ଟିପିଏସ୍ଓଡିଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଶିଶୁ ଦିବସ ପାଳନ କରାଯାଇଛି । ଏହି ଅବସରରେ ଏକ ସ୍ଵତନ୍ତ୍ର କାର‌୍ୟ୍ୟକ୍ରମ, ‘ବଚ୍ଚା ପାର୍ଟି’ ଆୟୋଜନ କରାଯାଇଥିଲା । ଉତ୍ସବରେ ଅନେକ ମନୋରଞ୍ଜନ ଭରା ଖେଳ ଓ କାର‌୍ୟ୍ୟକ୍ରମ ସାମିଲ ଥିଲା, ଯାହା ଏହି କାର‌୍ୟ୍ୟକ୍ରମକୁ ବେଶ ଆକର୍ଷଣୀୟ କରିଥିଲା।

ଏହି ଅବସରରେ ବିଭିନ୍ନ ଗେମିଂ ଜୋନର ବ୍ୟବସ୍ଥା କରାଯାଇଥିଲା । ଏହା ଛୋଟ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଓ ମନୋରଞ୍ଜନ ଭରି ଦେଇଥିଲା । ଲେମ୍ବୁ ଓ ଚାମଚ ଦୌଡ଼, ଚିତ୍ରାଙ୍କନ, ମ୍ୟୁଜିକାଲ୍ ଚେଆର ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାରେ ପିଲାମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଏକ ଡ୍ୟାନ୍ସ ଫ୍ଲୋରର ବ୍ୟବସ୍ଥା ମଧ୍ୟ ରହିଥିଲା । ଏହା ଉତ୍ସବକୁ ଆହୁରି ଉଲ୍ଲାସପୂର୍ଣ କରିଥିଲା ।

ଏହି କାର‌୍ୟ୍ୟକ୍ରମ ଉତ୍ସର୍ଗୀକୃତ କର୍ମଚାରୀମାନଙ୍କ ପିଲାମାନଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିବା ପାଇଁ ଟିପିଏସ୍ଓଡିଏଲର ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ ଥିଲା । କମ୍ପାନୀର ନୀତି ଏକ ସକାରାତ୍ମକ ଏବଂ ସାମଗ୍ରିକ କାର‌୍ୟ୍ୟ ପରିବେଶକୁ ପ୍ରୋତ୍ସାହିତ କରିବା ଉପରେ ଆଧାରିତ, ଯାହାକି ପରିବାର ଏବଂ ସମୁଦାୟର ମହତ୍ତ୍ୱକୁ ସ୍ୱୀକାର କରେ । ଏହି ଉତ୍ସବ ଏହାର କର୍ମଚାରୀ ଓ ସେମାନଙ୍କ ପରିବାର ମଧ୍ୟରେ ଏକତାର ଭାବନା ପୋଷଣ କରାଇଛି । ଏକତା ଏବଂ ବନ୍ଧୁତ୍ୱର ମୂଲ୍ୟ ଉପରେ ଗୁରୁତ୍ୱ ଦେଇ କମ୍ପାନୀ ତା’ର କର୍ମଚାରୀମାନଙ୍କ ପ୍ରତି ସମର୍ପଣର ପ୍ରମାଣ ଦେଇଛି ।

” ବଚ୍ଚା ପାର୍ଟି ” ମାଧ୍ୟମରେ ଟିପିଏସ୍ଓଡିଏଲ୍ କେବଳ ଏହାର କର୍ମଚାରୀଙ୍କ ପ୍ରତି ନୁହେଁ ବରଂ ସେମାନଙ୍କ ପରିବାର ପ୍ରତି ମଧ୍ୟ ନିଜର ଦୃଢ଼ ସମର୍ପଣ ଦେଖାଇଛି । ଏହି କାର‌୍ୟ୍ୟକ୍ରମ ସଂଗଠନ ମଧ୍ୟରେ ଏକତାକୁ ସୁଦୃଢ଼ କରିବା ସହ କର୍ମଚାରୀମାନଙ୍କ ଭାଇଚାରାକୁ ପ୍ରୋତ୍ସାହିତ କରିଛି ।

Share

Leave a Reply

Your email address will not be published. Required fields are marked *

4 + fifteen =