ଭିଆର୍ ଦ୍ଵାରା ସୁରକ୍ଷା ପ୍ରଶିକ୍ଷଣ ଦେଉଛି ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ଗ୍ରାଉଣ୍ଡ କର୍ମଚାରୀମାନଙ୍କ ନିରାପତ୍ତା ଦିଗରେ ଏକ ଉଲ୍ଲେଖନୀଯ ପଦକ୍ଷେପ ନିଆଯାଇଛି । ଲାଇନମେନ୍ ଓ ଗ୍ରାଉଣ୍ଡରେ କାମ କରୁଥିବା କର୍ମଚାରୀମାନଙ୍କ ପ୍ରଶିକ୍ଷଣରେ ଭର୍ଚୁଆଲ୍ ରିଆଲିଟି (ଭିଆର୍) ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଉଛି । ବିଦ୍ୟୁତ ବିତରଣ କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା ଏବଂ ଦକ୍ଷତା ବୃଦ୍ଧିକୁ ଲକ୍ଷ୍ୟରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ।

ଭର୍ଚୁଆଲ ରିଆଲିଟି ବାସ୍ତବ ଦେଖାଯାଉଥିବା ଦୃଶ୍ୟ ଏବଂ ବସ୍ତୁ ସହିତ ଏକ ପରିବେଶ ସୃଷ୍ଟି କରେ, ଯାହା ପ୍ରଶିକ୍ଷଣ ନେଉଥିବା କର୍ମଚାରୀମାନଙ୍କୁ ଅନୁଭବ କରାଏ ଯେ ସେମାନେ ବାସ୍ତବରେ ସେହି ପରିବେଶରେ ଉପସ୍ଥିତ ଅଛନ୍ତି । ଏହି ପ୍ରଶିକ୍ଷଣ ପରିବେଶ ଲାଇନମେନ୍ ଓ ଗ୍ରାଉଣ୍ଡରେ କାମ କରୁଥିବା କର୍ମଚାରୀମାନଙ୍କୁ ରକ୍ଷଣାବେକ୍ଷଣଠାରୁ ଆରମ୍ଭ କରି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପର୍ଯ୍ୟନ୍ତ ପାରଦର୍ଶୀ କରାଇ ଥାଏ । ଲାଇନମେନ୍ ଓ ଗ୍ରାଉଣ୍ଡରେ କାମ କରୁଥିବା କର୍ମଚାରୀମାନଙ୍କୁ ବିପଦପୂର୍ଣ୍ଣ କାର୍ଯ୍ୟ ଉପରେ ପ୍ରଶିକ୍ଷଣ ଦେଇ ସେମାନଙ୍କ ଦକ୍ଷତା ଏବଂ ପ୍ରସ୍ତୁତିକୁ ବଢ଼ାଇଥାଏ । ଏହା କାର୍ଯ୍ୟକ୍ଷେତ୍ରରେ ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରେ ।

ଲାଇନମେନ୍ ଓ ଗ୍ରାଉଣ୍ଡରେ କାମ କରୁଥିବା କର୍ମଚାରୀମାନଙ୍କ ପ୍ରଶିକ୍ଷଣ ପାଇଁ ଭିଆରର ବ୍ୟବହାର ଟିପିଏସ୍ଓଡିଏଲର “ମିଶନ ଜିରୋ ହାର୍ମ”କୁ ପ୍ରୋତ୍ସାହିତ କରେ । ଏହା ସହ ସୁରକ୍ଷିତ କାର୍ଯ୍ୟ ଅଭ୍ୟାସ ସୁନିଶ୍ଚିତ କରେ । ଟିପିଏସ୍ଓଡିଏଲ୍ ଦ୍ଵାରା ଏହି ପଦକ୍ଷେପ କର୍ମଚାରୀମାନଙ୍କ ନିରାପତ୍ତା ଏବଂ ଦକ୍ଷତା ବୃଦ୍ଧି ସହିତ ଆଗକୁ ବଢିବାର କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଏ ।

Share

Leave a Reply

Your email address will not be published. Required fields are marked *

11 − 11 =