ରାଉରକେଲାରେ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍ ବଲିଉଡ୍ ତାରକା ରଣବୀର କପୁରଙ୍କ ଦ୍ୱାରା ଉଦ୍‌ଘାଟିତ

“ଭାରତର ଇସ୍ପାତ ସହର”ରେ ତୃତୀୟ ସୋ’ରୁମ୍‌ର ଶୁଭାରମ୍ଭ
ରାଉରକେଲା: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ରାଉରକେଲାରେ ଏହାର ନୂଆ ସୋ’ରୁମ୍‌ର ଶୁଭାରମ୍ଭ କରାଯାଇଛି । କଂପାନିର ସିିଇଓ ଶ୍ରୀ ସଂଜୟ ରଘୁରମଣଙ୍କ ସହିତ ବଲିଉଡ୍ ତାରକା ରଣବୀର କପୁର ଏହି ସୋ’ରୁମ୍‌ର ଉଦ୍‌ଘାଟନ କରିଛନ୍ତି । ଏହା ହେଉଛି ଓଡ଼ିଶାରେ କଂପାନିର ତୃତୀୟ ସୋ’ରୁମ୍ ।
ଏହି ଅବସରରେ ବଲିଉଡ୍ ତାରକା ରଣବୀର କପୁର କହିଛନ୍ତି ଯେ, “ଏହି ଗୁରୁତ୍ୱପୂର୍ଣ୍ଣ ଅବସରର ଅଂଶ ହେବା କୃତଜ୍ଞତାର ବିଷୟ । ଭରସା, ସ୍ୱଚ୍ଛତା ଓ ଗ୍ରାହକ କୈନ୍ଦ୍ରୀକତାର ମୌଳିକ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ଏଭଳି ଏକ ଲୋକପ୍ରିୟ ବ୍ରାଣ୍ଡ୍‌କୁ ଉପସ୍ଥାପନ କରିବା ହେଉଛି ମୋ ପାଇଁ ଗର୍ବର ବିଷୟ । କଲ୍ୟାଣ ଜୁଏଲର୍ସର ଏହି ନୂଆ ସୋ’ରୁମ୍‌କୁ ଉଦଘାଟନ କରିବା ଏବଂ ଆପଣ ସମସ୍ତଙ୍କ ସହ ଭାବ ବିନିମୟ କରିବା ଲାଗି ଆପଣମାନଙ୍କ ସହ ଯୋଗ ଦେଇଥିବାରୁ ମୁଁ ଉଲ୍ଲସିତ । ମୁଁ ଦୃଢ଼ ନିଶ୍ଚିତ ଯେ ଏହି ଅଂଚଳରେ କଂପାନିର ଗ୍ରାହକମାନେ ସେବା କୈନ୍ଦ୍ରୀକ ସପିଙ୍ଗ ଅନୁଭୂତି ଓ କଲ୍ୟାଣ ଜୁଏଲର୍ସ ବ୍ରାଣ୍ଡ୍ ପ୍ରଦାନ କରୁଥିବା ଆକର୍ଷଣୀୟ ଗହଣା ସମ୍ଭାରକୁ ଉପଭୋଗ କରିବେ ।’’
କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଏକ କଂପାନି ଭାବେ ଆମେ ବୃହତ ମାଇଲଖୁଂଟ ହାସଲ କରିଛୁ ଏବଂ ଗ୍ରାହକଙ୍କ ସପିଙ୍ଗ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଏକସାମଗ୍ରିକ ପରିବେଶ ଗଠନ ଦିଗରେ ବଡ଼ ପଦକ୍ଷେପ ଗ୍ରହଣ କରିଛୁ । ରାଜ୍ୟରେ ଆମ ସଫଳତାର ଅଷ୍ଟମ ବର୍ଷ ପୂରଣ ଅବସରରେ ଓଡ଼ିଶାରେ ଆମର ତୃତୀୟ ସୋ’ରୁମ୍‌ର ଶୁଭାରମ୍ଭ ବିଷୟରେ ଘୋଷଣା କରି ଆମେ ଉଲ୍ଲସିତ । ଆମେ ଆମ ଅଭିବୃଦ୍ଧି ଯାତ୍ରାର ପରବର୍ତୀ ସୋପାନ ଆରମ୍ଭ କରିଥିବା ବେଳେ ଏହି ଅଂଚଳରେ ନିରନ୍ତର ଭାବେ ଭୌଗୋଳିକ ଉପସ୍ଥିତିର ସମ୍ପ୍ରସାରଣ କରିବା ସହ ଆଗାମୀ ଦିନରେ ବିଶ୍ୱାସ ଓ ସ୍ୱଚ୍ଛତାକୁ ନେଇ କଂପାନିର ମୂଳ ମୂଲ୍ୟବୋଧକୁ ବଜାୟ ରଖିବୁ ।’’
