ଏସ୍‌ବିଆଇ ଲାଇଫ୍ ୨୦୨୩ ପାଇଁ ରାଜସ୍ଥାନ ରୟାଲ୍‌ସର ହେଲ୍‌ମେଟ୍ ପାର୍ଟନର

ଭୁବନେଶ୍ୱର: ସବୁଠୁ ବିଶ୍ୱାସନୀୟ ଘରୋଇ ବୀମା କଂପାନି ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ସର୍ବବୃହତ କ୍ରିକେଟ୍ ଲିଗ୍‌ର ୨୦୨୩ ଋତୁ ପାଇଁ ରାଜସ୍ଥାନ ରୟାଲ୍‌ସର ହେଲ୍‌ମେଟ୍ ପାର୍ଟନର ଭାବେ ସହଯୋଗିତା ସ୍ଥାପନ କରାଯାଇଥିବା ଘୋଷଣା କରାଯାଇଛି । ଏହି ସହଯୋଗିତାର ଅଂଶ ସ୍ୱରୂପ ରାଜସ୍ଥାନ ରୟାଲ୍‌ସର ହେଲ୍‌ମେଟ୍‌ରେ ଏସ୍‌ବିଆଇ ଲାଇଫ୍‌ର ଲୋଗୋ ବିଶେଷ ଭାବେ ପ୍ରଦର୍ଶିତ ହୋଇରହିବ ।
ଜୀବନ ପାଇଁ ବୀମା ଯେଭଳି ଠିକ୍ ସେହିଭଳି ପଡ଼ିଆରେ ହେଲ୍‌ମେଟ୍ ସୁରକ୍ଷା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସେହି ଭାବନା ଆଧାରରେ ରାଜସ୍ଥାନ ରୟାଲ୍‌ସ ସହିତ ଏସବିଆଇ ଲାଇଫ୍ ଏହି ସହଯୋଗିତା ସ୍ଥାପନ କରିଛି ଯାହା ଲୋକମାନଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବାରେ ସହାୟକ ହେବ । କ୍ରିକେଟ୍‌ରେ ବେଶ ପ୍ରମୁଖତାର ସହ ଦେଖାଯାଉଥିବା ସଂପତି ହେଲମେଟ୍ ହୋଇଥିବା ବେଳେ ବୀମାର ଗୁରୁତ୍ୱ ବିଷୟରେ ଜଣାଇବା ଲାଗି ତାହା ଏସ୍‌ବିଆଇ ଲାଇଫ୍‌କୁ ଅସାଧାରଣ ସୁଯୋଗ ପ୍ରଦାନ କରିଛି । ସବୁଠୁ ଅଧିକ ଦେଖାଯାଉଥିବା ଅନ୍ୟତମ କ୍ରିକେଟ୍ ଲିଗ୍ ରେ ଉପସ୍ଥିତି ସହ ଆଜିର ଗ୍ରାହକମାନଙ୍କ ସହ ଏକ ଦୃଢ଼ ସମ୍ପର୍କ ସ୍ଥାପନ କରିବା ଏବଂ ବୀମାର ଆବଶ୍ୟକତା ବିଷୟରେ ମୋନଙ୍କୁ ବୁଝାଇବାରେ ଏହା ସହାୟକ ହେବ ।
Link – ଷଗ୍ଧଗ୍ଧକ୍ଟ୍ରଗ୍ଦ://ଚ୍ଚକ୍ଟଙ୍କଗ୍ଧଙ୍କ.ଭର/ପଙ୍ଖଚ୍ଛଙ୍କଦ୍ଭଇଜୠବଏ୦
ଏସବିଆଇ ଲାଇଫ୍ ଇନ୍‌ସୁୃରାନ୍ସର ବ୍ରାଣ୍ଡ୍‌, କର୍ପୋରେଟ୍ ଯୋଗାଯୋଗ ମୁଖ୍ୟ ଶ୍ରୀ ରବିନ୍ଦ୍ର ଶର୍ମା କହିଛନ୍ତି ଯେ, “ଆମ ଭଳି ଏକ କ୍ରିକେଟ୍ ପାଗଳ ଦେଶରେ ସବୁଠୁ ବଡ଼ କ୍ରିକେଟ୍ ଲିଗ୍‌ରେ ଏସବିଆଇ ଲାଇଫ୍ “ଦିଲ୍ ସେ ରୟାଲ୍‌’ ଭାବେ ପ୍ରବେଶ କରିଛି । ଏହା ହେଉଛି ଏକ ଐତିହାସିକ ସହଯୋଗିତା ଯାହା ଜରିଆରେ ଏସବିଆଇ ଲାଇଫ୍ ମୁଖ୍ୟସ୍ରୋତ କ୍ରୀଡ଼ା ସହଯୋଗିତାରେ ପ୍ରବେଶ କରିଛି । ଏକ ବ୍ରାଣ୍ଡ୍ ଭାବେ ଗ୍ରାହକମାନଙ୍କ ସହ ଗଭୀର ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବା ଭଳି ସହଯୋଗିତାକୁ ଆମେ ସର୍ବଦା ସନ୍ଧାନ କରୁଛୁ । ଆଜିର ଅତ୍ୟଧିକ ସୂଚନା ଦିନରେ ବ୍ରାଣ୍ଡ୍‌ର ଦୃଢ଼ତା