ଉନ୍ନୟନ କମିସନର ଓ ଶିଳ୍ପ ସଚିବଙ୍କ ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ ପରିଦର୍ଶନ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ ଲିମିଟେଡ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌)ର ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ (ଜିଆଇପି) ପରିଦର୍ଶନ କରି ଏଠାରେ ଥିବା ଶିଳ୍ପ ୟୁନିଟ୍‌ଗୁଡ଼ିକର ସାମ୍ପ୍ରତିକ ସ୍ଥିତି ଏବଂ ଏଥିରେ ଅଭିବୃଦ୍ଧି ସମ୍ଭାବନାର ଅନୁଧ୍ୟାନ କରିଛନ୍ତି ।

ଉନ୍ନୟନ କମିସନର ତଥା ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଆଇଏଏସ୍‌, ଅନୁ ଗର୍ଗ, ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ, ଆଇଏଏସ୍‌, ହେମନ୍ତ ଶର୍ମା, ଓଡ଼ିଶା ସରକାରଙ୍କ ଇଡ୍‌କୋ ଓ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ, ଆଇଏଏସ୍‌, ଭୁପେନ୍ଦ୍ର ସିଂହ ପୁନିଆ ପ୍ରମୁଖ ଇଣ୍ଡଷ୍ଟ୍ରିଆଲ ପାର୍କ ପରିଦର୍ଶନ କରିବା ସହ ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ଅଧିକାରୀମାନେ ଟାଟା ଷ୍ଟିଲ୍ ଏସ୍‌ଇଜେଡ୍ ପ୍ରତିନିଧି ଓ ଏଠାରେ ଥିବା ବିଭିନ୍ନ ଶିଳ୍ପର ପ୍ରତିନିଧିମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

ଟାଟା ଷ୍ଟିଲ୍ ଏସ୍‌ଇଜେଡ୍ ଲିମିଟେଡର ପ୍ରକଳ୍ପ ମୁଖ୍ୟ ସୌରଭ ସୁଗନ୍ଧ, କର୍ପୋରେଟ୍ ସେବା ମୁଖ୍ୟ ରାକେଶ ପାତ୍ର ଓ କମ୍ପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ୟୁଟିଲିଟି କରିଡର୍ ଓ ଭିତିଭୂମି ବିକାଶ ଉପରେ ଆଲୋଚନା କରିିଥିଲେ । ଇଣ୍ଡଷ୍ଟ୍ରିଆଲ ପାର୍କରେ ନିଜ ଶିଳ୍ପ କାରଖାନା ସ୍ଥାପନ କରିଥିବା ମହାଧନ ଏଗ୍ରିଟେକ୍ ଲିମିଟେଡ୍ (ଏମ୍‌ଏଏଲ୍‌), ଟାଟା କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଟିସିପିଏଲ୍‌), ଫେରୋ କ୍ରୋମ୍ କାରଖାନା (ଟାଟା ଷ୍ଟିଲ୍‌) ଏବଂ ଅନ୍ୟ ଶିଳ୍ପଗୁଡ଼ିକର ପ୍ରତିନିଧିମାନେ ମଧ୍ୟ ଆଲୋଚନାରେ ସାମିଲ୍ ହୋଇଥିଲେ ।

ଟାଟା ଷ୍ଟିଲ୍‌ର ସହଯୋଗୀ କମ୍ପାନୀ ଟାଟା ଷ୍ଟିଲ୍ ଏସ୍‌ଇଜେଡ୍ ଲିମିଟେଡ, ଘରୋଇ ଓ ରପ୍ତାନିଭିତିକ ଶିଳ୍ପ ପାଇଁ ଏକ ଉଦୀୟମାନ ହବ୍ ଭାବେ ଗୋପାଳପୁର ଶିଳ୍ପ ପାର୍କ (ଜିଆଇପି)ର ବିକାଶ କରୁଛି । ଏହି ଶିଳ୍ପାଚଂଳରେ ଟାଟା ଷ୍ଟିଲ୍ ଫେରୋ କ୍ରୋମ୍ କାରଖାନା, ଟାଟା କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ ଆଦି ବହୁ ଶିଳ୍ପ କାରଖାନା କାର୍ଯ୍ୟକ୍ଷମ ରହିଛି । ପାର୍କରେ ଦୀପକ ଫର୍ଟିଲାଇଜର୍ସ ଆଣ୍ଡ୍ ପେଟ୍ରୋକେମିକାଲ୍‌ସ କର୍ପୋରେସନ୍ ଲିମିଟେଡର ମହାଧନ ଆଗ୍ରିଟେକ୍ ଲିମିଟେଡ ଏବଂ ଗେଲ୍ ଗ୍ୟାସ୍ ଲିମିଟେଡ୍‌ର ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ।

ଦୀର୍ଘସ୍ଥାୟୀ ଶିଳ୍ପ ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରାଜ୍ୟର ରହିଥିବା ଲକ୍ଷ୍ୟ ଅନୁସାରେ ଗୋପାଳପୁର ଶିଳ୍ପ ପାର୍କରେ ବିକାଶମୂଳକ କାର୍ଯ୍ୟ ଜାରି ରହିଛି । ନିକଟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ଗୋପାଳପୁରରେ ଆୟୋଜିତ ଏକ ସମାରୋହରେ ଏସିଏମ୍‌ଇ କ୍ଲିନ୍‌ଟେକ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଆଭାଡା ଗ୍ରିନ୍ ଏଚ୍‌୨ ପ୍ରାଇଭେଟ୍ ଲିମିଟେଡ୍‌ର ଦୁଇ ସବୁଜ ଇନ୍ଧନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଯାହା ଓଡ଼ିଶାର ଦୀର୍ଘସ୍ଥାୟୀ ଶିଳ୍ପ ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହୋଇଛି ।

Share

Leave a Reply

Your email address will not be published. Required fields are marked *

two + eleven =