ଲକ୍ଷ୍ମୀଦତ୍ତ ହତ୍ୟା ଘଟଣା: ଅଭିଯୁକ୍ତ କୃଷ୍ଣ ନାୟକଙ୍କ ଜାମିନ ଆବେଦନ ଖାରଜ

ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକଙ୍କୁ ଝଟ୍‌କା । ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ । ଗତ ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ବିଜେଡି କାଉନସିଲ୍‌ର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ କିଛି ଦୁର୍ବୃତ୍ତ ତାଙ୍କ ବାସଭବନ ଆଗରେ ହତ୍ୟା କରିଥିଲେ । ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକଙ୍କୁ ୨୦୧୭ ଅକ୍ଟୋବର ୨୮ରେ ଉତ୍ତରାଖଣ୍ଡରୁ ଗିରଫ କରିଥିଲା ପୋଲିସ । ଏହି ମାମଲାରେ କିଛି ଦିନ ତଳେ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ହାଜର ପାଇଁ ଛତ୍ରପୁର ଥାନା ପୋଲିସ ନୋଟିସ କରିଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେମାନେ ହାଜର ହୋଇନଥିଲେ ।

Share

Leave a Reply

Your email address will not be published. Required fields are marked *

9 − seven =