ସେମିଫାଇନାଲରେ ଲଭଲିନା

ଟୋକିଓ: ଇତିହାସ ରଚିଲେ ଭାରତୀୟ ମହିଳା ବକ୍ସର। କମାଲ କଲେ ଆସାମର ପ୍ରଥମ ମହିଳା ବକ୍ସର। ଅଲିମ୍ପିକ୍ସରେ ପଦକ ନିଶ୍ଚିତ କଲେ ୨୩ ବର୍ଷିୟ ଲଭ୍ଲିନା ବୋର୍ଗୋହେନ। ବିଶ୍ବ କ୍ରୀଡ଼ା ମହାକୁମ୍ଭ ‘ଅଲିମ୍ପିକ୍ସ’ର ୮ମ ଦିନରେ ମହିଳା ମୁଷ୍ଟିଯୁଦ୍ଧା ୬୯ କିଲୋ କ୍ବାର୍ଟର ଫାଇନାଲରେ ଚାଇନାର ନିଏନ ଚିନ ଚେନଙ୍କୁ ପରାସ୍ତ କରି ସେମିଫାଇନାଲରେ ଏଣ୍ଟ୍ରି କରିଛନ୍ତି।

ଭାରତୀୟ ବକ୍ସର ଲଭଲିନା କ୍ୱାର୍ଟର ଫାଇନାଲରେ ନିଜର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ୨ୟ ରାଉଣ୍ଡକୁ ୫-୦ରେ ଜିତି ପଦକ ଆଡକୁ ଆଉ ପାଦେ ଅଗ୍ରସର ହୋଇଛନ୍ତି। ବକ୍ସିଂ ୬୯ କିଲୋଗ୍ରାମ ଇଭେଣ୍ଟ ସେମିଫାଇନାଲ ପ୍ରବେଶ କରି ରଚିଛନ୍ତି ଇତିହାସ।

ଲଭଲିନା ହେଉଛନ୍ତି ଭାରତର ପ୍ରଥମ ମହିଳା ଖେଳାଳି ଯିଏକି ଏହି ବର୍ଗରେ ପଦକ ଜିତିବା ଦୌଡରେ ଅଛନ୍ତି । ତେବେ ଭାରତ ପାଇଁ ବକ୍ସିଂରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାର ଏକ ସୁଯୋଗ ରହିଛି । କିନ୍ତୁ ଏଥିପାଇଁ ଲଭଲିନାଙ୍କୁ ଆଉ ଦୁଇଟି ମ୍ୟାଚ୍ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଯଦି ସେ ସେମିରେ ହାରନ୍ତି ତେବେ ମଧ୍ୟ ଏକ ପଦକ ପାଇବାର ସୁଯୋଗ ରହିଛି ।

Share

Leave a Reply

Your email address will not be published. Required fields are marked *

three × 1 =