ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ଚତୁର୍ଥ ଦିନରେ ଆଉ ୨ ଜଣଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

ଗଜପତି: ପାରଳା ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ରହସ୍ୟର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । ଆଜି ଚତୁର୍ଥ ଦିନରେ ଆଉ ୨ ଜଣଙ୍କୁ ଜେରା ଚାଲିଛି। ପାରଳାଖେମୁଣ୍ଡି ଥାନାର ଏକ ସ୍ୱତନ୍ତ୍ର କୋଠରୀରେ ଜଣେ ମାଳି ଓ ଜଗୁଆଳୀଙ୍କୁ ପଚରାଉଚରା କରୁଛି ଟିମ୍। ଗତକାଲି ତୃତୀୟ ଦିନ ତଦନ୍ତରେ ୪ଜଣଙ୍କୁ ମାରଥନ୍ ଜେରା କରିଥିଲା। ପ୍ରଥମେ ରୋଷେୟା ମନ୍ମଥ କୁମ୍ଭ, ଦୁଇ ଜଣ ଏସିଏଫ୍ ଗୌରୀ ରଥ ଓ ଭାସ୍କର ରାଓ, ଜଗୁଆଳି ସନ୍ତୋଷ ବିଶ୍ୱାଳ ଓ ଅଜୟ ବେହେରାଙ୍କ ସମେତ ନାରାୟଣପୁର ରେଞ୍ଜ ଏଲିଫ୍ୟାଣ୍ଟ ସ୍କ୍ଵାଡ୍ ଗାର୍ଡ ଆକାଶ ପ୍ରଧାନଙ୍କୁ ପଚରାଉଚରା କରିଥିଲା ତଦନ୍ତକାରୀ ଟିମ୍ ।
ଦ୍ୱିତୀୟ ରାଉଣ୍ଡରେ ଏସିଏଫ୍ ଗୌରୀ ରଥ ଓ ଭାସ୍କର ରାଓଙ୍କୁ ମିଳିତ ଓ ପୃଥକ ପୃଥକ ଜେରା ହୋଇଥିଲା । ଅପରାହ୍ମରେ ରୋଷେୟା ମନ୍ମଥ କୁମ୍ଭ ଓ ଏଲିଫ୍ୟାଣ୍ଟ ସ୍କ୍ଵାଡ୍ ଗାର୍ଡ ଆକାଶ ପ୍ରଧାନଙ୍କୁ ତିନି ଘଣ୍ଟା ଧରି ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଘଟଣା ବାବଦରେ ସେମାନେ କଣ ଜାଣିଛନ୍ତି ? ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବା ଖବର କାହା ପାଖରୁ ଶୁଣିଥିଲେ ? ସେସବୁ ନେଇ ଘନ ଘନ ପ୍ରଶ୍ନ ପଚାରିଥିଲେ । ବିଦ୍ୟାଭାରତୀ, ଗୁରାଣ୍ଡି ଥାନା ଙଓଉ ଓ ଗଜପତି ଊୠଙ ମଧ୍ୟ ଖୁବଶୀଘ୍ର ଜେରାର ସାମନା କରିବେ ।

Share

Leave a Reply

Your email address will not be published. Required fields are marked *

1 × two =