ବର୍ଷା ଫେରାଇବେ ନାହିଁ ପାର୍ଲାମେଣ୍ଟ କାର୍ଡ

ପାର୍ଲାମେଣ୍ଟ ସ୍ପାଉସ କାର୍ଡ ସରେଣ୍ଡର କରିବେ ନାହିଁ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । କାର୍ଡ ସରେଣ୍ଡର କରିବାକୁ ପାର୍ଲାମେଣ୍ଟ ସଚିବଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ବର୍ଷାଙ୍କ ପକ୍ଷରୁ ଦାୟର ମାମଲାର ବିଚାର କରି ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି କୋର୍ଟ । ପୂର୍ବରୁ ସ୍ପାଉସ କାର୍ଡକୁ ଫେରାଇବା ପାଇଁ ଅନୁଭବ ପାର୍ଲାମେଣ୍ଟ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ ।
ଅନୁଭବଙ୍କ ଅଭିଯୋଗ ପରେ କାର୍ଡ ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ ପାର୍ଲାମେଣ୍ଟ ସଚିବ । ଏନେଇ ହାଇକୋର୍ଟରେ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ବର୍ଷା । ମାମଲାକୁ ଗ୍ରହଣ କରି କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ବୈବାହିକ ବିବାଦକୁ ନେଇ ଅନୁଭବ ବାରମ୍ବାର ଗଣମାଧ୍ୟମକୁ ଦେଉଥିବା ପ୍ରତିକ୍ରିୟା ଉପରେ ମଧ୍ୟ ଲଗାମ ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Share

Leave a Reply

Your email address will not be published. Required fields are marked *

three + 9 =