ଆଉ ଦୁଇଦିନ ପରେ ଜେଲରୁ ବାହାରିବେ ଆର୍ୟନ!

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଷ୍ଟାର ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲାନି ଆଶ୍ବସ୍ତି। ଆହୁରି ୨ ଦିନ ଜେଲ୍ରେ ରହିବେ ଆର୍ୟନ୍। ମୁମ୍ବାଇ ସେସନ୍ କୋର୍ଟ ତାଙ୍କ ଶୁଣାଣି ଅକ୍ଟୋବର ୧୩ ପର୍ୟ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେପର୍ୟ୍ୟନ୍ତ ଆର୍ୟ୍ୟନ ଖାନଙ୍କୁ ଆର୍ଥର ରୋଡ ଜେଲରେ ରହିବାକୁ ପଡ଼ିବ। ବିଚାରପତି ଭି.ଭି ପଟେଲ ବୁଧବାର ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ କହିଛନ୍ତି। ଅକ୍ଟୋବର ୧୩ରେ ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି ସ୍ଥିର ହୋଇଛି। ତାଙ୍କ ନିକଟରୁ ଡ୍ରଗ୍ସ ଉଦ୍ଧାର କରାଯାଇ ନ ଥିବାରୁ ଆର୍ୟନଙ୍କ ଜାମିନ ଆବେଦନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

four × 2 =