ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି ‘ପାଲା’

ଭୁବନେଶ୍ୱର () ପାଲା ଓ ଦାସକାଠିଆ ଆମ ସଂସ୍କୃତି ଓ ପରମ୍ପରାର ଏକ ବିଛେଦ୍ୟ ଅଙ୍ଗ । ଏହି ଗ୍ରାମୀଣ ଲୋକକଳା କେବଳ ମନୋରଞ୍ଜନ ଧର୍ମୀ ନୁହେଁ। ଏହା ଆମ ପରମ୍ପରା, ସଂସ୍କୃତି, ସାହିତ୍ୟ, ଇତିହାସର ପ୍ରଚାର ପ୍ରସାର କରିଥାଏ । ଧୀରେ ଧୀରେ କିନ୍ତୁ ଆଧୁନିକତାର ପ୍ରଭାବରେ ଏହି ଲୋକକଳା ନିଜ ଅସ୍ତିତ୍ବ ବଞ୍ଚାଇବାକୁ ସଂଘର୍ଷ କରୁଛି ।

ପାଲା, ଏକଦା ଏହି କଳାକୁ ଉପଭୋଗ କରିବାକୁ ଲୋକଙ୍କ ମନରେ ବେଶ ଆଗ୍ରହ ଥିଲା । କିଛି ସ୍ଥାନୀୟ କଳାକାର ଏହାକୁ ନିଜ ପେଶା ଭାବେ ଗ୍ରହଣ କରିଥିଲେ । ସହରୀ ଲୋକେ କିନ୍ତୁ ଡିଜେର ନଗ୍ନ ନୃତ୍ୟରେ ଏତେ ମନ୍ତ୍ରମୁଗ୍ଧ ହୋଇଯାଇଛନ୍ତି ଯେ ସେମାନେ ନିଜ ଇତିହାସ ଓ ମେରୁକୁ ଭୁଲିଯିବାକୁ ବସିଲେଣି। ସରକାର ମଧ୍ୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପାଇଁ ଏହି କଳାକୁ ଗ୍ରହଣ କରୁଛନ୍ତି । ଉଦ୍ଦେଶ୍ୟ ଏହାଦ୍ବାରା ବାର୍ତ୍ତା ସହଜରେ ଲୋକଙ୍କ ପହଂଚାଯାଇ ପାରିବ । ଦେଖନ୍ତୁ ଆମ ପାଲା କଳାକାରଙ୍କ ପ୍ରଦର୍ଶନର କିଛି ଝଲକ । ।।।।

Share

Leave a Reply

Your email address will not be published. Required fields are marked *

3 × 5 =