ସିବିଆଇ ଆନ୍ତର୍ଦ୍ୱନ୍ଦରେ କେନ୍ଦ୍ର କାଠଗଡ଼ାରେ

ନୂଆଦିଲ୍ଲୀ () ସିବିଆଇ ଅଡୁଆରୁ ମୁକୁଳି ପାରୁନି କେନ୍ଦ୍ର । ସିବିଆଇ ମୁଖ୍ୟ ଆଲୋକ ଓ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଉଭୟଙ୍କୁ କେନ୍ଦ୍ର ସରକାର ଛୁଟିରେ ଯିବାକୁ ନିର୍ଦେଶ ଦେଇଛନ୍ତି । ତାଙ୍କ ସ୍ଥାନରେ ଓଡ଼ିଆ କ୍ୟାଡର ଆଇପିଏସ ଅଫିସର ଏମ. ନଗେଶ୍ୱର ରାଓଙ୍କ ମଧ୍ୟବର୍ତ୍ତିକାଳୀନ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଏହା ଏବେ କେନ୍ଦ୍ର ପାଇଁ ଆଉ ଏକ ବିବାଦ ସୃଷ୍ଟି ହୋଇଛି ।

କେନ୍ଦ୍ରର ଏହି ନିର୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଆଲୋକ ବର୍ମା । ସୁପ୍ରିମକୋର୍ଟରେ ଆଲୋକ ବର୍ମାଙ୍କ ଓକିଲ ଗୋପାଳ ଶଙ୍କରନାରାୟନ ଏହି ମାମଲାର ପରିଚାଳନା କରିଥିଲେ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହାର ଶୁଣାଣି କରି ମାମଲାକୁ ଗ୍ରହଣ କରିଛନ୍ତି । ଏହି ମାମଲାର ଶୁଣାଣୀ ଆସନ୍ତା 26 ତାରିଖରେ ହେବ ।

ଶଙ୍କରନାରାୟନ ଯୁକ୍ତି ବଢିଥିଲେ ଯେ, ଉଭୟ ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କ ଛୁଟିରେ ଯିବାକୁ ନିର୍ଦେଶ ଦେଇଛନ୍ତି । ଏହାଦ୍ୱାରା ବହୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ମାମଲାର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବ । ଆଜି ପୂର୍ବାହ୍ନ 6ଟାରେ ଉଭୟଙ୍କୁ ଛୁଟିରେ ଯିବାକୁ ନିର୍ଦେଶ ଦିଆଯାଇଛି । ଏହି ନିର୍ଦେଶ ପରେ ବିଭିନ୍ନ ମାମଲାରେ ତଦନ୍ତକାରୀ ଅଫିସରଙ୍କୁ ବଦଳାଇଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

thirteen + 9 =