ଏହି ସୋ’ରୁମ୍‌ରେ ଏକ ବିଶ୍ୱ ଶ୍ରେଣୀର ପରିବେଶରେ କଲ୍ୟାଣ ଜୁଏଲର୍ସ ସମ୍ଭାରର ବ୍ୟାପକ ଡିଜାଇନ୍ ରହିବ । ପୁନଶ୍ଚ, ବଜାରରେ ସର୍ବନିମ୍ନ ଓ କଂପାନିର ସବୁ ସୋ’ରୁମ୍‌ରେ ସମାନ ଥିବା “କଲ୍ୟାଣ ସ୍ପେସିଆଲ୍ ଗୋଲ୍‌ଡ ବୋର୍ଡ ରେଟ୍‌” ପ୍ରଯୁଯ୍ୟ ହେବ ଯାହା ନିରବଚ୍ଛିନ୍ନ ଓ ସେବା ଭିତିକ ସପିଙ୍ଗ ଅନୁଭୂତିକୁ ନିଶ୍ଚିତ କରିବ । ସୋ’ରୁମର ଶୁଭାରମ୍ଭ ଉତ୍ସବକୁ ପାଳନ କରିବା ଲାଗି କଲ୍ୟାଣ ଜୁଏଲର୍ସ ପକ୍ଷରୁ ସର୍ବନିମ୍ନ ୧ ଲକ୍ଷ ଟଙ୍କାର ସପିଙ୍ଗ ଉପରେ ଗ୍ରାହକଙ୍କ ଅଧା କିଣା ମୂଲ୍ୟ ଉପରେ ଶୂନ ଗଢ଼ା ମୂଲ୍ୟ ଭଳି ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି । ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ।
କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ ହଲମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରେ । ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପାଇବେ ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଏବଂ ଏକ୍ସଚେଂଜ୍ ଓ ବାଏ ବ୍ୟାକ୍ ନୀତିରେ ସ୍ୱଚ୍ଛତା ଆଦିର ଗ୍ୟାରେଂଟି ପ୍ରଦାନ କରୁଛି । ବିଶ୍ୱାସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠ ପ୍ରଦାନ କରିବା ଲାଗି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତାର ଅଂଶ ହେଉଛି ଏହି ସାର୍ଟିଫିକେଟ୍ ।
ଏହି ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ଲୋକପ୍ରିୟ ବ୍ରାଣ୍ଡ୍ ଲିଲା-ହୀରା ଓ ସେମି-ପ୍ରିସିଅସ୍ ଷ୍ଟୋନ ଗହଣା, ତେଜସ୍ୱୀ-ପୋଲକି ଗହଣା, ମୁନ୍ଧ୍ରା-ହାତତିଆରି ଆଂଟିକ୍ ଗହଣା, ନିମାହ-ମନ୍ଦିର ଗହଣା, ଗ୍ଲୋ-ଡ୍ୟାନ୍‌ସିଂ ହୀରା, ଜିଆ-ସୋଲିଟାୟାର ଭଳି ହୀରା ଗହଣା, ଅନୋଖି-ଅନକଟ ହୀରା, ଅପୂର୍ବା-ସ୍ୱତନ୍ତ୍ର ଅବସର ପାଇଁ ହୀରା, ମୁହୁରତ-ବିବାହ ଗହଣା, ରଙ୍ଗ-ପ୍ରିସିଅସ୍ ଷ୍ଟୋନ୍ ଗହଣା ଆଦି ରହିବ ।
ବ୍ରାଣ୍ଡ୍‌, କଲେକ୍ସନ ଓ ଅଫର ବିଷୟରେ ଅଧିକ ସୂଚନା ଓ ବିବରଣୀ ପାଇଁ ପରିଦର୍ଶନ କରନ୍ତୁ: https://www.kalyanjewellers.net/

Share

Leave a Reply

Your email address will not be published. Required fields are marked *

1 × four =