ବିଦ୍ୟାଳୟରେ ଭୌତିକ ଭୟ

ବିଶ୍ୱାସ ହେଉ କି ନହେଉ ଗୋଟିଏ ବିଦ୍ୟାଳୟରେ ଭୌତିକ କାଣ୍ଡ ଯୋଗୁଁ ବହୁ ଛାତ୍ରଛାତ୍ରୀ ଝାଡାବାନ୍ତି ଭଳି ରୋଗରେ ଆକ୍ରାନ୍ତ ହେବା ସହିତ ଘଡିକୁ ଘଡି ମୁର୍ଚ୍ଛା ଯାଉଥିବାର ଏକ ଚାଂଚଲ୍ୟକର ଖବର ମିଳିଛି । ମୋହନା ଅଂଚଳର ଆର-ଉଦୟଗିରି ଥାନା ଅନ୍ତର୍ଗତ ଗୋପବନ୍ଧୁ ବିଦ୍ୟାପିଠରେ ଏଭଳି ଘଟଣା ଘଟିଛି । ଏବଂ ଗତ ୪ଦିନ ହେଲା ସେ ଅଂଚଳରେ କୋକୂଆ ଭୟ ଖେଳିଯାଇଛି । ସ୍କୁଲକୁ ଅଭିବାହାକ ମାନେ ସେମାନଙ୍କ ପିଲାକୁ ଛାଡିବାକୁ ଭୟ କରୁଛନ୍ତି । ଗତ ଶୁକ୍ରବାର ଦିନ ମଧ୍ୟ ସ୍କୁଲର ପାର୍ଥନା ସଭାରେ ବହୁ ଛାତ୍ରଛାତ୍ରୀ ଏକ ସମୟରେ ମୁର୍ଚ୍ଛା ହେଇଯିବା ପରେ ଘଟଣା ପଦାକୁ ଆସିଥିଲା । ବିଦ୍ୟାଳୟରେ ଭୂତ ଥିବା ଯୋଗୁଁ ଏଭଳି ଘଟୁଥିବା କୁହାଯାଉଛି । ବିଇଓ ସ୍କୁଲ ପରିଦର୍ଶନ କରିବା ପରେ ମଧ୍ୟ ଭୂତ ଭୟ ଓ ଭୌତିକ କାଣ୍ଡର ଅନ୍ତ ଘଟିନାହିଁ ।

Share

Leave a Reply

Your email address will not be published. Required fields are marked *

3 + 15 =