ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ଓଡ଼ିଶାରେ ଦିନେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଛି ତ ଆଉ ଦିନ ଖସୁଛି । ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ସବୁଦିନ ୧୦୦ ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୮୬ ନୂଆ କେସ୍ ଚିହ୍ନଟ ହୋଇଥିବା ବେଳେ ୦-୧୮ ବର୍ଷ ବୟସର ୧୨୮ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । । ଅନ୍ୟପଟେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୭୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୧୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୧୮୭ ଜଣ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୭୩ ଜଣ, କଟକରୁ ୧୩୯ ଜଣ, ଯାଜପୁରରୁ ୪୯ ଜଣ, ଜଗତସିଂହପୁରରୁ ୪୫ ଜଣ, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରୁ ୩୨ ଜଣ ଲେଖାଏଁ ,ବାଲେଶ୍ବରରୁ୨୫ ଜଣ,ଅନୁଗୁଳରୁ ୨୪ ଜଣ, କେନ୍ଦ୍ରପଡ଼ାରୁ ୨୩ ଜଣ,ନୟାଗଡ଼ାରୁ ୨୦ ଜଣ, ବଲାଙ୍ଗୀରରୁ ୧୭ ଜଣ, ଢ଼େଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରୁ ୧୫ ଜଣ ଲେଖାଏଁ, ଭଦ୍ରକରୁ ୧୪ ଜଣ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ ଲେଖାଏଁ, କନ୍ଧମାଳରୁ ୧୨ଜଣ,ଦେବଗଡ଼ରୁ ୯ ଜଣ, ଗଞ୍ଜାମରୁ ୮ ଜଣ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ୬ ଜଣ ଲେଖାଏଁ,ରାୟଗଡ଼ାରୁ ୪ ଜଣ, କୋରାପୁଟରୁ ୩ ଜଣ,ବରଗଡ଼,ଗଜପତି,ମାଲକାନଗିରି ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ, ଏବଂ ଷ୍ଟେଟ୍ ପୋଲ୍ରୁ ୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

one × three =