ଖୁସବୁଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌

ଚେନ୍ନାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଖୁସବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରାଯାଇଥିବା ଜଣାପଡିଛି । ଖୁସବୁ ମଙ୍ଗଳବାର ତାମିଲନାଡୁ ପୁଲିସ ଡିଜିଙ୍କୁ ଭେଟି ଏତଲା ଦାଏର କରିଛନ୍ତି । ଉକ୍ତ ଆକାଉଣ୍ଟରେ ଖୁସ୍ବୁଙ୍କ ପ୍ରୋଫାଇଲ ନାମ ‘ବ୍ରିୟାନ୍’କୁ ପରିବର୍ତ୍ତନ କରାଯାଇଥିବାବେଳେ କଭର ଫଟୋ ମଧ୍ୟ ବଦଳାଯାଇଛି । ଖୁସ୍ବୁଙ୍କ ସବୁ ଟ୍ୱିଟ୍କୁ ଡିଲିଟ୍ କିମ୍ବା ହ୍ୟାକ୍ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଦ୍ୱିତୀୟ ଥର ପାଇଁ ଖୁସବୁଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଥିବା ସେ କହିଛନ୍ତି । ତେବେ ହ୍ୟାକର ଜଣକ ତାଙ୍କ ଟ୍ୱିଟ୍ର ଯେପରି ଅପବ୍ୟବହାର ନ କରନ୍ତି, ସେଥିପ୍ରତି ଖୁସ୍ବୁ ଚିନ୍ତିତ ହୋଇପଡିଛନ୍ତି । ସୂଚନାଯୋଗ୍ୟ ୨୦୧୦ରେ ସେ ଡିଏମକେରେ ଯୋଗଦେଇଥିବାବେଳେ ୨୦୧୪ରେ କଂଗ୍ରେସକୁ ଲମ୍ଫପ୍ରଦାନ କରିଥିଲେ। ତେବେ ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଖୁସ୍ବୁ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ । ଚେନ୍ନାଇର ଥାଉଜେଣ୍ଡ୍ସ ଲାଇଟ୍ସ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ସୁଦ୍ଧା ତାଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା ।

Share

Leave a Reply

Your email address will not be published. Required fields are marked *

fifteen − 7 =