ସଙ୍ଗରୋଧର ଅବଧି ସରିବା ପରେ ୨୦୦୦ ଟଙ୍କାର ସହାୟତା

ଭୁବନେଶ୍ୱର ()ଆଜି ରାଜ୍ୟବାସୀଙ୍କୁ ଭିଡ଼ିଓ ମେସେଜ ଜରିଆରେ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାହାର ରାଜ୍ୟରେ ଫସିରହିଥିବା ଲୋକଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି ।  ଏହାସହ ପ୍ରତି ପଞ୍ଚାୟତରେ ପଞ୍ଜୀକରଣ ବ୍ୟବସ୍ଥା କରାଯିବ ।  ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି ।  ଏଥିସହିତ ଫେରୁଥିବା ଲୋକଙ୍କ ବନ୍ଧୁ ଓ ପରିବାର ମଧ୍ୟ ପଞ୍ଜୀକରଣ କରିପାରିବେ ।  ସେମାନଙ୍କୁ ପଞ୍ଚାୟତ ସ୍ତରରେ ୧୪ଦିନ ପାଇଁ ସଙ୍ଗରୋଧରେ ରଖାଯିବ ।  ସଙ୍ଗରୋଧ ରହିବା ସମୟରେ ଖାଇବା, ରହିବା, ଚିକିତ୍ସା ସବୁ ଖର୍ଚ୍ଚ ସରକାର ବହନ କରିବେ ।  ସଙ୍ଗରୋଧର ଅବଧି ସରିବା ପରେ ୨୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।  ଏହାକୁ କାର୍ଯ୍ୟକାରି କରାଇବାକୁ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ।  ତେଣୁ କରୋନା ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି ।  ଏଥିପାଇଁ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ନିଆଯାଇଛି ।  ମେ ୩ରେ କଟକଣା ସରିବା ପରେ ରାଜ୍ୟ ସରକାର ଏନେଇ ପଦକ୍ଷେପ ନେବେ । କେନ୍ଦ୍ର ଓ ଅନ୍ୟ ରାଜ୍ୟ ସହ ଓଡ଼ିଶା ସରକାର ଆଲୋଚନା କରିବେ । ବାହାରେ ଫସି ରହିଥିବା ଲୋକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − 1 =