ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଜେଏନ୍ ଟାଟାଙ୍କ ୧୮୫ତମ ଜୟନ୍ତୀ ପାଳିତ

କଳିଙ୍ଗନଗର: ଟାଟା ଷ୍ଟିଲ୍ କଳିଙ୍ଗନଗର(ଟିଏସ୍‌କେ) ପକ୍ଷରୁ ଜାମସେଟ୍‌ଜୀ ନୁସେରୱାନଜୀ ଟାଟାଙ୍କ ୧୮୫ତମ ଜୟନ୍ତୀ ଅବସରରେ ରବିବାର ଦିନ ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନାରେ କମ୍ପାନିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।

ଇଞ୍ଜିନିୟରିଂ ଆଣ୍ଡ ପ୍ରୋଜେକ୍ଟସ ଟିମ୍ ପକ୍ଷରୁ ଆୟୋଜିତ ୫ କିଲୋମିଟର ଦୌଡ଼ ସହ ଦିନର ଶୁଭାରମ୍ଭ ହୋଇଥିଲା । ଟିଏସ୍‌କେର ଗ୍ରିନ୍ ଟ୍ରାନ୍ସପୋର୍ଟ ଲଜିଷ୍ଟିକ୍ ପାର୍କ ନିକଟରୁ ଆରମ୍ଭ ହୋଇଥିବା ଏହି ଦୌଡ଼ରେ ବିଭିନ୍ନ ଭେଣ୍ଡର ପାର୍ଟନର ପକ୍ଷରୁ ୩୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିିଥିଲେ । ଏହା ପରେ କର୍ମଚାରୀମାନଙ୍କ ଦ୍ୱାରା ଏକ ପରେଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହା ପ୍ରୋଜେକ୍ଟସ୍ ଅଫିସ୍‌ରୁ ଆରମ୍ଭ ହୋଇ ଟିଏସ୍‌କେ ସେଂଟରରେ ଶେଷ ହୋଇଥିଲା ଯେଉଁଠାରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ବରିଷ୍ଠ ଅଧିକାରୀ, ୟୁନିୟନ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ କମ୍ପାନୀର ପ୍ରତିଷ୍ଠାତା ଜେଏନ୍ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସରରେ ଟାଟା ପରିବାରର ସଦସ୍ୟ, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍ ବଲ୍ ମ୍ୟାଚ୍ ସହ ଅନ୍ୟାନ୍ୟ କ୍ରୀଡ଼ା କାର୍ଯ୍ୟକ୍ରମ ରିହାବିଲିଟେସନ୍ କଲୋନୀ ଓ କମ୍ପାନିର ହାଉସିଂ କଲୋନୀରେ ଆୟୋଜନ କରାଯାଇଥିଲା । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଗ୍ରୀନ୍ ଟ୍ରାନ୍ସପୋର୍ଟ ପାର୍କରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ୨୮୩ ଠିକା ସଂସ୍ଥା ମାନଙ୍କର ଡ୍ରାଇଭର ମାନେ ଉପକୃତ ହୋଇଥିଲେ ।

ଏନ୍‌ଆଇଏନ୍‌ଏଲ୍‌ରେ କମ୍ପାନିର ବରିଷ୍ଠ ଅଧିକାରୀ ଜେଏନ୍ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଦିବସ ପାଳନ କରିଥିବା ବେଳେ ଏହି ଅବସରରେ ଏନ୍‌ଆଇଏନ୍‌ଏଲ୍ ଟାଉନ୍‌ସିପ୍‌ରେ କର୍ମଚାରୀ ପିଲାଙ୍କ ପାଇଁ ଜେଏନ୍ ଟାଟାଙ୍କ ଜୀବନୀ ଉପରେ ଏକ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

‘ଟାଟା ଗ୍ରୁପ୍‌’ର ପ୍ରତିଷ୍ଠାତା ଜାମସେଟ୍‌ଜୀ ନୁସେରୱାନଜୀ ଟାଟାଙ୍କୁ “ଭାରତୀୟ ଶିଳ୍ପର ଜନକ” ଭାବେ ବିବେଚନା କରାଯାଏ । ତାଙ୍କର ଦୂରଦୃଷ୍ଟି ଭାରତରେ ଇସ୍ପାତ ଓ ଶକ୍ତି ଶିଳ୍ପକୁ ଅନୁପ୍ରାଣିତ କରିଥିଲା, ବୈଷୟିକ ଶିକ୍ଷାର ମୂଳଦୁଆ ପକାଇଥିଲା ଏବଂ ଶିଳ୍ପୋନ୍ନତ ରାଷ୍ଟ୍ରର ତାଲିକା ମଧ୍ୟକୁ ଭାରତ ଦେଶ ଲମ୍ଫ ପ୍ରଦାନ କରିବାରେ ସହାୟକ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

11 − 7 =