ଟିପିଏନ୍‌ଓଡିଏଲ୍ ପକ୍ଷରୁ ସ୍ଥାନୀୟ ଯୁବବର୍ଗଙ୍କୁ ସଶକ୍ତ କରିବା ପାଇଁ ଧନ୍ଦାମୂଳକ ତାଲିମ କେନ୍ଦ୍ର (ଭିଟିସି)ର ଶୁଭାରମ୍ଭ

ଯାଜପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଏହାର ପ୍ରଭାବଶାଳୀ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମର ଅଂଶସ୍ୱରୂପ ଗୋଷ୍ଠୀ ଉନ୍ନତୀକରଣ ଆଡ଼କୁ ଏକ ଉଲ୍ଲେଖନୀୟ ଯାତ୍ରା ଆରମ୍ଭ କରାଯାଇଛି । ସ୍ଥାନୀୟ ଯୁବବର୍ଗଙ୍କୁ ସଶକ୍ତ କରିବା ପାଇଁ ଟିପିଏନ୍‌ଓଡିଏଲ୍ ପକ୍ଷରୁ ୨୦୨୩ ଅଗଷ୍ଟ ୩ରେ ଯାଜପୁରର କପାସିରେ ଏହାର ତୃତୀୟ ଅତ୍ୟାଧୁନିକ ଧନ୍ଦାମୂଳକ ତାଲିମ କେନ୍ଦ୍ର (ଭିଟିସି)ର ଶୁଭାରମ୍ଭ କରାଯାଇଛି ।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିର ମାନ୍ୟବର ବିଧାୟିକା ସୁନନ୍ଦା ଦାସ; ଟିପିଏନ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର, ବାଣିଜ୍ୟିକ ଓ ସିଏସ୍‌ଆର୍ ମୁଖ୍ୟ ଦୁଷ୍ୟନ୍ତ କୁମାର ତ୍ୟାଗି, ସିଏସ୍‌ଆର୍ ମୁଖ୍ୟ ଦିଲ୍ଲୀପ କୁମାର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ଯାଜପୁରର ଏସ୍‌ଇ ଅନନ୍ତ ନାରାୟଣ ବିଶୋଇ, ଯାଜପୁରର ଇଇ ଦୀପକ କୁମାର ବେହେରା, ସ୍ଥାନୀୟ ପ୍ରଶାସନିକ କର୍ତୃପକ୍ଷ ଓ ଗୋଷ୍ଠୀ ସଦସ୍ୟମାନେ ଉପସ୍ଥିତ ଥିଲେ ।
ଆସନ୍ତା ୬ ମାସରେ ପ୍ରାୟ ୨୫୦ ଛାତ୍ରଛାତ୍ରୀ ଏହି ବ୍ୟାପକ ତାଲିମ କାର୍ଯ୍ୟକ୍ରମରେ ଯୋଗଦେବେ ।
ଟିପିଏନ୍‌ଓଡିଏଲ୍‌ର ସିଏସ୍‌ଆର୍ ଉଦ୍ୟମର କିଛି ଝଲକ ନିମ୍ନରେ ପ୍ରଦାନ କରାଯାଇଛି:
ଟିସିଏସ୍ ସହଯୋଗରେ ନିଯୁକ୍ତି ତାଲିମ: ଟିସିଏସ୍ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗିତାରେ ଟିପିଏନ୍‌ଓଡିଏଲ୍ ବ୍ୟାପକ ନିଯୁକ୍ତିଭିତିକ ତାଲିମ ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇଛି । ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ସ୍ଥାନୀୟ ଯୁବବର୍ଗଙ୍କୁ ବିବିଧ ଦକ୍ଷତା ପ୍ରଦାନ କରି ଅର୍ଥପୂର୍ଣ୍ଣ ନିଯୁକ୍ତି ହାସଲ କରିବାର ସମ୍ଭାବନାରେ ଉନ୍ନତି ଆଣିବା । ଉପଯୁକ୍ତ ପ୍ରାର୍ଥୀ ଚିହ୍ନଟ କରିବା ପାଇଁ ଟିସିଏସ୍ ପକ୍ଷରୁ ଏକ ବ୍ୟାପକ ଅନୁଶୀଳନ କରାଯିବ ଏବଂ ପରୀକ୍ଷାରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବ ଯାହା ଫଳରେ ପ୍ରଯୁକ୍ତି ଓ କର୍ପୋରେଟ୍ କ୍ଷେତ୍ରରେ ସେମାନଙ୍କ ପାଇଁ ଚମତ୍କାର କ୍ୟାରିୟର ସମ୍ଭାବନାର ଦ୍ୱାର ଉନ୍ମୁକ୍ତ ହେବ ।
