ବିଜେପିର ହିନ୍ଦୁତ୍ବ କାର୍ଡ : ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ରୋଡ ସୋ କଲେ ସମ୍ବିତ ପାତ୍ର

ପୁରୀ () ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ନିର୍ବାଚନ ଆଚରଣବିଧି ଉଲଂଘନ କରିଥିବା ଅଭିଯୋଗ ହୋଇଛି । ରାଜନୈତିକ ପ୍ରଚାର ସମୟରେ କୌଣସି ଧାର୍ମୀକ ଚିହ୍ନ, ବିଶ୍ବାସ, ଫଟୋ କିମ୍ବା ଦେବାଦେବୀଙ୍କ ମୂର୍ତ୍ତି ଧରିବାକୁ ଆଚରଣ ବିଧି ସମ୍ପୁର୍ଣ୍ଣ ଭାବେ ବାରଣ କରିଛି । ହେଲେ ଏହି ଆଚରଣ ବିଧିର ଉଲଂଘନ କରି ସମ୍ବିତ ପାତ୍ର ।

ସୋମବାର ସେ ନିଜ ପ୍ରଚାର ସମୟରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ରୋଡ ସୋ କରିଥିଲେ । ଏହା ନିର୍ବାଚନ ଆଚରଣ ବିଧିର ଉଲଂଘନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ଶ୍ରୀମନ୍ଦିର ଦଇତାପତିମାନେ ମଧ୍ୟ ମହାପ୍ରଭୂଙ୍କ ପ୍ରତିମୂର୍ତ୍ତି ଧରି ପ୍ରଚାରକୁ ବିରୋଧ କରିଛନ୍ତି ।

ଏ ସଂପର୍କରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାର କରି କୋଟି କୋଟି ଓଡିଶା ଲୋକଙ୍କ ଧର୍ମୀୟ ଭାବନାକୁ କୁଠାରଘାତ କରିଛନ୍ତି ସମ୍ବିତ । ଶ୍ରୀଜଗନ୍ନାଥ କାହାର ପୈତୃକ ସମ୍ପତ୍ତି ନୁହେଁ, ଯାହାଙ୍କୁ ଧରି ରାସ୍ତାରେ ରୋଡ ସୋ କରାଯିବ ବୋଲି ସେ କହିଛନ୍ତି ।ରୋଡ ସୋ କରାଯିବ ବୋଲି ସେ କହିଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ଧର୍ମ ନାଁରେ ରାଜନୀତି କରି ହିନ୍ଦୁଦ୍ବ ଭୋଟକୁ ଏକତ୍ରିକରଣ କରିବାକୁ ଚେଷ୍ଟା କରୁଛନ୍ତି । ଏହା ଓଡିଶା ଭଳି ଏକ ରାଜ୍ୟ ପାଇଁ ବିପଦଜ୍ଜନକ । ତେବେ ବିଜେପିର ଏହି ହିନ୍ଦୁତ୍ବ କାର୍ଡ ଓଡିଶାରେ କେବେ ବି କାମ ଦେଇନି କି ଦେବ ନାହିଁ ବୋଲି ସେ କହିଛନ୍ତି ।

 

Share

Leave a Reply

Your email address will not be published. Required fields are marked *

9 − 9 =