ପରଦାକୁ ଆସିଲା ‘ବଦଲା’

ଆଜି ପରଦାକୁ ଆସୁଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ବଦଲା’। ସିନେମାର କାହାଣୀ ବେଶ୍ ଦମଦାର ଥିବାବେଳେ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ଏବଂ ତାପସୀ ପାନ୍ନୁ। ଅମିତାଭ ଜଣେ ପୁଲିସ୍ ଅଫିସର ଚରିତ୍ରରେ ନଜର ଆସୁଛନ୍ତି। ଏକ ମର୍ଡର ମିଷ୍ଟ୍ରିକୁ ନେଇ ନିର୍ମାଣ ହୋଇଛି ଫିଲ୍ମ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜୟ ଘୋଷ । ଫିଲ୍ମଟିକୁ ଶାହାରୁଖ ଖାନ୍ଙ୍କ କମ୍ପାନୀ ରେଡ୍ ଚିଲି ଏଣ୍ଟରଟେନ୍ମେଣ୍ଟ ପ୍ରଡ୍ୟୁସ୍ କରିଛି।

ଫିଲ୍ମର ଟ୍ରେଲର ଅନୁଯାୟୀ ପ୍ରଥମେ ଘର ଭିତରେ ଏକ ହତ୍ୟା କାଣ୍ଡ ହେଉଛି। ଯାହାର ଇନଭେଷ୍ଟିଗେସନ୍ ଦାୟିତ୍ୱ ଅମିତାଭଙ୍କୁ ଦିଆଯାଇଛି। କିଭଳି ଭାବେ ସେ ଏହି ମର୍ଡର ମିଷ୍ଟ୍ରିକୁ ସଲ୍ଭ କରୁଛନ୍ତି, ତାକୁ ଅତି ସୁନ୍ଦର ଭାବେ ପରଦାରେ ଦେଖାଇଛନ୍ତି ନିର୍ଦ୍ଦେଶକ ସୁଜୟ ଘୋଷ। ଫିଲ୍ମର ପାଖାପାଖି ବଜେଟ୍ ୩୦ କୋଟି ଟଙ୍କା ରହିଛି। ସୂଚନା ମୂତାବକ ଫିଲ୍ମଟିକୁ ୨୨୦୦ ସ୍କ୍ରିନ୍ରେ ରିଲିଜ୍ କରାଯାଇଛି। ତେବେ ପ୍ରଥମ ଦିନରେ ଏହା ୩ ରୁ ୪ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି।

Share

Leave a Reply

Your email address will not be published. Required fields are marked *

11 − 8 =