ସୂର୍ୟ୍ୟ ପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ()  ଆସନ୍ତା ୨୬ରେ ସୂର୍ୟ୍ୟ ପରାଗ । ଆଜି ରାତି ତମାମ ଶ୍ରୀମନ୍ଦିର ଖୋଲାରହିବ ଓ ମହାପ୍ରଭୁଙ୍କ ଦର୍ଶନ ମିଳିବ । ଆଜି ରାତି ୮ ଟା ୨୦ମିନିଟ୍ରେ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ । ଆସନ୍ତାକାଲି ସକାଳ ୮ ଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ୟ୍ୟ ପରାଗ ସ୍ପର୍ଶ କରିବ । ୧୧ ଟା ୩୦ମିନିଟ୍ରେ ସର୍ବମୋକ୍ଷ ହେବ ।

ପରାଗ ସ୍ପର୍ଶ ସମୟରେ ଶ୍ରୀମନ୍ଦିରରେ ନୀତିକାନ୍ତି ଆରମ୍ଭ ହେବ। ମହାପ୍ରଭୁଙ୍କ ମହାସ୍ନାନ, ଖଇ କୋରା ଭୋଗ ହେବ। ଏହା ପରେ ପହିଲି ଭୋଗ ସମେତ ଅନ୍ୟାନ୍ୟ ନୀତି ହେବ। ସୂର୍ୟ୍ୟପରାଗ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିବନି।

Share

Leave a Reply

Your email address will not be published. Required fields are marked *

nineteen + 2 =