ହ୍ରାସ ହେଲା କର୍ପୋରେଟ୍ ଟ୍ୟାକ୍ସ

ନୂଆଦିଲ୍ଲୀ() କମିଲା ଘରୋଇ କମ୍ପାନୀ ଏବଂ ବ୍ୟବସାୟୀଙ୍କ କର୍ପୋରେଟ୍ ଟ୍ୟାକ୍ସ । ଏନେଇ ଶୁକ୍ରବାର ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏହି ପରିବର୍ତ୍ତନ ଫଳରେ ସରକାର ୧,୪୫,୦୦୦ କୋଟି ଟଙ୍କାର କ୍ଷତି ସହିବେ। ତେବେ ଏହା ଅଧିକ ରେଭେନ୍ୟୁ ପାଇଁ ସୁଯୋଗ ସୃଷ୍ଟି କରିବା ସହ ଟିକସର ପରିମାଣ ବଢ଼ାଇବ ବୋଲି ସୀତାରମଣ କହିଛନ୍ତି। ନିର୍ମଳା ସୀତାରମଣ୍ ଙ୍କ ଏହି ଘୋଷଣା ପରେ ସେୟାର୍ ବଜାରରେ ହଲଚଲ ସୃଷ୍ଟି ହୋଇଯାଇଛି । ମାତ୍ର ୧୦ ମିନିଟ୍ ଭିତରେ ସେନସେକ୍ସ୍ ୧୨୭୬ ପଏଣ୍ଟ୍ କୁ ବୃଦ୍ଧି ଘଟିଛି ।

ଏହି ନିଷ୍ପତ୍ତି ଫଳରେ ଘରୋଇ କମ୍ପାନୀଙ୍କୁ ୩୦% ବଦଳରେ ୨୨% ହାରରେ ଆୟକର ଦେବାକୁ ହେବ। ଏତଦ୍ବ୍ୟତୀତ ନୂଆ ମାନ୍ୟୁଫାକଚରିଂ କମ୍ପାନୀ ୧୫% ହାରରେ ଆୟର ଦେବେ, ଯାହାକି ପୂର୍ବରୁ ୨୫% ଥିଲା। ତେବେ ଏଥିରେ ଗୋଟିଏ ସର୍ତ୍ତ ରହିଛି। ଏହି ସୁବିଧା ପାଇବାକୁ ହେଲେ ସେମାନଙ୍କୁ ଅନ୍ୟ କିଛି ରିହାତିରୁ ବଞ୍ଚିତ ହେବାକୁ ହେବ।

Share

Leave a Reply

Your email address will not be published. Required fields are marked *

four + 1 =