କଳିଙ୍ଗନଗରରେ ସେନା ନିଯୁକ୍ତି ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ

କଳିଙ୍ଗନଗର: ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଯାଜପୁର ଜିଲ୍ଲାର ଡୁବୁରି ନିକଟସ୍ଥ ଦେଓ ରେସିଡେନ୍‌ସି ପରିସରରେ ଥିବା ଅରେଂଜ୍ ବିଲ୍‌ଡିଂର କର୍ପୋରେଟ୍ ସର୍ଭିସେସ୍ ବ୍ଲକ୍‌ରେ ୨୦୨୩ ମାର୍ଚ୍ଚ ୧ ତାରିଖ ଦିନ ୧୦:୩୦ ଘଟିକା ସମୟରେ କଳିଙ୍ଗନଗର ଓ ଆଖପାଖ ସ୍ଥାନର ଯୁବବର୍ଗଙ୍କ ପାଇଁ ଭାରତୀୟ ସେନାରେ ନିଯୁକ୍ତି ଉପରେ ଏକ ସଚେତନତା ଅଧିବେଶନ ଆୟୋଜନ କରାଯିବ ।
ଏହି ଅଧିବେଶନ ଅବସରରେ କଟକ ସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟର ନିର୍ଦେଶକ କର୍ଣ୍ଣେଲ୍ ହମିନ୍ଦର ସିଂହ ଟାଟା ଷ୍ଟିଲ୍ ଟିଏସ୍‌କେ ଓ ଟିଏସ୍‌ଏମ୍‌ର ନିରାପତା ମୁଖ୍ୟ- କର୍ଣ୍ଣେଲ୍ ପ୍ରକାଶ ସଞ୍ଜୟଙ୍କ ସହ ମିଶି ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ପ୍ରକାରର ସେନା ନିଯୁକ୍ତି, ନିଯୁକ୍ତିର ପ୍ରକ୍ର୍ରିୟା ଏବଂ ସେଥିପାଇଁ କିଭଳି ପ୍ରସ୍ତୁତି ଓ ଆବେଦନ କରିବାକୁ ପଡ଼ିବ ସେ ବିଷୟରେ ସୂଚିତ କରିବେ ।
ଏହି ସଚେତନତା ଅଧିବେଶନ କଳିଙ୍ଗନଗର ଓ ଏହାର ଆଖପାଖ ଅଂଚଳ ଯଥା ଦାନଗଦି, ସୁକିନ୍ଦା, ଯାଜପୁର ରୋଡ୍ ଓ ଯାଜପୁର ଟାଉନ୍‌ର ସମସ୍ତ ବାସିନ୍ଦାଙ୍କ ପାଇଁ ଖୋଲା ରହିବ ।

Share

Leave a Reply

Your email address will not be published. Required fields are marked *

fourteen − nine =