ବିଜେପି ଛାଡ଼ିଲେ ସୁବାସ, କହିଲେ ଦଳ ଏବେ ଏକ ନିର୍ଦ୍ଧିଷ୍ଟ ଲୋକର ଜାଗିର ହୋଇଛି

ଭୁବନେଶ୍ବର () ବିଜେପି ଛାଡ଼ିଲେ ବିଜେପିର ଟାଣୁଆ ନେତା ସୁବାସ ଚୌହାନ । ଦଳ ଅଣଦେଖା କରିଥିବା ଅଭିଯୋଗ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁବାସ ।
ରାଜ୍ୟ ବିଜେପି ସଭାପତିଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ସେ ଅଭିଯୋଗ କରିଛନ୍ତି ଯେ, ମୋଦିଙ୍କ ଆଦର୍ଶ ଓ ଆପଣଙ୍କ ଆଶିର୍ବାଦ ଯୋଗୁଁ ବିଜେପିର ସଫଳତା ବାର୍ତ୍ତା ନେଇ ବରଗଡ଼ ଲୋକସଭା ଆସନ ପାଇଁ କାର୍ୟ୍ୟ କରୁଥିଲି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଦଳରେ କିଛି କୁଚକ୍ରୀ ଗୋଷ୍ଠୀ ସହିତ ଆପଣ ମିଶି ମୋର ପରିଶ୍ରମ, ନିଷ୍ଠା ଓ ତ୍ୟାଗର ମୁଲ୍ୟ ବୁଝିବା ବଦଳରେ ଅଣଦେଖା କଲେ ଏବଂ ଦଳରୁ ବାହାରିବା ପାଇଁ ସବୁପ୍ରକାର ସଡ଼ଯନ୍ତ୍ର କଲେ । ଶେଷର ମୋର ଟିକେଟ୍ ମଧ୍ୟ କାଟିଲେ ଓ ଅପମାନିତ କଲେ । ମୋତେ ଅନୁଭବ ହେଲା ଯେ, ଦଳ ଏକ ନିର୍ଦ୍ଧିଷ୍ଟ ଲୋକର ଜାଗିରି ଅଟେ । ଆଉ ତାକୁ ସୁରକ୍ଷା ଦେବା ପାଇଁ ସମ୍ପୂର୍ଣ୍ଣ ସଂଘ ପରିବାରକୁ ଉପୋଯୋଗ କରାଯାଉଛି । ଏଭଳି ସ୍ଥିତିରେ ବିଜେପିରେ ରହି କାମ କରିବା ମୋ ପାଇଁ କଷ୍ଟ ସାଧ୍ୟ ବୋଲି କହି ଦଳ ଛାଡ଼ିବାକୁ ବାଧ୍ୟ ହେଉଛି ।

ନିକଟରେ ବରଗଡ଼ ଲୋକସଭା ଆସନ ପାଇଁ ପ୍ରମୁଖ ଦାବିଦାର ଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ୍ ନଦେଇ ଦଳର ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ଟିକେଟ୍ ଦେଇଥିଲା । ଯାହାକୁ ନେଇ ସୁବାଷ କ୍ଷୁବ୍ଧ ହୋଇଲେ । ଏପରିକି ସୁବାସଙ୍କ ସମର୍ଥକମାନେ ବରଗଡ଼ରେ ଦଳ ବିରୋଧୀ ନାରା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଷପୁତ୍ତଳିକା ଦାହ କରିଥିଲେ । ଏହାପରେ ସୁବାସଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ତାଙ୍କୁ ରାଜ୍ୟ ଉପସଭାପତି ଲୋଭ ଦେଇ ମନାଇବାକୁ ଚେଷ୍ଟା କରାଗଲା । କିନ୍ତୁ ଏହା ଲାଭଦାୟକ ହେଲାନାହିଁ । ଶେଷରେ ‘ପଦ୍ମ’ ଛାଡ଼ିଛନ୍ତି ପଶ୍ଚିମ ଓଡ଼ିଶାର ଏହି ଟାଣୁଆ ବିଜେପି ନେତା ସୁବାସ ଚୌହାନ ।

Share

Leave a Reply

Your email address will not be published. Required fields are marked *

one × 1 =