ଟାଟା ଷ୍ଟିଲ୍ ଓଡ଼ିଶା ୟୁନିଟ୍ ପକ୍ଷରୁ ଜେଏନ୍ ଟାଟାଙ୍କ ୧୮୫ତମ ଜୟନ୍ତୀ ପାଳନ

-ଚଳିତ ବର୍ଷ ପ୍ରତିଷ୍ଠାତା ଦିବସ ସମାରୋହର ଥିମ୍ ” ମାନବ ଏବଂ ପୃଥିବୀ ପାଇଁ ପ୍ରଯୁକ୍ତି’

ଭୁବନେଶ୍ୱର: ଭାରତୀୟ ଶିଳ୍ପର ଜନକ ଭାବେ ପରିଚିତ ଟାଟା ଷ୍ଟିଲ୍‌ର ପ୍ରତିଷ୍ଠାତା ଜାମସେଟ୍ ଜି ନୁସେରୱାନୀ ଟାଟାଙ୍କ ୧୮୫ତମ ଜୟନ୍ତୀ ଅବସରରେ ତାଙ୍କୁ କମ୍ପାନୀ କର୍ମଚାରୀଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପ୍ରତିଷ୍ଠାତାଙ୍କ ଜନ୍ମ ଦିବସରେ ଲୋକ କଲ୍ୟାଣକୁ ମୂଳ ମନ୍ତ୍ର କରି ଏକ ଶିଳ୍ପ ଭବିଷ୍ୟତ ପାଇଁ ପ୍ରତିଷ୍ଠାତାଙ୍କ ଲକ୍ଷ୍ୟକୁ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ଚଳିତ ବର୍ଷ କାର୍ଯ୍ୟକ୍ରମର ଥିମ ହେଉଛି ” ମାନବ ଏବଂ ପୃଥିବୀ ପାଇଁ ପ୍ରଯୁକ୍ତି”।

ସାରା ଓଡ଼ିଶାରେ ଟାଟା ଷ୍ଟିଲ୍‌ର କାର୍ଯ୍ୟକ୍ଷେତ୍ରଗୁଡ଼ିକ ଏହି ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି । ଭୁବନେଶ୍ୱରରେ ଟାଟା ଷ୍ଟିଲର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ, ଟାଟା ଷ୍ଟିଲ୍ ଟେକ୍ନିକାଲ ସର୍ଭିସ ଲିମିଟେଡ ସମେତ ଭୁବନେଶ୍ୱର ପାୱାର ପ୍ରାଇଭେଟ୍ ଲିମିଟେଡ୍ ଓ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ କାର୍ଯ୍ୟାଳୟଗୁଡିକରେ କର୍ମଚାରୀଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । କଳିଙ୍ଗ ଷ୍ଟାଡିୟମରେ ଥିବା ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର (ଓଏନଟିଏଚଏଚପିସି)ର ଅଧିକାରୀ ଓ କ୍ୟାଡେଟମାନେ ମଧ୍ୟ ଏହି ଦୂରଦର୍ଶୀ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିଭଳି ଓଡ଼ିଶାର କଳିଙ୍ଗନଗର, ମେରାମଣ୍ଡଳୀ ଓ ର-ମାଟେରିଆଲ୍ ସମେତ ଟାଟା ଷ୍ଟିଲର ବିଭିନ୍ନ କାର୍ଯ୍ୟାଳୟ ଓ ସ୍ଥାନରେ ଉତ୍ସବ ପାଳନ କରାଯାଇଥିଲା।

ଏହି ଅବସରରେ ଯାଜପୁର ଜିଲ୍ଲା ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ୫କିଲୋମିଟର ଦୌଡ଼, ଆନ୍ତଃ କଲୋନୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓ ଶୋଭାଯାତ୍ରା ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବରିଷ୍ଠ ଅଧିକାରୀମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ନୀଳାଚଳ ଇସ୍ପାତ ନିଗମ ଲିମିଟେଡର କର୍ମଚାରୀମାନେ ମଧ୍ୟ ପ୍ରତିଷ୍ଠାତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଢେଙ୍କାନାଳର ଟାଟା ଷ୍ଟିଲ୍ ମେରାମାଣ୍ଡଳୀ(ଟିଏସ୍‌ଏମ୍‌) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ପ୍ଲାଣ୍ଟ ନିକଟସ୍ଥ ମଙ୍ଗଳପୁର ଗ୍ରାମପଞ୍ଚାୟତରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍‌, ଭଲିବଲ୍‌, ବାସ୍କେଟବଲ୍ ମ୍ୟାଚ୍ ଏବଂ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି ।

ଯୋଡ଼ାରେ ଓର ମାଇନ୍ସ ଆଣ୍ଡ କ୍ୱେରିଜ (ଓଏମକ୍ୟୁ) ଡିଭିଜନ୍ ଯୋଡ଼ା ୟୁନିଟ୍ ପକ୍ଷରୁ ଜୟନ୍ତୀ ପାଳିତ ହୋଇଯାଇଛି । ଟାଟା ଷ୍ଟିଲ ଯୋଡାର ମୁଖ୍ୟଙ୍କ ସହ ବିଭିନ୍ନ ୟୁନିଟର ଅନ୍ୟ ଲିଡର ଓ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାବ୍ୟତୀତ ଯୋଡାସ୍ଥିତ ଫେରୋ ଆଲଏଜ୍ ପ୍ଲାଣ୍ଟ, ମାଙ୍ଗାନିଜ ଗ୍ରୁପ୍ ଅଫ୍ ମାଇନ୍ସ, ଏନ୍‌ଆଇଏନ୍‌ଏଲ୍ ଖଣି ଏବଂ କମ୍ପାନିର ଅନ୍ୟାନ୍ୟ ୟୁନିଟ୍ ଗୁଡ଼ିକରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ଟାଟା ଷ୍ଟିଲର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମଡି) ଭୁବନେଶ୍ୱର, ସୁକିନ୍ଦା ଓ ଅନ୍ୟାନ୍ୟ ସ୍ଥାନରେ ଦୂରଦର୍ଶୀ ଶିଳ୍ପପତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଟାଟା ଷ୍ଟିଲ୍ ସ୍ପେସାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ ଗୋପାଳପୁର କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ବେଳେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଗୋପଲାପୁରରେ ଜେଏନ୍ ଟାଟାଙ୍କ ଶ୍ରଦ୍ଧାଞ୍ଜଳିରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

one + 7 =