ଓ ଆମେ ଯେଉଁ ଉଦ୍ଦେଶ୍ୟ ରଖି ସେବା ପ୍ରଦାନ କରୁଛୁ ତାହାକୁ ନଜରରେ ରଖି କ୍ରୀଡ଼ା ଭାବେ କ୍ରିକେଟ୍‌ର ସବୁଠୁ ବଡ଼ କ୍ରିକେଟ୍ ଲିଗ୍‌, ଦଳ ଭାବେ ରାଜସ୍ଥାନ ରୟାଲ୍‌ସ ଓ ସଂପତି ଭାବେ ହେଲ୍‌ମେଟ୍‌କୁ ଚୟନ କରାଯାଇଛି । ଏକ ସୁରକ୍ଷା ପ୍ରଦାନକାରୀ ଭାବେ ଏବଂ ବ୍ୟକ୍ତିଙ୍କ ସ୍ୱପ୍ନ ପୂରଣ କରିବାରେ ସକ୍ଷମ କରୁଥିବା ବୀମାର ଆବଶ୍ୟକତାକୁ ନେଇ ଏହି ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ଠିକ୍ ସେଭଳି ଯେଭଳି ହେଲମେଟ୍ ଖେଳାଳିଙ୍କୁ ସୁରକ୍ଷା ଦେଇଥାଏ ଏବଂ ବିନା ଚିନ୍ତାରେ ଖେଳିବା ଲାଗି ସକ୍ଷମ କରିଥାଏ । ରାଜସ୍ଥାନ ରୟାଲ୍‌ସ ହେଲ୍‌ମେଟ୍‌ରେ ବ୍ରାଣ୍ଡ୍‌ର ଉପସ୍ଥିତି ନଜର ହଟାଇ ନପାରିବା ଭଳି ବ୍ରାଣ୍ଡ୍‌କୁ ରଖିବ ଓ ଅଧିକ ଲୋକଙ୍କ ପାଖରେ ପହଂଚିପାରିବ ଯାହା ବୀମା ପ୍ରଦାନ କରୁଥିବା ସାଲିସ୍ ବିହୀନ ବାର୍ତାକୁ ବଢ଼ାଇବାରେ ଆମକୁ ସହାୟକ ହେବ ।’’
ବୀମାର ଗୁରୁତ୍ୱ ବିଷୟରେ ସଚେତନତାକୁ ବଢ଼ାଇବା ଏବଂ ୨୦୪୭ ସୁଦ୍ଧା “ସମସ୍ତଙ୍କ ପାଇଁ ବୀମା’ ପାଇଁ ରହିଥିବା ଜାତୀୟ ଲକ୍ଷ୍ୟକୁ ପୂରଣ କରିବା ଦିଗରେ କ୍ରୀଡ଼ା ଜରିଆରେ ମିଳୁଥିବା ପ୍ରଚାର ସୁଦୂର ପ୍ରସାରୀ ସାବ୍ୟସ୍ତ ହେବ ବୋଲ ଆମେ ଆଶା କରୁଛୁ ବୋଲି ସେ କହିଛନ୍ତି ।
ଏହି ସହଯୋଗିତା ସମ୍ପର୍କରେ ରାଜସ୍ଥାନ ରୟାଲ୍‌ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେକ୍ ଲୁସ୍ ମ୍ୟାକ୍ରମ କହିଛନ୍ତି ଯେ, “ଲୋକଙ୍କ ଜୀବନରେ ପରିବର୍ତନ ଆଣିବା ଲାଗି ଆମ ଭଳି ପ୍ରତିବଦ୍ଧତା ରଖିଥିବା ଏକ କଂପାନି ଏସ୍‌ବିଆଇ ଲାଇଫ୍ ସହିତ ସହଯୋଗିତାକୁ େଇ ଆମେ ଅତ୍ୟନ୍ତ ରୋମାଂଚିତ । ସକାରାତ୍ମକ ପରିବର୍ତନ ଆଣଇବା ଲାଗି କ୍ରୀଡ଼ାର ଶକ୍ତି ଉପରେ ରୟାଲ୍‌ସରେ ଆମେ ସର୍ବଦା ବିଶ୍ୱାସ କରୁ ଏବଂ ଏହି ସହଯୋଗିତା ହେଉଛି ସେହି ବିଶ୍ୱାସର ପ୍ରତିଫଳନ । ସମସ୍ତଙ୍କ ପାଇଁ ବୀମାର ଗୁରୁତ୍ୱର ପ୍ରସାର କରିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଓ ଆମକୁ ଭଲ ପାଉଥିବା ଲୋକ ଓ ସମାଜ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ସୃଷ୍ଟି କରିବାକୁ ଆମେ ଚାହିରହିଛୁ ।’’

Share

Leave a Reply

Your email address will not be published. Required fields are marked *

three + ten =