ବାପୁଜୀ ନଗର ମାର୍କେଟ ସିଲ

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱର ସ୍ଥିତ ବାପୁଜୀ ନଗରକୁ ମାର୍କେଟକୁ ସିଲ୍ କରଛିି ବିଏମସି । ଦୋକାନୀମାନେ ଆଇନ ନମାନିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ୟବସାୟୀମାନେ ସାମାଜିକ ଦୂରତା ପାଳନ ନକରିବାରୁ ସିଲ୍ ହୋଇଥିବା ନେଇ ସୂଚନା ରହିଛି । ଜରୁରୀ ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ଏସଓପି ନମାନିଲେ ମାର୍କେଟକୁ ସମ୍ପୂର୍ଣ୍ଣ ସିଲ୍ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଥିବା ବେଳେ କେତେକ ଗାଇଡ଼ଲାଇନ ମଧ୍ୟ ଜାରି କରିଛନ୍ତି । ଏହି ଗାଇଡ଼ ଲାଇନ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

8 − 4 =