Business

ଆଧାର ହାଉସିଂ ଫାଇନାନ୍ସ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ମେ’ ୮ରେ ଖୋଲିବ

ଭୁବନେଶ୍ୱର: ଆଧାର ହାଉସିଂ ଫାଇନାନ୍ସ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ମେ’ ୮ ବୁଧବାର ଦିନ ଖୋଲିବ । ଏହି ଅଫରରେ କମ୍ପାନି ୧୦୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲ୍‌ରେ ୨୦୦୦ କୋଟି ଟଙ୍କାର ସେୟାରକୁ ବିସିପି ଟପ୍‌କୋ ଷଷ୍ଠ ପିଟିଇ ଲିମିଟେଡ୍ ଉପଲବ୍ଧ କରାଇବ । ଏହି ଅଫରରେ ସେୟାର ପିଛା ଦାମ୍ ୩୦୦-୩୧୫ ଟଙ୍କା ମଧ୍ୟରେ ରହିବ । ଅଫର ୨୦୨୪ ମେ’ ୭ରେ ବନ୍ଦ ହେବ । ସର୍ବନିମ୍ନ ୪୭ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୪୭ଟି ଲେଖାଏଁ ସେୟାର ଯୋଡ଼ିହେବ ।
ଏହି ଅଫରରୁ ମିଳିବାକୁ ଥିବା ପାଣ୍ଠିକୁ କମ୍ପାନି ଋଣ ପ୍ରଦାନ ଲାଗି ଭବିଷ୍ୟତ ପାଣ୍ଠି ଆବଶ୍ୟକତାକୁ ପୂରଣ କରିବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ । ଏହି ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରାଯିବ । ଏଥିପାଇଁ ଡେଜିଗନେଟେଡ୍ ଷ୍ଟକ୍ ଏକ୍ସଚେଞ୍ଜ ହେଉଛି ଏନ୍‌ଏସ୍‌ଇ ।
ବ୍ଲାକଷ୍ଟୋନର ପ୍ରାଇଭେଟ୍ ଇକ୍ୱିଟି ଏସିଆ ମୁଖ୍ୟ ଅମିତ ଦୀକ୍ଷିତ କହିଛନ୍ତି ଯେ, “ଏହି ଲିଷ୍ଟିଂ ଆଧାର ହାଉସିଂ ଫାଇନାନ୍ସ ଲିମିଟେଡ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଆମେ କ’ଣ ସବୁଠାରୁ ଭଲ କରୁଛୁ ଏହା ହେଉଛି ତାହାର ଏକ ଉତମ ଉଦାହରଣ । ଆମେ ବ୍ୟବସାୟ ବୃଦ୍ଧି ପାଇଁ ଆମର ବ୍ୟାପକତା, ନେଟୱାର୍କ ଏବଂ ସର୍ବୋତମ ବିଶ୍ୱସ୍ତରୀୟ ଅଭ୍ୟାସ ଆଣିଥିଲୁ ଏବଂ କମ୍ପାନିକୁ ଏହାର ପ୍ରକ୍ରିୟାକୁ ସ୍ୱଦେଶୀକରଣ କରିବାକୁ ସଶକ୍ତ କରିଥଲୁ । ଏହା ଏକ ଚମତ୍କାର ସହଯୋଗିତ ଏବଂ ବର୍ତମାନ ବ୍ୟବସାୟ ଯେଉଁଠାରେ ରହିଛି ତାହାକୁ ନେଇ ଆମେ ଗର୍ବିତ ମନେ କରୁଛୁ ।’’
ବ୍ଲାକଷ୍ଟୋନ୍ ପ୍ରାଇଭେଟ୍ ଇକ୍ୱିଟିର ବରିଷ୍ଠ ପରିଚାଳନା ନିର୍ଦ୍ଦେଶକ ମୁକେଶ ମେହେଟ୍ଟା କହିଛନ୍ତି ଯେ, “ଅଣସେବାପ୍ରାପ୍ତ ଭାରତୀୟଙ୍କୁ ଘର ମାଲିକ କରିବା ଏବଂ କଂପାନିର ପରିବର୍ତନ ଓ ଅଭିବୃଦ୍ଧିରେ ଭୂମିକା ଗ୍ରହଣ କରିବାକୁ ସକ୍ଷମ କରିବା ପାଇଁ ଆଧାର ହାଉସିଂ ଫାଇନାନ୍ସ ଲିମିଟେଡ୍ ମିଶନର ଏକ ଅଂଶ ହେବା ଲାଭଦାୟକ ଅଟେ । ଆମର ପ୍ରାଥମିକତା ହେଉଛି କମ୍ପାନୀର ନେତୃତ୍ୱ ସହିତ ଘନିଷ୍ଠ ସମନ୍ୱୟ ଏବଂ ବ୍ଲାକଷ୍ଟୋନର ପୁଞ୍ଜି, ସମ୍ବଳ ଏବଂ ଆମର ଟେକ୍ନୋଲୋଜି ଦକ୍ଷତାକୁ ବ୍ୟବହାର କରି ନିର୍ମାଣ କରିବା ।”
ଆଧାର ହାଉସିଂ ଫାଇନାନ୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ଆନନ୍ଦ କହିଛନ୍ତି, “ବ୍ୟକ୍ତି ବିଶେଷ ଏବଂ ପରିବାରକୁ ସେମାନଙ୍କ ନିଜ ଘରର ଚାବି ସହିତ ସଶକ୍ତ କରିବା ଦିଗରେ ଏହା ଆମର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । “ଘର ବନେଗା, ତୋ ଦେଶ ବନେଗା’ର ପ୍ରକୃତ ଅର୍ଥରେ ଆମେ ରାଷ୍ଟ୍ର ନିର୍ମାଣର ଦାୟିତ୍ୱ ଗ୍ରହଣ କରିବା ସହ ଶକ୍ତିଶାଳୀ ସମ୍ପ୍ରଦାୟର ମୂଳଦୁଆ ପକାଇବା ।”
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ସିଟିଗ୍ରୁପ୍ ଗ୍ଲୋବାଲ୍ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌, ନୋମୁରା ଫାଇନାନ୍ସିଆଲ ଆଡଭାଇଜରି ଆଣ୍ଡ୍ ସିକ୍ୟୁରିଟିଜ୍ (ଇଣ୍ଡିଆ) ଲିମିଟେଡ୍ ଏବଂ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

18 − five =