କଂଗ୍ରେସ ବିଜେପୁର ପ୍ରାର୍ଥୀ ଏବେ ବିଜେଡିରେ

ଭୁବନେଶ୍ବର () : ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଥିବା ରାଜ୍ୟ କଂଗ୍ରେସକୁ ଆଜି ଆଉ ଏକ ଝଟକା ଲାଗିଛି । ଗତକାଲି କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଜେଡିରେ ମିଶିଛନ୍ତି ବରଗଡ ଜିଲ୍ଲାର କଂଗ୍ରେସର ଜଣାଶୁଣା ନେତା ପ୍ରଣୟ ସାହୁ । ଗତକାଲି ପ୍ରଣୟ ରାଜ୍ୟ କଂଗ୍ରେସ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ଦଳ ଛାଡିଥିଲେ । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ଅନ୍ୟ କିଛି କର୍ମୀ ମଧ୍ୟ ବିଜେଡ଼ିରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ପ୍ରଣୟ ସାହୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଗତବର୍ଷ ବିଜେପୁର ଉପନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ଥିଲେ। ବିଜେପୁର ଉପନିର୍ବାଚନ ପରେ ଦଳ ତାଙ୍କୁ ଅଣଦେଖା କରିବାରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ବୋଲି ଦର୍ଶାଇଥିଲେ। ପ୍ରଣୟ ବିଜେଡ଼ିରେ ଯୋଗ ଦେବା ପରେ ବିଜେପୁର ତଥା ବରଗଡ଼ ଜିଲ୍ଲାରେ ବିଜେଡ଼ିର ସ୍ଥିତି ଆହୁରି ମଜବୁତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଣୟ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି । ତେବେ ଆସନ୍ତା ସାଧାରଣ ନିର୍ବାଚନରେ ସେ ଟିକେଟ ପାଇଁ ଆଶାୟୀ ନୁହଁନ୍ତି । ଦଳ ତାଙ୍କୁ ଯେଉଁ ଦାୟିତ୍ବ ଦେବ ତାକୁ ସେ ନିର୍ବାହ କରିବେ ବୋଲି କହିଛନ୍ତି । ଗତ ବିଜେପୁର ଉପନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ସେ ନେତୃତ୍ବକୁ ଏହାର କାରଣ ସମୀକ୍ଷା କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଦଳ ପକ୍ଷରୁ ଏ ସଂପର୍କରେ ମୁଣ୍ଡ ଖେଳାଯାଇନଥିଲା । ବରଂ ତାଙ୍କ ମତାମତ ଗ୍ରହଣ କରାନଯାୟୀ ବରଗଡ ଜିଲ୍ଲାରେ ମଣ୍ଡଳ କର୍ମକର୍ତ୍ତାମାନଙ୍କୁ ନିଯୁକ୍ତି ଦିଆଗଲା ।

Share

Leave a Reply

Your email address will not be published. Required fields are marked *

17 − 5 =