ନଦୀରେ ଭାସିଗଲେ ଯୁବକ

ଯାଜପୁର: ବୁଢା ନଦୀରେ ଭାସି ଯାଇ ଯୁବକ ନିଖୋଜ । ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଯାଇଥିବା ବେଳେ ଘଟିଛି ଏଭଳି ଅଘଟଣ । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର‌୍ୟ୍ୟ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ, ଶନିବାର ସକାଳେ ତପୁ ନାୟକ ଓ ତାଙ୍କ ଭାଇ ବୁଢ଼ା ନଦୀକୁ ବାପାଙ୍କ ଶୁଦ୍ଧି କ୍ରିୟା ଲାଗି ଯାଇଥିଲେ । ସେଠାରେ ତାଙ୍କ ଭାଇଙ୍କ ଭୋଡ଼ ଖସି ଯାଇଥିଲା । ସେ ଯେତେ ଚେଷ୍ଟା କରିଥିଲେ ସୁଦ୍ଧା ତାଙ୍କୁ ବଞ୍ଚାଇ ପାରିନଥିଲେ । ଗଭୀର ପାଣିର ସ୍ରୋତରେ ସେ ଭାସି ଯାଇଥିଲେ । ସ୍ଥାନୀୟ ଲୋକ ପ୍ରଥମେ ବହୁ ଖୋଜା ଖୋଜି କରିଥିଲେ । ପରେ ଅଗ୍ନିଶମ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଖୋଜୁଛି ।

Share

Leave a Reply

Your email address will not be published. Required fields are marked *

5 × 5 =