ଟ୍ରାନ୍ସରେଲ୍ ଲାଇଟିଂ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଟ୍ରାନ୍ସରେଲ୍ ଲାଇଟିଂ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି), ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ ଲିମିଟେଡ୍‌ରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ ଦାଖଲ କରାଯାଇଛି ।
ଏହା ହେଉଛି ଅଗ୍ରଣୀ ଭାରତୀୟ ଇଞ୍ଜିନିୟରିଂ, ପ୍ରକ୍ୟୁରମେଂଟ୍ ଓ କନଷ୍ଟ୍ରକ୍ସନ କଂପାନି ଯାହା ନିଜସ୍ୱ ଲାଟିସ୍ ଷ୍ଟ୍ରକ୍‌ଚର୍‌, କଣ୍ଡକ୍ଟର ଓ ମୋନୋପୋଲ୍ କାରଖାନା ରହିଛି । ବିଶ୍ୱସ୍ତରରେ ଟର୍ନକି ଭିତିରେ ବ୍ୟାପକ ସମାଧାନ ପ୍ରଦାନ କରିବାରେ କମ୍ପାନିର ଚାରି ଦଶନ୍ଧୀର ଅଭିଜ୍ଞତା ରହିଛି । ଏହା ବିଦ୍ୟୁତ ସଂଚରଣ ଓ ବଂଟନ କ୍ଷେତ୍ରରେ ଏକ ବିଶ୍ୱସନୀୟ ଓ ଦୀର୍ଘସ୍ଥାୟୀ ସହଯୋଗୀ ।
କମ୍ପାନି ଇନିସିଆଲ ପବ୍ଲିକ୍ ଅଫର ଜରିଆରେ ପାଣ୍ଠି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ଏହା ୪୫୦ କୋଟି ଟଙ୍କାର ନୂଆ ସେୟାର ଜାରି କରିବ ଏବଂ ଅଫର ଫର ସେଲ୍‌ରେ ନିବେଶକମାନେ ୧୦,୧୬୦,୦୦୦ ଇକ୍ୱିଟି ସେୟାର ବିକ୍ରି କିବେ । ଅଜନମା ହୋଲ୍‌ଡିଂସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି ସେୟାରଗୁଡ଼ିକୁ ବିକ୍ରି କରାଯିବ ।
ଏହି ଅଫର ଜରିଆରେ ଯେଉଁ ପାଣ୍ଠି ସଂଗୃହୀତ ହେବ କମ୍ପାନି ସେଥିରୁ ୨୫୦ କୋଟି ଟଙ୍କାକୁ ବର୍ଦ୍ଧିତ କାର୍ଯ୍ୟକାରୀ ପୁଞ୍ଜି, ୯୦.୩୯ କୋଟି ଟଙ୍କାକୁ କାର୍ଯ୍ୟକାରୀ ପୁଞ୍ଜି ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ ।
କ୍ରିସିଲ୍ ରିପୋର୍ଟ ଅନୁସାରେ ୨୦୨୩ ମାର୍ଚ ୩୧ ସୁଦ୍ଧା କମ୍ପାନି ଏହାର ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ରାଜସ୍ୱରେ ୩୫.୧% ବୃଦ୍ଧି ହାସଲ କରିଛି ।
ଏହି ଅଫର୍‌ର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଇନ୍‌ଗା ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲିମିଟେଡ୍ ଏବଂ ଆଇଡିବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଆଣ୍ଡ୍ ସିକ୍ୟୁରିଟିଜ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

11 − 11 =