୬ସରାକରୀ କର୍ମଚାରୀଙ୍କ ସହ ଠିକାଦାର ଗିରଫ

ଭୁବନେଶ୍ୱର() ପୂର୍ତ୍ତ ବିଭାଗର କଟକ ରାସ୍ତା ଏବଂ ଗୃହ ନିର୍ମାଣ ଡିଭିଜନରେ ଟେଣ୍ଡର ଫିକ୍ସିଂ ଓ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ପାଇଁ ଭିଜିଲାନ୍ସ ଆଜି ଏହି ଡିଭିଜନର ୫ଜଣ ଯନ୍ତ୍ରୀ ଜଣେ ଆକାଉଣ୍ଟ ଅଫିସରଙ୍କ ସମେତ ସମ୍ପୃକ୍ତ ଠିକାଦାରଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ଏହି ଘଟଣାରେ ୬ ଜଣ ସରକାରୀ କର୍ମଚାରୀ ଙ୍କ ସହ ସମ୍ପୃକ୍ତ ଠିକାଦାର ମଧ୍ୟ ଗିରଫ ହୋଇଛନ୍ତି । ତାଳଦଣ୍ଡା କେନାଲ ଉପରେ ପୋଲ ନିର୍ମାଣରେ ଟେଣ୍ଡର ଫିକ୍ସିଂ ଓ ଅନ୍ୟମିତତା ସମ୍ପର୍କରେ ଅଭିଯୋଗ କରି ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ହାଇକୋର୍ଟ ଏହା ଉପରେ ତଦନ୍ତ କରିବାକୁ ଭିଜିଲାନ୍ସକୁ ନିଦେ୍ର୍ଧଶ ଦେଇଥିଲେ । ଭିଜିଲାନ୍ସ ତଦନ୍ତ ପରେ ଏହି ୭ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବିମଳ ଦାସ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଧିର ପଣ୍ଡା , ସହକାରୀ ଯନ୍ତ୍ରୀ ରଂଜନ ଦେବତା, ସହକାରୀ ଯନ୍ତ୍ରୀ ରଜନିଦଳ ବେହେରା, ସହକାରୀ ଯନ୍ତ୍ରୀ ରବି ନାରାୟଣ ସାହୁ. ଆକାଉଣ୍ଟ ଅଫିସର ଅବନି ରାଉତ ଏମାନଙ୍କ ସହିତ ଗିରଫ ହୋଇଥିବା ଠିକାଦାର ହେଉଛନ୍ତି ତୃପ୍ତି ଦେବତା । ତୃପ୍ତି ଏହି ଅଫିସର ସହକାରୀ ଇଂଜିନିୟର ରଂଜନ ଦେବାତାଙ୍କ ଭାଇ ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

9 − one =