ୟୁଙ୍କ ଦ୍ୱାରା \”ଏକବିଂଶ ଶତାବ୍ଦୀ ଏବଂ ପରବର୍ତୀ’ ପାଇଁ ଅଗ୍ରଣୀ ରିଫ୍ରାକ୍ଟ୍ରି ସମେତ ଅନେକ ଜ୍ଞାନପ୍ରଦ ଉପସ୍ଥାପନା କରାଯାଇଥିଲା ଯେଉଁଥିରେ ଶିଳ୍ପ ନବସୃଜନ ପ୍ରଦର୍ଶନ କରାଯାଇଥିଲା । ସନତ ଗଙ୍ଗୁଲି ଏବଂ ସିଜର ନାଦର \”ଡିଆରଆଇ ଏବଂ ପେଲେଟ୍ ମେକିଂରେ ଉତ୍ପାଦକତା ବୃଦ୍ଧି ଏବଂ ରିଫ୍ରାକ୍ଟୋରୀ ସହିତ ପେଲେଟ୍ ମେକିଂ\” ଉପସ୍ଥାପନ କରିଥିଲେ ଯାହା ବ୍ୟବହାରିକ ଉତ୍ପାଦକତା ସମାଧାନ ପ୍ରଦାନ କରିଥିଲା । ଟାଟା ଷ୍ଟିଲର ମୁଖ୍ୟ ପ୍ରଯୁକ୍ତି ବିଦ୍ୟା ଅଧିକାରୀ ଅତନୁ ରଞ୍ଜନ ପାଲ \”ଲୁହା ନିର୍ମାଣ ଉପରେ ବିଶେଷ ଧ୍ୟାନ ଦେଇ ଇସ୍ପାତ ଶିଳ୍ପକୁ ଡିକାର୍ବୋନାଇଜ୍ କରିବା\” ପାଇଁ ଏକ ଆଗଧାଡ଼ିର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ । ଇଆଇସିଏସ୍ କନସଲଟାନ୍ସିର ଅଧ୍ୟକ୍ଷ ତଥା ଏମଡି ଏସ୍ ଏନ୍ ସ୍ୱାମୀ \”ଭବିଷ୍ୟତ ପାଇଁ ସ୍ଥାୟୀ ଶକ୍ତି\” ଉପରେ ଆଲୋକପାତ କରିଥିଲେ ଯାହା ପରିବେଶ ଅନୁକୂଳ ଅଭ୍ୟାସ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲା । ଆରଏଚଆଇ ମ୍ୟାଗ୍ନେସିତା ଇଣ୍ଡିଆ ଲିମିଟେଡର ଇଭିପି ତଥା ଆଇରନ୍ ମେକିଂ ମୁଖ୍ୟ ସନତ ଗାଙ୍ଗୁଲିଙ୍କ ଦ୍ୱାରା ପରିଚାଳିତ ଏକ ଗତିଶୀଳ ପ୍ୟାନେଲ୍ ଆଲୋଚନା ମାଧ୍ୟମରେ ଏହି ସମ୍ମିଳନୀକୁ ଆହୁରି ସମୃଦ୍ଧ କରାଯାଇଥିଲା, ଯେଉଁଥିରେ ଶିଳ୍ପର ଆଶାଜନକ ଭବିଷ୍ୟତକୁ ଆକାର ଦେଉଥିବା ରଣନୈତିକ ବୁଝାମଣା ଏବଂ ଉଦ୍ଭାବନ ଉପରେ ଆଲୋକପାତ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

20 + nineteen =