ବୁଡି ଗଲେ ଭାଇଭଉ

ମାଆ ସହ ନଦୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଏହି ଭାଇଭଉଣୀ।ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନାରେ। ଆଜି ସକାଳୁ ସକାଳୁ ଏମିତି ଦୁଃଖଦ ଖବର ଆସିଛି।ମୃତ ଭାଇଭଉଣୀ ହେଲେ ସୌମ୍ୟା ସୁଆଲସିଂ (୬) ଓ ବିଷ୍ଣୁ ସୁଆଲସିଂ (୩)।  ମା’ସହିତ ଏ ଦୁହେଁ ଦୋମୁହାଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୁଇ ଛୁଆଙ୍କୁ ଉଦ୍ଧାର କରି ମହିଳା ଜଣଙ୍କ ମୋହନା ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ମୃତଦେହ ଜବତ କରି ତଦନ୍ତ କରୁଛି।

Share

Leave a Reply

Your email address will not be published. Required fields are marked *

10 + thirteen =