ଆସନ୍ତାକାଲିଠୁ ବୌଦ୍ଧ ପଦଯାତ୍ରା

ଭୁବନେଶ୍ୱର () ଆସନ୍ତାକାଲିଠାରୁ ଆରମ୍ଭ ହେବ 16ତମ ବୌଦ୍ଧ ପଦଯାତ୍ରା । ଓଡ଼ିଶାର ବିଭିନ୍ନ ବୌଦ୍ଧ ପୀଠ ପରିଦର୍ଶନ କରୁଥିବା ଏହି ପଦଯାତ୍ରା ଜରିଆରେ ପରିବେଶ ସଂରକ୍ଷଣ ସମ୍ପର୍କିତ ବାର୍ତ୍ତା ପହଞ୍ଚାଇବା ।

ବୌଦ୍ଧ ଧର୍ମଗୁରୁ ଗ୍ୟାଲୱାଙ୍ଗ ଦ୍ରୁପକା ଓ ଦ୍ରୁପକା ଥୁକସେଙ୍କ ନେତୃତ୍ୱରେ 350 ଜଣ ବୌଦ୍ଧ ଧର୍ମ ପ୍ରଚାରକ 140 କିଲୋମିଟର ପଦଯାତ୍ରା କରିବେ । ସେମାନେ ବୌଦ୍ଧ କୀର୍ତ୍ତିରାଜି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର, ଉଦୟଗିରି, ଧଉଳି, ଲଳିତଗିରି ଓ ରତ୍ନଗିରି ଯିବେ ।

ଆସନ୍ତା 31 ତାରିଖ ପର୍ଯନ୍ତ ହେବାକୁଥିବା ଏହି ପଦଯାତ୍ରା ଅବସରରେ ଏହି ତୀର୍ଥଯାତ୍ରୀ ଦୈନିକ ଶାନ୍ତି ଓ ଦୟାର ପ୍ରାର୍ଥନା କରିବେ । ଯେଉଁ ପଥଦେଇ ସେମାନେ ପଦଯାତ୍ରା କରିବେ ସେହି ରାସ୍ତାରେ ସ୍ଵଛତାର ବ୍ୟାପକ ପ୍ରଚାର କରିବେ । ଓଡ଼ିଶାର ବୌଦ୍ଧ କୀର୍ତ୍ତିରାଜିର ପ୍ରଚାର ମଧ୍ୟ କରାଯିବ । ଆସନ୍ତା 31 ତାରିଖରେ ଏହି ପଦଯାତ୍ରା ରତ୍ନଗିରିରେ ଶେଷ ହେବା ।

Share

Leave a Reply

Your email address will not be published. Required fields are marked *

four × three =