ଜିଲ୍ଲାୱାରୀ ସଦସ୍ୟତା ସଂଗ୍ରହ ଅଭିଯାନର ତଦାରଖ କରିବେ ଷ୍ଟଲୱାଟ

ଭୁବନେଶ୍ୱର () ବିଜେଡିର ସଦସ୍ୟ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବାକୁ ଏସମ୍ପର୍କିତ କମିଟିର 7 ଜଣ ସଦସ୍ୟଙ୍କୁ ଭିନ୍ନ ଭିନ୍ନ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସେମାନେ ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ସାଂସଦ, ବିଧାୟକ ଓ ନିର୍ବାଚନମଣ୍ଡଳୀ ନେତାଙ୍କ ସହ ଆଲୋଚନା କରି ସଦସ୍ୟ ସଂଗ୍ରହ ଲକ୍ଷ୍ୟ ପୂରଣ କରିବେ ।

କମିଟି ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଦେବୀ ପ୍ରସାଦ ମିଶ୍ରଙ୍କୁ ଢେଙ୍କାନାଳ, ଅନୁଗୁଳ ଓ କଟକ, ପ୍ରତାପ କେଶରୀ ଦେବଙ୍କୁ ନୂଆପଡା, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ଦାୟିତ୍ୱ, ପ୍ରମିଳା ମଲ୍ଲିକଙ୍କ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ମିଳିଛି। ସେହିଭଳି ସଞ୍ଜୟ କୁମାର ଦାସବର୍ମାଙ୍କୁ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା ଓ ଗଜପତି ଜିଲ୍ଲା ଦାୟିତ୍ୱ, ପ୍ରଦୀପ ପାଣିଗ୍ରାହୀଙ୍କୁ ଗଂଜାମ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଦାୟିତ୍ୱ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ମୟୁରଭଞ୍ଜ, ବାଲେଶ୍ବର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ଦାୟିତ୍ୱ ମିଳିଛି ।
Share

Leave a Reply

Your email address will not be published. Required fields are marked *

five × one =