କଂଗ୍ରେସ ଭବନ ଆକ୍ରମଣ ଘଟଣାରେ ୪ ଗିରଫ

କଂଗ୍ରେସ ଭବନରେ ଆକ୍ରମଣ କରିବା ଘଟଣାରେ ୪ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ରାଜ୍ୟ କଂଗ୍ରେସର ଅଭିଯୋଗ ଆଧାରରେ ଗିରଫ କରିଛି ପୋଲିସ୍ । ଏକାମ୍ର ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଦୁବୃର୍ତମାନେ ପାର୍ଟି ଅଫିସ ଭିତରେ ପଶି ଭଙ୍ଗାରୁଜା କରିବା ସହ ଗେଟରେ ତାଲା ପକାଇଦେଇଥିଲେ । ତେବେ ଏହି ତୁମୁଳକାଣ୍ଡ କରିଥିବା ଯୁବକମାନେ ଦଳର ଆଶାୟୀ ପ୍ରାର୍ଥୀ ନଥିଲେ କିମ୍ବା କର୍ମୀ ନଥିଲେ ବୋଲି ପରେ କଂଗ୍ରେସ ନେତା କହିଥିଲେ । ଏବଂ ଏନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ।

ଗତ ୨୩ ତାରିଖ ରାତିରେ କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଥିଲା । ଭୁବନେଶ୍ୱର ଏକ୍ରାମ୍ରରେ ରଶ୍ମୀ ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଅନ୍ୟତମ ଟିକେଟ ଆଶାୟୀ ଶେଖ୍ ଅମୀର ମହମ୍ମଦ ଏବଂ ତାଙ୍କ ସମର୍ଥକମାନେ କଂଗ୍ରେସ ଭବନ ଗେଟରେ ତାଲା ପକାଇବା ସହ କାର୍ୟ୍ୟାଳୟ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ତେବେ ଏହି ଘଟଣାରେ ପୁଲିସ୍ ଆଜି ୪ଜଣଙ୍କୁ ଗିରଫ କରିଛି ।

Share

Leave a Reply

Your email address will not be published. Required fields are marked *

three × 3 =