କମ୍ପ୍ୟୁଟର ପାଠ୍ୟକ୍ରମ: କମ୍ପ୍ୟୁଟର ସାକ୍ଷରତାର ଗୁରୁତ୍ୱକୁ ବୁଝିପାରି ପ୍ରତ୍ୟକ୍ଷ କମ୍ପ୍ୟୁଟର ଦକ୍ଷତା ପ୍ରଦାନ କରିବାକୁ ଟିପିଏନ୍‌ଓଡିଏଲ୍ ପ୍ରତିବଦ୍ଧ ରହିଛି । ଏହି ଭିଟିସି ପକ୍ଷରୁ ବ୍ୟାପକ ପାଠ୍ୟକ୍ରମ ପ୍ରଦାନ କରାଯିବ ଯାହା ଜରିଆରେ ଯୁବବର୍ଗ ଆବଶ୍ୟକ ଡିଜିଟାଲ୍ ଦକ୍ଷତାରେ ପାରଙ୍ଗମ ହୋଇପାରିବେ ।
ସିଲାଇ ଓ ଏମ୍ବ୍ରୋଡୋରି: ସିଲାଇ ଓ ଏମ୍ବ୍ରେଡୋରି ଭଳି ଧନ୍ଦାମୂଳକ ଦକ୍ଷତା ମହିଳାମାନଙ୍କୁ ସଶକ୍ତ କରିବା ସହ ଆର୍ଥିକ ସ୍ୱାଧୀନତାକୁ ସୁଦୃଢ଼ କରିବ ଏବଂ ସ୍ଥାନୀୟ କଳା ଓ କାରିଗରୀର ପ୍ରସାର ଓ ସଂରକ୍ଷଣ କରିବ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଏହି ଅଂଚଳରେ ବାସ କରୁଥିବା ମହିଳାଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ।
ଇଲେକ୍ଟ୍ରିକାଲ୍ ଓ ହୋମ୍ ଆପ୍ଲାଏନ୍‌ସେସ୍ ମରାମତି: ଇଲେକ୍ଟ୍ରିକାଲ୍ ଓ ହୋମ୍ ଆପ୍ଲାଏନ୍‌ସେସ୍ କ୍ଷେତ୍ରରେ ରକ୍ଷଣାବେକ୍ଷଣ ଓ ମରାମତି ଚାହିଦାକୁ ଟିପିଏନ୍‌ଓଡିଏଲ୍ ଭଲ ଭାବେ ବୁଝିଛି । ସ୍ୱତନ୍ତ୍ର ତାଲିମ ଜରିଆରେ ଏହି କେନ୍ଦ୍ର ଏକ ଦକ୍ଷ ଶ୍ରମ ଶକ୍ତି ସମୃଦ୍ଧ କରିବାକୁ ଲକ୍ଷ୍ୟ ରଖିଛି ଯାହା ସେମାନଙ୍କ ପାଇଁ ଏକ ପ୍ରତିଶ୍ରୁତିପୂର୍ଣ୍ଣ କ୍ୟାରିୟରର ପଥ ଉନ୍ମୁକ୍ତ କରିବ ।
ଇଂରାଜି କଥନ: ଆଜିର ଜଗତୀକରଣ ଦୁନିଆରେ ବିଶେଷ କରି ଇଂରାଜୀରେ ପ୍ରଭାବଶାଳୀ ଯୋଗଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ଥାନୀୟ ଯୁବବର୍ଗଙ୍କୁ ଇଂରାଜୀ କଥନରେ ପାରଙ୍ଗମ କରାଇ ସେମାନଙ୍କ ପାଇଁ କ୍ୟାରିୟର ସମ୍ଭାବନାକୁ ବ୍ୟାପକ କରିବା ଏବଂ ବିଶ୍ୱସ୍ତରୀୟ ଭାବ ବିନିମୟ ପାଇଁ ଟିପିଏନ୍‌ଓଡିଏଲ୍‌ର ଏହି ଭିଟିସି ପ୍ରତିବଦ୍ଧ ରହିଛି ।
ଏହି ଅବସରରେ ସମ୍ବୋଧିତ କରି ଟିପିଏନ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର କହିଛନ୍ତି ଯେ, “ଯାଜପୁରର କପାସି ଓ ଆଖପାଖ ଅଂଚଳର ସମାଜର ଉନ୍ନତୀକରଣ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ସିଏସ୍‌ଆର୍ ଅଭିଯାନଗୁଡ଼ିକୁ ଶୁଭାରମ୍ଭ କରି ଆମେ ଅତ୍ୟନ୍ତ ଉଲ୍ଲସିତ । ଆମର ଲକ୍ଷ୍ୟ ହେଉଛି ଦକ୍ଷତା ବିକାଶକୁ ସୁଦୃଢ଼ କରିବା ଓ ଦୀର୍ଘସ୍ଥାୟୀ ଜୀବିକା ପ୍ରଦାନ କରିବା, ଯାହା ଫଳରେ ଏହି ଅଂଚଳର ବାସିନ୍ଦାଙ୍କ ଜୀବନରେ ଏକ ଅର୍ଥପୂର୍ଣ୍ଣ ଓ ସଫଳ ପ୍ରଭାବ ସୃଷ୍ଟି ହୋଇପାରିବ ।’’
ଆଂଚଳିକ ବିକାଶ ଓ ପ୍ରଗତିକୁ ଟିପିଏନ୍‌ଓଡିଏଲ୍ ଆଗକୁ ବଢ଼ାଉଥିବା ବେଳେ ଏହି ସାମାଜିକ ଦୃଷ୍ଟିରୁ ଦାୟିତ୍ୱବାନ ଅଭିଯାନଗୁଡ଼ିକ ହେଉଛି ସମାଜର ଉନ୍ନତି ପାଇଁ କଂପାନିର ରହିଥିବା ଅତୁଟ ସମର୍ପଣ ଭାବ ପ୍ରତି ସ୍ୱୀକୃତି ।

Share

Leave a Reply

Your email address will not be published. Required fields are marked *

15 + 13 =