ଗୋଟିଏ ଦିନରେ ୪୨. ୩ କୋଟି

ମୁମ୍ବାଇ()   ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ସଲମାନ ନିଜ ଫ୍ୟାନ ମାନଙ୍କୁ ଇଦରେ ଭେଟି ଦେଇଛନ୍ତି ଏକ ନୂଆ ଫିଲ୍ମ ‘ଭାରତ’ । ତେବେ ଦର୍ଶକଙ୍କୁ ଫିଲ୍ମଟି ଆର୍କଷିତ କରିଛି । ଏଥିରେ ସଲମାନଙ୍କ ପିଲାଟି ବେଳରୁ ଆରମ୍ଭ କରି ବୃଢ଼ା ହେଲା ପର୍ୟ୍ୟନ୍ତ ଜୀବନର ସମସ୍ତ ପର୍ୟ୍ୟୟର କାହଣୀ ଦେଖିବାକୁ ମିଳିବ।

ବଲିଉଡ୍ର ଭାଇଜାନ୍ ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫ୍ଙ୍କ ‘ଭାରତ’ ଫିଲ୍ମ ବକ୍ସ ଅଫିସରେ ପ୍ରଥମ ଦିନରୁ ହିଁ କମାଲ କରିଛି। ବୁଧବାର ଇଦ୍ ଉପଲକ୍ଷେ ସର୍ବ ଭାରତୀୟ ସ୍ତରରେ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା। ପ୍ରଥମ ଦିନରେ ହିଁ ଫିଲ୍ମଟି ୪୨. ୩ କୋଟି ଆୟ କରିଛି। ଅଲୀ ଆବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମଟି ପୂର୍ବରୁ ସଲମାନ ଖାନ୍ଙ୍କ ଇଦ୍ରେ ରିଲିଜ୍ ହୋଇଥିବା ସବୁ ଫିଲ୍ମର ବକ୍ସ ଅଫିସ କଲେକସନ୍ ରେକର୍ଡକୁ ଭାଙ୍ଗି ଦେଇଛି। ଏହା ସଲମାନଙ୍କ ଅଭିନୀତ ପ୍ରଥମ ଫିଲ୍ମ ଯାହା ପ୍ରଥମ ଦିନରେ ସବୁଠାରୁ ଅଧିକ ଆୟ କରିଛି।

Share

Leave a Reply

Your email address will not be published. Required fields are marked *

2 × 5 =